ଭୁବନେଶ୍ବର ଆସୁଛନ୍ତି ରାଷ୍ଟ୍ରପତି, ତାଙ୍କ ସ୍ବାଗତ ପାଇଁ ସଜେଇ ହେଇଛି ବାଣୀ ବିହାର

ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଘଣ୍ଟାଏ ବିତେଇବେ । ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ସେ 2,000 ଛାତ୍ରଛାତ୍ରୀଙ୍କ ସମେତ ମୋଟ ପ୍ରାୟ 4,250 ବ୍ୟକ୍ତିଙ୍କୁ ଉଦବୋଧନ ଦେବେ ।

ଭୁବନେଶ୍ବର ଆସୁଛନ୍ତି ରାଷ୍ଟ୍ରପତି, ତାଙ୍କ ସ୍ବାଗତ ପାଇଁ ସଜେଇ ହେଇଛି ବାଣୀ ବିହାର
ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଘଣ୍ଟାଏ ବିତେଇବେ । ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ସେ 2,000 ଛାତ୍ରଛାତ୍ରୀଙ୍କ ସମେତ ମୋଟ ପ୍ରାୟ 4,250 ବ୍ୟକ୍ତିଙ୍କୁ ଉଦବୋଧନ ଦେବେ ।
  • News18 Odia
  • Last Updated: December 6, 2019, 7:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ବାଗତ କରିବାକୁ ସଜେଇ ହେଇଛି ଉତ୍କଳ ବିଶ୍ବବିଦ୍ୟାଳୟ । ଆଠ ତାରିଖ ରବିବାର ଅପରାହ୍ନ 3ଟା 10ରେ ବିଶ୍ବବିଦ୍ୟାଳୟର 75 ବର୍ଷ ପୂର୍ତ୍ତି ତଥା ପ୍ଲାଟିନମ୍ ଜୁବଲିର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ସେ ।

ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ସହ ଉତ୍କଳ ବିଶ୍ବବିଦ୍ୟାଳୟର କୂଳାଧିପତି ତଥା ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିବେ । ଏହି ଅବସରରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ଋଷା) ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବାଣୀବିହାରର ପୁରୁଣା ସ୍ମୃତିକୁ ନେଇ ପ୍ରକାଶିତ ହୋଇଥିବା ସ୍ମୃତି ସଙ୍କଳନ ପୁସ୍ତିକା ଉନ୍ମୋଚନ କରିବେ ରାଷ୍ଟ୍ରପତି ।

ବିଶ୍ବବିଦ୍ୟାଳୟ ପରିସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଘଣ୍ଟାଏ ବିତେଇବେ । ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ଏଇ କାର୍ଯ୍ୟକ୍ରମରେ ପ୍ରାୟ 4,250 ଜଣ ଅତିଥି ରହିବେ । ସେଥିରୁ କେବଳ 2,000 ଛାତ୍ରଛାତ୍ରୀ । ସେମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟପତ୍ରର ବ୍ୟବସ୍ଥା କରାଯାଇଛି ।

"ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ସହ ଶିକ୍ଷକ, ବିଶିଷ୍ଟ ନାଗରିକ ଓ ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି । ପୂର୍ବତନ କୂଳପତିମାନଙ୍କୁ ମଧ୍ୟ ନିମନ୍ତ୍ରଣ ରହିଛି,” କହିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର କୂଳପତି ସୈାମେନ୍ଦ୍ର ମୋହନ ପଟ୍ଟନାୟକ । ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଛାତ୍ରଛାତ୍ରୀ ସମସ୍ତେ ଉତ୍ସାହିତ ଅଛନ୍ତି ଆଉ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି ।

ପୂର୍ବତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ବ ନେଇଥିବାବେଳେ ଶୃଙ୍ଖଳାର ସହ କିଭଳି କାର୍ଯ୍ୟକ୍ରମ ହେବ ସେ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନେ କେଉଁପଟେ ପ୍ରବେଶ କରିବେ, କେଉଁଠି ବସିବେ ଓ ତାଙ୍କର ଆତିଥ୍ୟ ସମେତ ପୂର୍ବତନ ଛାତ୍ରଛାତ୍ରୀଙ୍କ ଦାୟିତ୍ବ ଉତ୍କଳ ବିଶ୍ବବିଦ୍ୟାଳୟ ପୂର୍ବତନ ସଭାପତି ତନ୍ମୟ କୁମାର ସାହୁ ନେଇଛନ୍ତି ।

ରାଷ୍ଟ୍ରପତିଙ୍କ ଅଭିଭାଷଣର ସମ୍ଭାବ୍ୟ ରୂପରେଖ ଉପରେ ସଭିଙ୍କ ନଜର ରହିଛି । ଏହି ଅବସରରେ ରାଷ୍ଟ୍ରପତି ନିଜ ବକ୍ତବ୍ୟରେ କଣ କହିବେ, ଛାତ୍ରଛାତ୍ରୀଙ୍କୁ କି ବାର୍ତ୍ତା ଦେବେ, ଶିକ୍ଷାର ନୂତନ ଦିଗ ଓ ଆଧୁନିକ ଶିକ୍ଷାର ପରିଭାଷା କିଭଳି ହେବା ଦରକାର ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ସମାଜ ପ୍ରତି କି ଦାୟିତ୍ବ ରହିବା ଦରକାର ସେ ନେଇ ଉଦବୋଧନ ଦେଇପାରନ୍ତି ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ତେବେ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଉପରାଷ୍ଟ୍ରପତି ହମିଦ ଅନସାରୀ ପ୍ରମୁଖ ଆସିଥିବା ବେଳେ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରଥମ ଗସ୍ତ ହେବ । ​ ରାଷ୍ଟ୍ରପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।
First published: December 6, 2019, 7:41 PM IST
corona virus btn
corona virus btn
Loading