ପୁଣି ଥରରେ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ବିଶେଷ ସମାରୋହରେ ଯୋଗ ଦେବେ

୨୦ ତାରିଖରେ ଏକ ବିଶେଷ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି । ଆଉ ୨୦ ତାରିଖରେ ପ୍ରତ୍ୟାବର୍ତ୍ତନ ମଧ୍ୟ କରିବେ। ରାଷ୍ଟ୍ରପତି ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି।

ପୁଣି ଥରରେ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁଣି ଥରରେ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

  • Share this:
News18 Odia Digital

ପୁରୀ: ଚଳିତ ମାସ ୧୯ ତାରିଖରେ ପୁଣି ସପରିବାର ସହ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗୌଡିୟ ମଠର ୧୫୦ତମ ପ୍ରତିଷ୍ଠା ଦିବସରେ ଶରଧାବାଲି ଠାରେ ହେବାକୁ ଥିବା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ। ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ହେଲେ ଏଯାବତ ଚୂଡାନ୍ତ ଗସ୍ତସୂଚୀ ସାମ୍ନାକୁ ଆସିନାହିଁ।

ସେହିପରି ୨୦ ତାରିଖରେ ଏକ ବିଶେଷ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି । ଆଉ ୨୦ ତାରିଖରେ ପ୍ରତ୍ୟାବର୍ତ୍ତନ ମଧ୍ୟ କରିବେ। ରାଷ୍ଟ୍ରପତି ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିସ୍ତୃତ ଗସ୍ତ ସୂଚୀ ଆସିବା ପରେ ଅଧିକ ସୂଚନା ଦିଆଯିବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

"ପୁରୀର ଭକ୍ତି ବେଦାନ୍ତ ଗୌଡିୟ ମଠର ୧୫୦ତମ ପ୍ରତିଷ୍ଠା ଦିବସରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଫେବୃଆରୀ ୧୯ରେ ପହଞ୍ଚିବେ ଭୁବନେଶ୍ୱରରେ। ତେବେ ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ଆସି ପୁରୀରେ ପହଞ୍ଚିବା ପରେ ୨୦ତାରିଖ ଦିନ ପୂର୍ବାହ୍ନରେ ଶରଧାବାଲି ଠାରେ ମଠର ୧୫୦ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଉଦବୋଧନ ଦେବେ । ଏ ନେଇ ମଠର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ନେଇ ମଠ ପରିଚାଳନା ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇଛି,’’ କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ।

ପୁରୀର ଭକ୍ତି ବେଦାନ୍ତ ଗୌଡିୟ ମଠର ୧୫୦ତମ ପ୍ରତିଷ୍ଠା ଦିବସରେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ


"ଫେବୃୟାରୀ ୨୦ରେ ରହିଛି ତୃତୀୟ ପର୍ଯ୍ୟାୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ। ହେଲେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଉଛି। ହେଲେ ଚୂଡାନ୍ତ କାର୍ଯ୍ୟସୂଚୀ ଏଯାବତ ପହଞ୍ଚିନାହିଁ। ସେପଟେ ମିନିଟ ଟୁ ମିନିଟ କାର୍ଯ୍ୟକ୍ରମ ଆସିବା ପରେ ବ୍ଲୁ ବୁକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନିଆଯିବ। ପୁଣି ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେ ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କୁ ନେଇ ଛତିଶା ନିଯୋଗ ବୈଠକ ବସିବ,’’ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କୌଳିକପଣ୍ଡା ନାରାୟଣ ଗୋଛିକାରଙ୍କ କହିବା ଅନୁଯାୟୀ ଗତ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଦର୍ଶନ କରିଥିଲେ। ସେତେବେଳେ ତାଙ୍କ ସହ ଥିବାବେଳେ ପୁଣି ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

ରାଷ୍ଟ୍ରପତିଙ୍କ ବାପା ପୂର୍ବରୁ ୧୯୪୭ ମସିହାରେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିବାର ତଥ୍ୟ ମଧ୍ୟ ଦେଇଛନ୍ତି କୌଳିକ ପଣ୍ଡା। ସେପଟେ ଗତ ବର୍ଷ ମାର୍ଚ୍ଚ ୨୨ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସପରିବାର ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗର୍ଭଗୃହରେ ୧୫ମିନିଟ ଧରି ଦର୍ଶନ କରିବା ପରେ ମୁକ୍ତିମଣ୍ଡପରେ ବ୍ରାହ୍ଣଣାମାନଙ୍କ ଦ୍ୱାରା ବେଦପାଠ ଶୁଣିବା ପରେ ମା' ବିମଳା ଓ ଲକ୍ଷ୍ନୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ ସେ।

ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଐତିହ୍ୟ ବିକାଶ ପାଇଁ ୧ ଲକ୍ଷ ଟଙ୍କାର ଡ୍ରାଫ୍ଟ ସମର୍ପଣ ନିଧି ଦାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ନାଗାର୍ଜୁନ ବେଶର ଫଟୋଚିତ୍ର ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିବା ବେଳେ ଛତିଶା ନିଯୋଗ ମହାନାୟକଙ୍କ ପକ୍ଷରୁ ମହାପ୍ରଭୁଙ୍କ କରପଲ୍ଲବ ଉପହାର ଦିଆଯାଇଥିଲା। ସେପଟେ ଇତିହାସର ପ୍ରଥମ ଘଟଣା କି ବ୍ଲୁ ବୁକ୍ ସୁରକ୍ଷାକୁ ବାଦ ଦେଇ ବଡ଼ ଦାଣ୍ଡରେ ଓହ୍ଲାଇ ଶ୍ରୀନଅର ସମ୍ମୁଖରେ ଉପସ୍ଥିତ ଜନତାଙ୍କୁ ହାତ ହଲେଇ ଅଭିଭାଦନ ଗ୍ରହଣ କରିଥିଲେ।

ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଷୟରେ ମା' ବିମଳାଙ୍କ ବିଷୟରେ ଓ ଶ୍ରୀମନ୍ଦିରର ବିକାଶ ଯୋଜନା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସେପଟେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୌଳିକ ପଣ୍ଡା ମାନସିକ ଧ୍ୱଜା ଦେଇଥିବା ବେଳେ ତାହାହିଁ ଆଜି ନୀଳଚକ୍ର ଉପରେ ଉଡ଼ିଥିଲା ବୋଲି କହିଛନ୍ତି। ମନ୍ଦିର ପ୍ରବେଶ ବେଳେ ହାତ ଟେକି ଜୟ ଜଗନ୍ନାଥ କହିକି ଦର୍ଶନ କରିବା ପାଇଁ ଯାଇଥିବା ବେଳେ ରାସ୍ତାରେ ଗାଡ଼ିରୁ ଓହ୍ଲାଇ ଉପସ୍ଥିତ ଜନତାଙ୍କୁ କହିଲେ ଜୟ ଜଗନ୍ନାଥ। ଆଉ ଉତ୍ସାହିତ ହୋଇଥିଲେ ସେବାୟତ ଓ ଦର୍ଶନାର୍ଥୀ।

୨୦୧୮ରେ ସପରିବାର ପୁରୀ ଆସି ଦର୍ଶନ କରିଥିଲେ ସୁଦ୍ଧା ୨୦୨୧ ରାଷ୍ଟ୍ରପତିଙ୍କ ଦର୍ଶନ ଥିଲା ବେଶ ନିଆରା। ତେବେ କୋଭିଡ କଟକଣାକୁ ନେଇ ଦର୍ଶନ ସମୟରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଆଉ ସେତେବେଳେ ଶ୍ରୀମନ୍ଦିର ପାଣ୍ଠିକୁ ରାଷ୍ଟ୍ରପତିଙ୍କ ଦାନ ଭକ୍ତଙ୍କୁ ଓହ୍ଲାଇକି ଅଭିଭାଦନ ରାଷ୍ଟ୍ରପତିଙ୍କ ଗସ୍ତ ସହ ଯୋଡ଼ିଥିଲା ନୂଆ ଇତିହାସ।
Published by:Lipina Das
First published: