News18 Odia Digital
ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାର୍ଚ୍ଚ ୨୨ରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ୨୦ ତାରିଖରୁ ସେ ରହିବାକୁ ଥିବା ଜାଗାକୁ ସ୍ୱତନ୍ତ୍ର ସୁରକ୍ଷା ପାଇଁ ତାଙ୍କ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯିବ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାଷ୍ଟ୍ରପତିଙ୍କର କୌଳିକ ପଣ୍ଡା ତାଙ୍କୁ ପାଛୋଟି ନେବାର କାର୍ଯ୍ୟକ୍ରମ ବି ରହିଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ୱିତୀୟ ଥର ଲାଗି ପୁରୀ ଗସ୍ତରେ ଆସୁଛନ୍ତି । ସେ ୨୨ ତାରିଖରେ ଦିନିକିଆ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଓ କୋଣାର୍କର ସୂର୍ଯ୍ୟମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ କରାଯାଇଥିଲା । ଏଥି ଲାଗି ପୁରୀ ଓ କୋଣାର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି଼ କରାଯିବା ସହ ଦୁଇଟି ସ୍ଥାନରେ ହେଲିପ୍ୟାଡକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସୁରକ୍ଷା ତଦାରଖ ଟିମ୍ ୨୦ ତାରିଖରେ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିବେ ।
ଏହା ବି ପଢ଼ନ୍ତୁ | ତାମିଲ ନାଡୁରେ ନାରୀ ଶକ୍ତି? ଗୃହିଣୀମାନଙ୍କୁ ପ୍ରତି ମାସ ୧,୦୦୦ ଟଙ୍କା ମିଳିବ, କହିଲା DMK‘‘ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨୨ ତାରିଖରେ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୂର୍ବାହ୍ନ ୧୦ଟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ସେ ପହଞ୍ଚିବେ। ସେଠାରୁ ସିଧାସଳଖ ସ୍ୱତନ୍ତ୍ର ସର୍କିଟ ହାଉସକୁ ଯିବେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। କିଭଳି ଶ୍ରୀମନ୍ଦିରର ନୀତିକାନ୍ତି ଶୃଙ୍ଖଳିତ ହେବ ସେ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଗତ ଥର ପୁରୀ ଗସ୍ତ ସମୟରେ ଶ୍ରୀମନ୍ଦିରରେ ସପତ୍ନୀକ କୋବିନ୍ଦ
ପୁରୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ସ୍ୱତନ୍ତ୍ର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ। ଗତ ଥର ତାଙ୍କ ପାଇଁ ମହାପ୍ରସାଦ ସହ ମେ'ଫେୟାର ହୋଟେଲ ଦ୍ୱାରା ଖାଦ୍ୟ ପ୍ରସ୍ତୁତ କରିବା ବ୍ୟବସ୍ଥା କରାଯାଇଥିଲା । ହେଲେ ଏଯାବତ ତାଙ୍କର ଗସ୍ତସୂଚୀ ଆଦି ସମ୍ପର୍କରେ ସବିଶେଷ ସୂଚନା ଆସିନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।
ଏହା ବି ପଢ଼ନ୍ତୁ | ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସମାର୍ଚ୍ଚ ୧୮, ୨୦୧୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଆସିଥିବା ବେଳେ ତାଙ୍କର ରାଜଭବନରେ ରହିବାର ଥିଲା । ହେଲେ ତାହା ବିପଦସଙ୍କୁଳ ଥିବାରୁ ତୁରନ୍ତ ପୁରୀ ସର୍କିଟ ହାଉସରେ ଭିଭିଆଇପି ରୁମକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ତା’ ସହ ସେହିଭଳି ସାତଟି ରୁମକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ସୁନ୍ଦର କାରୁକାର୍ଯ୍ୟପୁର୍ଣ୍ଣ ଖଟ ମଧ୍ୟ ଅଣାଯାଇଥିଲା । ସେହି ସୁଟଗୁଡି଼କୁ ମହୋଦଧି, ଶ୍ୱେତଗଙ୍ଗା ଓ ପାର୍ବତୀ ସାଗର ଆଦି ପଞ୍ଚତୀର୍ଥର ନାମକରଣ କରାଯାଇଥିଲା । ଏ ଥର ରାଷ୍ଟ୍ରପତି ଆସିଲେ ସର୍କିଟ ହାଉସର ସେହି ସୁଟଗୁଡି଼କରେ ରହିବେ । ତାଙ୍କ ଖାଦ୍ୟପେୟ କଥା ରାଷ୍ଟ୍ରପତି ଭବନରୁ ଆସିଥିବା ମେନ୍ୟୁ ଓ ଅର୍ଡ଼ର ଅନୁସାରେ ତିଆରି କରି ଦିଆଯିବ ।
ଏହା ବି ପଢ଼ନ୍ତୁ | ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ନ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!‘‘ଗତ ଥର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ଧର୍ମପତ୍ନୀ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦଙ୍କ ପାଇଁ ସ୍ୱତନ୍ତ୍ର ସୁଟର ବନ୍ଦୋବସ୍ତ କରାଯାଇଥିଲା । ଏ ଥର ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଷ୍ଟ୍ରପତି ଭବନର ଅନେକ ଅଧିକାରୀ ଆସୁଥିବାରୁ ସର୍କିଟ ହାଉସର ଭିଭିଆଇପି ସୁଟକୁ ସ୍ୱତନ୍ତ୍ର ରୁପ ଦିଆଯାଉଛି । ଦୁଇ ଦିନ ଭିତରେ ରଙ୍ଗକାମ ଓ ମରାମତି କାମ ଶେଷ କରାଯିବ । ବ୍ଲୁ ବୁକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ୨୦ ତାରିଖରୁ ରାଷ୍ଟ୍ରପତିଙ୍କ ରହିବା ଜାଗାକୁ ସ୍ୱତନ୍ତ୍ର ସୁରକ୍ଷା ପାଇଁ ତାଙ୍କ ସୁରକ୍ଷା ଟିମକୁ ହସ୍ତାନ୍ତର କରାଯିବ,’’ କହିଛନ୍ତି ସର୍କିଟ ହାଉସ ମ୍ୟାନେଜର ଅଶୋକ ଦାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଓଃ କି ନାଚ! ବିବାହ ବେଦିରେ ସାତ ଫେରା ବେଳେ ବର ଓ କନ୍ୟା ମନ ଭରି ନାଚିଲେ; VIDEO ଭାଇରାଲ୍ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସବୁ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଏ.ଏସ୍.ଆଇ. ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ କୋଣାର୍କ ଏନ୍.ଏ.ସି.ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
କୋବିନ୍ଦଙ୍କର ପୁରୀ ଶ୍ରୀମନ୍ଦିର ଦର୍ଶନ ସହ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତାଙ୍କ କାର୍କେଡ଼ରେ ରହିବ ୨୫ଟି ଇନୋଭା । ସୁରକ୍ଷା ଦାୟିତ୍ୱରେ ତଦାରଖ କରିବେ ପୁରୀ ଏସ୍.ପି. । ଆମ୍ବୁଲାନ୍ସ ସହ ରହିବେ ତିନୋଟି ଡାକ୍ତରୀ ଦଳ। ସ୍କ୍ରୀନିଂ ଓ ଆଣ୍ଟିଜେନ୍ ଟେଷ୍ଟିଂ ପାଇଁ ସି.ଡି.ଏମ୍.ଓ.ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ‘‘ଶ୍ରୀମନ୍ଦିର ଠାରୁ ଟାଉନ୍ ଥାନା ପର୍ଯ୍ୟନ୍ତ ଅଞ୍ଚଳକୁ ବ୍ୟାରିକେଡିଂ କରାଯିବ । ତାହା ସହ କୋଣାର୍କ ଓ ପୁରୀ ହେଲିପ୍ୟାଡ, ସର୍କିଟ ହାଉସ୍ ଓ ଯାତ୍ରୀ ନିବାସକୁ ମଧ୍ୟ ବ୍ୟାରିକେଡିଂ କରାଯିବ । ଶ୍ରୀମନ୍ଦିର ପାଖରେ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ,’’ କହିଛନ୍ତି ପୁରୀ ଏସ୍.ପି. କୱଁର ବିଶାଳ ସିଂ ।
କୋଣାର୍କ ଏନ୍.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ. ଶ୍ରୀନିବାସନ କହିଛନ୍ତି ଯେ ରାଷ୍ଟ୍ରପତି ପୁରୀ ମନ୍ଦିର ସକାଳ ସମୟରେ ଦର୍ଶନ କରିବା ପରେ ଅପରାହ୍ଣରେ କୋଣାର୍କ ଯିବେ । ତେଣୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ସହ ଯାତ୍ରୀ ନିବାସ ଠାରୁ ସୂର୍ଯ୍ୟ ମନ୍ଦିର ରାସ୍ତାକୁ ବ୍ୟାରିକେଡିଂ କରାଯିବ । ଯାତ୍ରୀ ନିବାସରେ ରିଫ୍ରେସମେଣ୍ଟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ତା’ ସହିତ କୋଣାର୍କରେ ହେଲିପ୍ୟାଡକୁ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି କରାଯାଉଛି ।
ଏହା ବି ପଢ଼ନ୍ତୁ | India Toy Fair 2021: PM କହିଲେ ଖେଳନା ଶିଳ୍ପରେ ଲୁକ୍କାୟିତ ଶକ୍ତିକୁ ବଢ଼ାଇବା ଆବଶ୍ୟକ‘‘ମହାମହିମ କେଉଁ ସମୟରେ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବେ ତା’ର କାର୍ଯ୍ୟକ୍ରମ ଆସିବା ପରେ ସେହି ସମୟ ପାଇଁ କୋଣାର୍କ ମନ୍ଦିରକୁ ସମ୍ପୁର୍ଣ୍ଣ ଭାବେ ସିଲ୍ କରାଯିବ । ତେଣୁ ୨୨ ତାରିଖ ଦିନ ଆବଶ୍ୟକ ପଡିଲେ ଅପରାହ୍ଣ ୨ଟାରୁ ୪ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ପ୍ରବେଶ କଟକଣା ରହିପାରେ,’’ କହିଛନ୍ତି ଶ୍ରୀନିବାସନ ।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ତାଙ୍କର କୌଳିକ ପଣ୍ଡାଙ୍କ ତାଲିକା ରାଷ୍ଟ୍ରପତି ଭବନକୁ ପଠାଯିବ । ସେଠାରୁ ଅନୁମୋଦନ ହେଲେ ସେ ସେଠି ରହିବେ । କେଉଁ ସମୟରେ ମହାମହିମଙ୍କ ଦର୍ଶନ ବ୍ୟବସ୍ଥା ହେବ ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସବୁ ବ୍ୟବସ୍ଥା ଗ୍ରହଣ କରିବ । ରାଷ୍ଟ୍ରପତିଙ୍କ ପୁର ଗସ୍ତକୁ ନେଇ ସବୁ ସେବାୟତମାନେ ଖୁସି ବ୍ଯକ୍ତ କରିଥିବା ବେଳେ ସହରବାସୀ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।