ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଏଥର ବୁଲିଯିବେ ନିଜ କଲେଜକୁ

ଏଥର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ଉତ୍କଳ ବିଶ୍ୱିଦ୍ୟାଳୟ ସହ ଆଇ.ଆଇ.ଟି. ଗସ୍ତର କାର୍ଯ୍ୟକ୍ରମ ବି ରହିଛି। ମୟୂରଭଞ୍ଜ ନିଜ ଜିଲ୍ଲା ଯିବା ନେଇ ସୂଚନା ମିଳିଛି।

ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବା ଶୁଣିବାକୁ ମିଳିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି। ଏହା ସହ ନିଜର ପୁରୁଣା କଲେଜ ରମାଦେବୀ ବିଶ୍ଵବିଦ୍ୟାଳୟ ପରିଦର୍ଶନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି। ତେବେ ଏନେଇ ରାଷ୍ଟ୍ରପତି ଭବନରୁ ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ।

ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି। ଏଥର ମଧ୍ୟ ୩ ଦିନିଆ ଗସ୍ତରେ ଆସି ବିଭିନ୍ନ ବିଶ୍ଵ ବିଦ୍ୟାଳୟ ବୁଲିବାର କାର୍ଯ୍ୟକ୍ରମ ରହିଛି। ଯଦିଓ ରାଷ୍ଟ୍ରପତି ଭବନରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଡିସେମ୍ବର ମାସରେ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଓଡ଼ିଶା ଆସିଲେ ଉତ୍କଳ ବିଶ୍ୱବଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ବର ଆଇ.ଆଇ.ଟି. ସହ ମୟୁରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ରହିଛି। ରମାଦେବୀ ବିଶ୍ଵବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି ଯେ ଅଗଷ୍ଟ ମାସରୁ ତାଙ୍କୁ ନିମନ୍ତ୍ରଣ ରହିଛି ହେଲେ ଏବେ ସୁଦ୍ଧା ତା'ର ଉତ୍ତର ମିଳିନାହିଁ।

ସେହିଭଳି ଆଇ.ଆଇ.ଟି. ପକ୍ଷରୁ ମଧ୍ୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି। ହେଲେ ତା'ର ଉତ୍ତର ଆସିନାହିଁ ବୋଲି ଆଇ.ଆ.ଟି. କର୍ତ୍ତୃପକ୍ଷ କହିଛନ୍ତି।

ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଆସନ୍ତା ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ରହିଛି। ହେଲେ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ଉତ୍ତର ମିଳିନଥିବା କହିଛନ୍ତି ଉତ୍କଳ ବିଶ୍ଵ ବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ। ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିଷୟରେ କହିଥିଲେ। ବହୁ ଆଗରୁ ରାଷ୍ଟ୍ରପତିଙ୍କୁ ବିଶ୍ଵବିଦ୍ୟାଳୟ ତରଫରୁ ନିମନ୍ତ୍ରଣ ଦିଆଯାଇଛି। ଆଶା ସେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ଆସନ୍ତାକାଲି ଉତ୍କଳ ବିଶ୍ଵବିଦ୍ୟାଳୟ ପାଲିବ ୮୦ତମ ପ୍ରତିଷ୍ଠା ଦିବସ। ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ଏହାରି ଭିତରେ ଅନେକ ଉନ୍ନତି କରିଥିବାବେଳେ NAAC A+ ମାନ୍ୟତା ପାଇଛି। ଆଗକୁ ନୂଆ ଶିକ୍ଷା ନୀତି ଆଧାରରେ ଅନେକ ଯୋଜନା କରିବା ସହ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଚେଷ୍ଟିତ ଥିବା ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି। ଆସନ୍ତାକାଲି ଏହି ଗୌରବମୟ ଅବସରରେ ଭୁବେଶ୍ବର ଏମ୍ସ ଡାକ୍ତରଖାନାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀଙ୍କ ଉଦବୋଧନ ଦେବା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି।

ପ୍ରକାଶ ଥାଉକି ଓଡ଼ିଆ ଝିଅ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଗତ ନଭେମ୍ବର ୧୦ ତାରିଖରେ ଓଡ଼ିଶା ଆସିଥିଲେ। ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡ଼ିଆ ଝିଅଙ୍କୁ ମଧ୍ୟ ଓଡ଼ିଶା ମାଟିରେ ପାଇ ଓଡ଼ିଆ ଲୋକ ବେଶ୍ ଖୁସି ପ୍ରକାଶ କରିଥିଲେ।
Published by:Lipina Das
First published: