ମମତା ମେଳିରୁ ଦୂରେଇଲେ CM ନବୀନ; ରାଜନାଥ ସିଂଙ୍କ ସହ ହେଲେ କଥା

ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଅଙ୍କକଷା ଚାଲିଥିବା ବେଳେ ନବୀନ ପଟ୍ଟନାୟକ କାହା ସହ ଯିବେ ତାକୁ ନେଇ ଚର୍ଚ୍ଚା। ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

ମମତା ମେଳିରୁ ଦୂରେଇଲେ CM ନବୀନ

ମମତା ମେଳିରୁ ଦୂରେଇଲେ CM ନବୀନ

  • Share this:
News18 Odia Digital

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ପ୍ରକାଶ ପାଇଥିଲା ବିଜ୍ଞପ୍ତି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ବିଧାନସଭା ନୋଟିସ ବୋର୍ଡରେ ବିଜ୍ଞପ୍ତି ଲାଗିଛି। ୨୯ ତାରିଖ ନାମାଙ୍କନ ଶେଷ ଦିନ ଥିବା ବେଳେ ୨ ତାରିଖ ପ୍ରତ୍ୟାହାର ଶେଷ ସମୟ।

ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଅଙ୍କକଷା ଚାଲିଥିବା ବେଳେ ନବୀନ ପଟ୍ଟନାୟକ କାହା ସହ ଯିବେ ତାକୁ ନେଇ ଚର୍ଚ୍ଚା। ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବୁଧବାର ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ବିଧାନସଭା ନୋଟିସ ବୋର୍ଡରେ ବିଜ୍ଞପ୍ତି ଲାଗିଛି। ଜୁଲାଇ ୧୮ ତାରିଖରେ ଭୋଟ ଥିବା ବେଳେ ବୁଧବାରଠୁ ଆରମ୍ଭ ହୋଇଥିଲା ନାମାଙ୍କନ।

ଜୁନ ୨୯ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆଉ ୩୦ରେ ପ୍ରାର୍ଥୀପତ୍ର ଯାଞ୍ଚ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ସମୟ ରହିଛି ଜୁଲାଇ ୨ ତାରିଖ। ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ହେବ ଭୋଟ ଗ୍ରହଣ। ବିଧାୟକ ଓ ସାଂସଦମାନେ ସେମାନଙ୍କ ଭୋଟ ଦେଇପାରିବେ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବ୍ୟବସ୍ଥା ହୋଇଥିବା କହିଛନ୍ତି ସହକାରୀ ରିଟର୍ଣ୍ଣ ଅଫିସର। ରାଷ୍ଟ୍ରପତି କିଏ ହେବ ଏ ନେଇ କାର୍ଡ଼ ଖୋଲିନାହାଁନ୍ତି ଶାସକ ଓ ବିରୋଧି କ୍ୟାମ୍ପ।

ରାଇସିନା ହିଲ ରେସକୁ ନେଇ ଲାଗି ରହିଛି ରାଜନୈତିକ ଛକାପଞ୍ଝା। ବିରୋଧୀ ଓ ଅଣ ବିଜେପି ଦଳଙ୍କ ଭୋଟ ପ୍ରତିଶତ ୫୧.୧ ଥିବାବେଳେ ବିଜେପି ପାଖରେ ରହିଛି ୪୮.୯ ପ୍ରତିଶତ ଭୋଟ। ନିର୍ବାଚନ ଜିତିବା ପାଇଁ ବିଜେପିକୁ ଆବଶ୍ୟକ ପଡୁଛି ୧.୨ ପ୍ରତିଶତ ଭୋଟ। ବିଜେଡିର ୨୧ ସାଂସଦଙ୍କ ଭୋଟ ୧୪,୮୩୮ ଥିବା ବେଳେ ବିଧାୟକଙ୍କ ଭୋଟ ରହିଛି ୧୬, ୮୩୬। ଯାହାକି କଲେଜିଅମର ପ୍ରାୟ ୩ ପ୍ରତିଶତ ଭୋଟ। ଶାସକ ଦଳ ସଂଖ୍ୟା ଯୋଗାଡ଼ରେ ବ୍ୟସ୍ତ ଥିବା ବେଳେ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖିଆଙ୍କ ଏକାଠି କରିବାକୁ ଉଦ୍ୟମ କରିଛନ୍ତି।

ଓଡ଼ିଶାରୁ ନବୀନଙ୍କୁ ଡକାଯାଇଥିଲେ ବି କେହି ସାମିଲ ହୋଇନଥିବା ସୂଚନା ମିଳିଛି। ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିବା ସୂଚନା ମିଳିଛି।

ଟେଲିଫୋନ ଯୋଗେ ନବୀନଙ୍କ ସହ କିଛି ସମୟ ଆଲୋଚନା କରିଥିବା ସୂତ୍ରରୁ ଜଣା ପଡ଼ିଛି। ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ନବୀନ ଏଯାଏ କାର୍ଡ଼ ଖୋଲିନଥିବା ବେଳେ ମମତା ମେଳିରୁ ନିଜକୁ ଦୂରେଇ ରଖିଛନ୍ତି। ସେହି ସମୟରେ ରାଜନାଥ ସିଂ କଥା ହେବା ପ୍ରସଙ୍ଗର ଗୁରୁତ୍ବ ବଢେଇ ଦେଇଛି।

ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଗୁରୁତ୍ଵ ବଢ଼ିଥିବାରୁ ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି କହିଛି ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ। ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ କହିଛନ୍ତି, "ରାଷ୍ଟ୍ରପତି ନିର୍ବାଚନରେ ବିଜୁ ଜନତା ଦଳର କଣ ଆଭିମୁଖ୍ୟ ହେବ ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ସମସ୍ତେ ଚାହିଁ ବସିଛନ୍ତି ନବୀନ ପଟ୍ଟନାୟକ କି ନିଷ୍ପତ୍ତିକୁ।’’

ତେଣୁ ଖୁବ୍ ଶୀଘ୍ର ଏ ଦିଗରେ ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏନଡିଏ ସହଯୋଗୀ ଓ ଅନ୍ୟ ଦଳଙ୍କ ସହଯୋଗରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହଛନ୍ତି,"ବିଜେପି ଓ ବିଜେଡ଼ି ଉପରକୁ କଳି ଲାଗୁଥିଲେ ବି ଭିତରେ ଏକାଠି। ଜାତୀୟ ରାଜନୀତିରେ ନବୀନ ମାପି ଚୁପି ଗୋଟି ଚାଳନା କରୁଥିବା ବେଳେ ଅନେକ ସମୟରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅନେକ କ୍ଷେତ୍ରରେ ସମଦୂରତା ରଖି ଆସୁଥିବା ନବୀନ ବିଗତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଭିନ୍ନ ଆଭିମୁଖ୍ୟ ଦେଖାଇଥିବା ବେଳେ ଚଳିତ ନିର୍ବାଚନ କଣ ନିଷ୍ପତ୍ତି ନେଇଛନ୍ତି ତାହା ଉପରେ ବର୍ତ୍ତମାନ ସମସ୍ତ ନଜର।
Published by:Lipina Das
First published: