News18 Odia Digital
ନୂଆ ଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ (President Ram Nath Kovind) ସ୍ୱାସ୍ଥ୍ୟ ଶୁକ୍ରବାର ଦିନ ହଠାତ୍ ଖରାପ ହୋଇଯାଇଛି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆର୍ମି ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ରାଷ୍ଟ୍ରପତିଙ୍କ ଅବସ୍ଥା ଏବେ ସ୍ଥିର ରହିଛି ।
ହସପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ରାଷ୍ଟ୍ରପତିଙ୍କର ରୁଟିନ୍ ମେଡିକାଲ୍ ଚେକ୍-ଅପ୍ କରାଯାଇଛି । ଏକ ବିବୃତ୍ତିରେ ଶୁକ୍ରବାର ଦିନ ନୂଆ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ (ଆର୍. ଆଣ୍ଡ୍ ଆର୍.) ହସ୍ପିଟାଲ କହିଛି ଯେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଛାତିରେ ଯନ୍ତ୍ରଣାର ଅନୁଭବ କରିବା ପରେ ତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ଅଣାଯାଇଥିଲା । ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଓ ବର୍ତ୍ତମାନ ତାଙ୍କ ସ୍ଥିତି ଉପରେ ନଜର ରହିଛି ବୋଲି କହିଛି ହସପିଟାଲ୍ ।
ଏହା ବି ପଢ଼ନ୍ତୁ | ପିପିଲି Bypoll ପାଇଁ BJD ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲାଆର୍ମି ଆର୍ ଆଣ୍ଡ୍ ଆର୍ ମେଡିକାଲ ବୁଲେଟିନ୍ରେ କୁହାଯାଇଛି, ‘‘ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ସକାଳେ ଛାତିଜନିତ ସମସ୍ୟା ଅନୁଭବ କରିବା ପରେ ନୂଆ ଦିଲ୍ଲୀର ଆର୍ମି ହସ୍ପିଟାଲକୁ (ଆର୍ ଆଣ୍ଡ୍ ଆର୍) ଆସିଥିଲେ । ତାଙ୍କର ନିୟମିତ ପରୀକ୍ଷା ଚାଲିଛି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।’’
ଏହା ବି ପଢ଼ନ୍ତୁ | ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ସରକାର; କାରଣ ବେକାବୁ କରୋନାପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟକୁ (ପି.ଏମ୍.ଓ.) ଏହା ବିଷୟରେ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟରେ ସୂଚନା ପାଇବା ପରେ ମୋଦି ତାଙ୍କ ପୁଅ ପ୍ରଶାନ୍ତ କୁମାରଙ୍କ ସହ ଫୋନରେ କଥା ହୋଇଛନ୍ତି ଓ ରାଷ୍ଟ୍ରପତିଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ରାଷ୍ଟ୍ରପତି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରଧାନ ମନ୍ତ୍ରୀ ମୋଦି କାମନା କରିଛନ୍ତି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦୁଇ-ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି । ସେଠାରୁ ସେ ଟେଲିଫୋନରେ କୋବିନ୍ଦଙ୍କ ପୁଅଙ୍କ ସହ କଥା ହୋଇଥିଲେ । ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡ଼ୁ ବି ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଛନ୍ତି ଓ ତାଙ୍କ ଆଶୁ ଆରୋଗ୍ୟ ତଥା ଦୀର୍ଘ ଜୀବନ କାମନା କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତଏହି ସପ୍ତାହର ଆରମ୍ଭରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସପତ୍ନୀକ ତିନି-ଦିନିଆ ଓଡ଼ିଶା ଗସ୍ତର ଆସି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ୨୦୧୮ ପରେ ଏହା ଥିଲା ତାଙ୍କର ଦ୍ୱିତୀୟ ପୁରୀ ଗସ୍ତ ଓ ମହାପ୍ରଭୁଙ୍କ ଦର୍ଶନ । ଦୁଇ ହାତ ଟେକି ସପତ୍ନୀକ ଜୟ ଜଗନ୍ନାଥ କହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ କୋବିନ୍ଦ । ମନ୍ଦିରର ଗର୍ଭଗୃହରେ ସେ ୧୫ ମିନିଟ ଧରି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଥିଲେ ।
ବଡ଼ ଦାଣ୍ଡରେ ଯାଉଥିବା ବେଳେ ଶ୍ରୀନଅର ପାଖରେ କାରକେଡକୁ ରଖି ବ୍ଲୁ ବୁକ୍ ସୁରକ୍ଷାକୁ ବାଦ୍ ଦେଇ ଗାଡିରୁ ଓହ୍ଲାଇ ଚାଲିଚାଲି ଯାଇଥିଲେ ଓ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଜନତାଙ୍କୁ ହାତ ହଲାଇ ‘‘ଜୟ ଜଗନ୍ନାଥ’’ କହିଥିଲେ । ପୁଣି ଫେରିବା ବେଳକୁ ମନ୍ଦିରର ବିକାଶ କାର୍ଯ୍ୟ ପାଇଁ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ଡ୍ରାଫ୍ଟ ଦ୍ୱାରା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିଥିଲେ ସେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।