• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ଆଜି ଦିନ ୧ ପରେ ରାଜଧାନୀର ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ସରକାର

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ଆଜି ଦିନ ୧ ପରେ ରାଜଧାନୀର ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ସରକାର

ଆଜି ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ବେଳେ ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦିନ ୧ ପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ସରକାର।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ଵର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଆ ଝିଅ ତଥା ଓଡ଼ିଆ ବୋହୂ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସବୁଠି ଉତ୍ସାହ। ଏହି କ୍ରମରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଆଜି ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ବେଳେ ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦିନ ୧ ପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ସରକାର। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି। ସମ୍ପୂର୍ଣ୍ଣ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କିପରି ରହିବ ସେ ନେଇ ପଦକ୍ଷେପ ନିଆଯାଇଛି। ଏ ନେଇ ବୁଧବାରଠୁ ଭୁବନେଶ୍ୱରରେ ରିହର୍ସଲ କରାଯାଇଥିଲା। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯିବା ରାସ୍ତା ପୋଲିସ ଛାଉଣୀରେ ପରିଣତ ହେବ। କେବଳ ଭୁବନେଶ୍ଵରରେ ୩୪ ପ୍ଲାଟୁନ୍ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ୨୦୦ ଜଣ ସବ୍ଇନ୍ସପେକ୍ଟର, ୬୨ ଜଣ ଏସିପି, ୨୨ ଏଡିସିପି ୪ ଡିସିପି ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ।

ଆଜି ସକାଳେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। କାର୍ଯ୍ୟକ୍ରମ ସୂଚନା ଅନୁସାରେ ଭୁବନେଶ୍ୱରରେ ୧୦. ୫୦ରେ ପହଞ୍ଚିବେ। ୧୧.୧୦ଟା ରୁ ଭୁବନେଶ୍ୱରରୁ ବାୟୁସେନାର ହେଲିକ୍ୟାପ୍ଟରରେ ପୁରୀ ଯିବେ। ପୁରୀ ରୁ ଭୁବନେଶ୍ୱରରେ ୩.୩୦ରେ ପହଞ୍ଚିବେ।

ସେହିପରି ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ମ୍ୟୁଜିୟମ ଛକରେ ଥିବା ବକ୍ସିଜଗବନ୍ଧୁ ପ୍ରତିମୃତ୍ତିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ। ପରେ ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ପରେ ଗୋପାବନ୍ଧୁ ଛକରେ ଗୋପବନ୍ଧୁ ଦାସ, ପାୱାର ହାଉସ ଛକରେରେ ଶ୍ରୀରାମଚନ୍ଦ୍ର ଭଞ୍ଜ, ନାଲକୋ ଛକରେ ଗଙ୍ଗାଧର ମେହେର, ନାଲକୋ ଛକରେ ଥିବା ସହିଦ ଲକ୍ଷ୍ମନ ନାଏକ, ସଲିଆସହି ହାତିଆଶୁଣିରେ ଥିବା ବିର୍ଷାମୁଣ୍ଡା, ସିତନାଥ ବସ୍ତି ରାଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବେ।

୧୧ ତାରିଖ ଦିନ ରାଜଧାନୀରେ ଦୁଇଟି ସ୍କୁଲ୍‌ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ଖଣ୍ଡଗିରି ତପୋବନ ସ୍କୁଲ ଓ ୟୁନିଟ୍ ୨ ବାଳିକା ବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମ ରହିଛି। ଏହା ବାଦ୍ ଜୟଦେବ ଭବନରେ ମଧ୍ୟ ଏକ କାର୍ଯ୍ୟକ୍ରମ ରହିଛି। ଏସବୁ କାର୍ଯ୍ୟକ୍ରମ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ଯେପରି ତ୍ରୁଟି ପରିଲକ୍ଷିତ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେହିପରି ପୁରୀରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରେ ମଧ୍ୟ କାରକେଡ୍ ରିହଲସଲ୍ କରାଯାଇଛି।
Published by:Lipina Das
First published: