ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ PM ମୋଦି; CM ନବୀନ ବି ଦେଲେ ଭୋଟ

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭୋଟ ପ୍ରଦାନ କରିଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭୋଟ୍ ଦେଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନ

ରାଷ୍ଟ୍ରପତି ନିର୍ବାଚନ

  • Share this:
News18 Odia Digital

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଭୋଟ ପ୍ରଦାନ କରିଛନ୍ତି। ନିଜର ଭୋଟ ପ୍ରଦାନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲୀନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭୋଟ୍ ଦେଇଛନ୍ତି।

ଭାରତର ରାଷ୍ଟ୍ରପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ​​ଗୁଜୁରାଟ ସିଏମ ଭୁପେନ୍ଦ୍ର ପଟେଲ ଗାନ୍ଧିନଗରରେ ନିଜର ଭୋଟ୍ ଦେଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭାରେ ପହଞ୍ଚି ଭୋଟ୍ ଦେଇଛନ୍ତି।

ଏହି ସମୟରେ ଦାର୍ଜିଲିଂ ବିଜେପି ବିଧାୟକ ନୀରଜ ତମାଙ୍ଗ ଜିମ୍ବା କହିଛନ୍ତି, 'ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜିତି ସାରିଛନ୍ତି। ପରିସଂଖ୍ୟାନ କହୁଛି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ।

ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ବିଜେପି ବିଧାୟକମାନେ ରାଜ୍ୟ ବିଧାନସଭା ପାଇଁ ପଶ୍ଚିମ କୋଲକାତା ଯାତ୍ରା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଆଜି ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
Published by:Soumya Das
First published: