ରାଷ୍ଟ୍ରପତିଙ୍କ ଆଖିରୁ ଝରିଲା ଲୁହ; ହୃଦୟ ଛୁଇଁଲା ଭାବଭରା ଅଭିଭାଷଣ

President Droupadi wept: ଗାଁ ଲୋକଙ୍କୁ ଦେଖି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଖିରେ ଆସିଗଲା ଲୁହ।

ରାଷ୍ଟ୍ରପତିଙ୍କ ଆଖିରେ ଲୁହ

ରାଷ୍ଟ୍ରପତିଙ୍କ ଆଖିରେ ଲୁହ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

President Droupadi wept: ଦ୍ରୌପଦୀ ମୁର୍ମୁ ଯେତେବେଳେ ବି ରାଷ୍ଟ୍ରପତି ଭବନରୁ ବାହାରନ୍ତି କିଛି ନା କିଛି ରୋଚକ କାହଣୀ ଶୁଣିବାକୁ ଓ ଦୃଶ୍ୟ ଦେଖିବାକୁ ମିଳେ। କାରଣ ଅନ୍ୟ ରାଷ୍ଟ୍ରପତିଙ୍କ ଭଳି ଦ୍ରୌପଦୀ VVIP ପ୍ରୋଟୋକଲ୍‌ ମାନିବା କିମ୍ବା ଲୋକଙ୍କ ଠାରୁ ଦୂରେଇ ରହିବା ଭଳି ଆଚରଣ କରନ୍ତିନି । ସେ ସାଧାରଣ ଲୋକଙ୍କୁ ଭେଟିବାକୁ ବି ପ୍ରୋଟୋକଲ୍‌ ଭାଙ୍ଗନ୍ତି, ହାତ ମିଳାନ୍ତି, ହସ ହସ ମୁହଁରେ ବେଶ୍‌ ଆରାମରେ କଥା ହେଉଛନ୍ତି । ରାଷ୍ଟ୍ରପତିଙ୍କ ଲୋକାଭିମୁଖୀରେ ଆଚରଣରେ ଏଥର ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ସାଧାରଣ ସହଯୋଗୀଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଆଖିରୁ ଝରିଲା ଲୁହ ।

କେଉଁଠି ଓ କାହିଁକି ରାଷ୍ଟ୍ରପତିଙ୍କ ଆଖି ଛଳଛଳ ହେଲା ?

ଜନ୍ମମାଟିକୁ ଆସି ରାଷ୍ଟ୍ରପତି ହେଲେ ଭାବବିହ୍ବଳ । ଶାଶୂଘର ପାହାଡ଼ପୁରଠାରୁ ଆରମ୍ଭ କରି ନିଜ ଘର ମହୁଲଡିହା ଓ ଉପରବେଡ଼ା ଗାଁ ସବୁଠି ସ୍ମୃଚି ସାଉଁଟି ଭାବବିହ୍ବଳ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତିଙ୍କ ଆଖି ଛଳଛଳ ହୋଇଯାଇଥିଲା ଯେତେବେଳେ ସେ ଯୋଗ ଦେଇଥିଲେ ନାଗରିକ ସମ୍ବର୍ଦ୍ଧନା ସଭାରେ । ଗୁରୁବାର ରାଇରଙ୍ଗପୁର ଷ୍ଟାଡିୟମରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ନାଗରିକମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ରାଷ୍ଟ୍ରପତି । ସେମାନେ ଦ୍ରୌପଦୀଙ୍କ ସହିତ ପୂର୍ବରୁ ଅତି ନିକଟତର ଭାବେ ରହି କାମ କରିଥିଲେ । ଏପରିକି ସ୍ବାମୀ ଓ ପୁଅଙ୍କ ମୃତ୍ୟୁ ପରେ ସେମାନେ ଦ୍ରୌପଦୀଙ୍କୁ ମାନସିକ ଭାବେ ସହାୟତା ଓ ସାହସ ଦେଇଥିଲେ । ଏହି ପୁରୁଣା ଲୋକଙ୍କୁ ଦେଖିବା ପରେ ବୋଧ ହୁଏ ମନେ ପଡ଼ି ଯାଇଥିଲା ପୁରୁଣା କଥା ଓ ଭାବବିହ୍ବଳ ହୋଇ ପଡ଼ିଥିଲେ ମହାମହିମ ।

ମଞ୍ଚ ଉପରେ ନାଗରିକ ସମ୍ବର୍ଦ୍ଧନା ପାଇଁ ସ୍ଥିର ହୋଇଥିଲା । ହେଲେ ଦ୍ରୌପଦୀ ଏମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଷ୍ଟେଜ୍‌ରୁ ଓହ୍ଲାଇ ଆସିଥିଲେ । ଜଣ ଜଣ କରି ଉପଢୌକନ ପିନ୍ଧାଇ ସମ୍ମାନିତ କରିଥିଲେ ଏବଂ ତାଙ୍କର ସହାୟତା ପାଇଁ ଧନ୍ୟବାଦ ବି ଦେଇଥିଲେ । ସେତେବେଳେ କିଛି ସମୟ ପାଇଁ ରାଷ୍ଟ୍ରପତି ଅଟକି ଯାଇଥିଲେ । ଆଉ ତାଙ୍କ ଆଖିରୁ ଝରି ଆସିଥିଲା ଲୁହ ଓ କୋହ ସମ୍ଭାଳି ସେ ଲୁହ ପୋଛିଥିଲେ । ଯେଉଁ ସମ୍ମାନସ୍ପଦ ଓ ପ୍ରଣମ୍ୟ ବ୍ୟକ୍ତିମାନଙ୍କ ଆଶୀର୍ବାଦରୁ ସେ ଏତେ ଗୌରବ ଅର୍ଜନ କରିଛନ୍ତି, ଆଜି ସେଇମାନଙ୍କୁ ନିଜ ହାତରେ ସମ୍ବର୍ଦ୍ଧିତ କଲା ବେଳେ ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ନାଗରିକ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ନିସ୍ତବ୍ଧ ହୋଇ ଯାଇଥିଲା ପୂରା ପରିବେଶ । ଏହା ପ୍ରମାଣିତ କରିଥିଲା ଯେ ବରିଷ୍ଠ ନାଗରିକଙ୍କ ପ୍ରତି କେତେ ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରିଥିଲେ ରାଷ୍ଟ୍ରପତି । ଏହା ରାଷ୍ଟ୍ରପତିଙ୍କ ମହନୀୟତାର ଆଉ ଏକ ଉଦାହରଣ ସୃଷ୍ଟି କରିଥିଲା ।...





ପଢ଼ନ୍ତୁ ଏହି ଖବର:  ଦ୍ବିତୀୟ ଇନିଂସ ଆରମ୍ଭ କରିବେ ପୁରୀ ଜିଲ୍ଲାପାଳଙ୍କ ସହ ରାୟଗଡ଼ା ଜିଲ୍ଲାପାଳ

ଦ୍ରୌପଦୀଙ୍କ ଭାବଭରା ଅଭିଭାଷଣ

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଏଥିରେ ସବୁଠୁ ଅଧିକ ଜୋର ଦେଇଥିଲେ କର୍ମଭୂମି ରାଇରଙ୍ଗପୁର ଉପରେ । କହିଥିଲେ ରାଇରଙ୍ଗପୁରରେ ତାଙ୍କର ପୁନର୍ଜନ୍ମ ହୋଇଥିଲା । ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ତାଙ୍କ ପାଇଁ ରାଇରଙ୍ଗପୁର ନାଁ ବିଖ୍ୟାତ ହୋଇନି, ବରଂ ରାଇରଙ୍ଗପୁର ଯୋଗୁଁ ତାଙ୍କ ଦେଶରେ ଲୋକ ଜାଣି ପାରିଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ ରାଷ୍ଟ୍ରପତି, ସେ କହିଥିଲେ ସେ ଏମିତି ଏକ ଜାଗାକୁ ଆସି ଯାଇଛନ୍ତି, ଯେଉଁଠି ସମସ୍ତେ ତାଙ୍କୁ ଯୋଗାଯୋଗ କରିପାରିବେନି, ଭେଟିପାରିବେନି । କିନ୍ତୁ ସଦା ସର୍ବଦା ଲୋକଙ୍କ ପାଇଁ ଅଛନ୍ତି ଓ ଯେତେବେଳେ ସମ୍ଭବ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି କହିଥିଲେ । ଆଉ ଏହି କିଛି କଥା ଉପସ୍ଥିତି ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା ।
Published by:Lipina Das
First published: