କାଠ କଣ୍ଢେଇ ଦେଲା ଜୀବନର ଶ୍ରେଷ୍ଠ ପୁରସ୍କାର; ପଦ୍ମଶ୍ରୀ ଗ୍ରହଣ କଲେ ମାଗୁଣି

କାଠ କଣ୍ଢେଇରେ ପୌରାଣିକ କାହାଣୀ ଚିତ୍ରଣ କରି ଲୋକକଳାକୁ ଉଜ୍ଜୀବିତ ରଖିଥିଲେ ମାଗୁଣି । ଆଜି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ଗ୍ରହଣ କରିଛନ୍ତି ପଦ୍ମଶ୍ରୀ ପୁରସ୍କାର ।

ପଦ୍ମଶ୍ରୀ ଗ୍ରହଣ କଲେ ମାଗୁଣି

ପଦ୍ମଶ୍ରୀ ଗ୍ରହଣ କଲେ ମାଗୁଣି

  • News18 Odia
  • Last Updated :
  • Other, India
  • Share this:


News18 Odia Digital

Padmashri Award: ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ କଣ୍ଢେଇ ନୃତ୍ଯଶିଳ୍ପୀ ମାଗୁଣି ଚରଣ କୁଅଁର । ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ବୁଧବାର ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆ ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ମାଗୁଣି ଚରଣ କୁଅଁର ।

କଣ୍ଢେଇ ତିଆରି ପାଇଁ ମାଗୁଣି ଚରଣ କୁଅଁର ବେଶ୍ ପ୍ରସିଦ୍ଧ ହାସଲ କରିଛନ୍ତି। ପୂର୍ବରୁ ତାଙ୍କୁ କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ପୁରସ୍କାର ମିଳିଥିଲା । କାଠ କଣ୍ଢେଇ ନାଚ ପାଇଁ ଓଡ଼ିଶା ସରକାର ମାଗୁଣି କୁଅଁରଙ୍କୁ ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରିଛନ୍ତି । କାଠ କଣ୍ଢେଇରେ ପୌରାଣିକ କାହାଣୀ ଚିତ୍ରଣ କରି ଲୋକକଳାକୁ ଉଜ୍ଜୀବିତ କରିଥିଲେ ମାଗୁଣି ।

ଚଳିତବର୍ଷ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ର, କଳାରେ କ୍ରୀଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।




Published by:Soumya Das
First published: