ବାଲୁକା ଜଗନ୍ନାଥଙ୍କୁ ଦେଖି ଭାବ ବିହ୍ଵଳ ହୋଇଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାଲୁକାକଳା ଦେଖିବା ପାଇଁ ବ୍ଲୁଫ୍ଲାଗ ବିଚ ଯାଇଥିଲେ ମହାମହିମ। ସେଠାରେ ବାଲୁକାରେ ଜଗନ୍ନାଥଙ୍କୁ ଦେଖି ଭାବବିହ୍ଵଳ ହୋଇଯାଇଥିଲେ ରାଷ୍ଟ୍ରପତି।

ବାଲୁକା ଜଗନ୍ନାଥଙ୍କୁ ଦେଖି ଭାବ ବିହ୍ଵଳ ହୋଇଗଲେ ରାଷ୍ଟ୍ରପତି (ଫଟୋ ସୌଜନ୍ଯ: ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଟ୍ୱିଟର ପୃଷ୍ଠା)

ବାଲୁକା ଜଗନ୍ନାଥଙ୍କୁ ଦେଖି ଭାବ ବିହ୍ଵଳ ହୋଇଗଲେ ରାଷ୍ଟ୍ରପତି (ଫଟୋ ସୌଜନ୍ଯ: ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଟ୍ୱିଟର ପୃଷ୍ଠା)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ପୁରୀ ବ୍ଲୁଫ୍ଲାଗ ବିଚ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ଦେଖିବା ପାଇଁ ବ୍ଲୁଫ୍ଲାଗ ବିଚ ଯାଇଥିଲେ ମହାମହିମ। ସେଠାରେ ବାଲୁକାରେ ଜଗନ୍ନାଥଙ୍କୁ ଦେଖି ଭାବବିହ୍ଵଳ ହେବା ସହ ପୁରୀ ବେଳାଭୂମି ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ ।

ରାଷ୍ଟ୍ରପତିଙ୍କ ସହ ତାଙ୍କର ପୂରା ପରିବାର ଉପସ୍ଥିତ ଥିଲେ। ଆଜି ପୁରୀ ଗସ୍ତରେ ରାଷ୍ଟ୍ରପତିଙ୍କ ଦ୍ଵାରା ଅନେକ ଇତିହାସ ସୃଷ୍ଟି ହୋଇଥିବା ବେଳେ ବେଳାଭୂମିରେ ମହାମହିମଙ୍କ ଏହି ପରିଦର୍ଶନ ମଧ୍ୟ ଏକ ନୂଆ ଇତିହାସ ସୃଷ୍ଟି କରିଛି।

ଶ୍ରୀମନ୍ଦିରରେ ପ୍ରଥମେ ରାଷ୍ଟ୍ରପତି ମୁର୍ମୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ। ଦର୍ଶନ ସମୟରେ ସେ ଭାବ ବିହ୍ଵଳ ହୋଇପଡିଥିଲେ। ରତ୍ନ ସିଂହାସନ ବେଢ଼ା ଛୁଇଁ ସେ ପ୍ରଣିପାତ କରିଥିଲେ। ବିଶ୍ଵର ମୁଖ୍ୟଙ୍କ ନିକଟକୁ ନିଜକୁ ସମର୍ପିତ କରିଦେଇଥିଲେ ରାଷ୍ଟ୍ରପତି। ଓଡ଼ିଆରେ ରାଷ୍ଟ୍ରପତି ଭାବେ ଯାତ୍ରୀ ଖାତାରେ ଦସ୍ତଖତ କଲେ। ବିମଳା ଓ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରିଥିଲେ ରାଷ୍ଟ୍ରପତି। ବାନା ବନ୍ଧା କୌଶଳ ଶିଖିଥିଲେ ରାଷ୍ଟ୍ରପତି ବୋଲି କୌଳିକ ପଣ୍ଡା ସୂଚନା ଦେଇଛନ୍ତି।
Published by:Soumya Das
First published: