ଆଜି ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ
News18 Odia Digital
Draupadi Murmu Story: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବେ। ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଭାରତର ପ୍ରଧାନ ବିଚାରପତି ଏନଭି ରମଣ, ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ଗ୍ରହଣ କରାଇବେ।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସାରା ଦେଶରେ ଆଦିବାସୀ ସମାଜରେ ଖୁସିର ଲହରୀ ଖେଳିଯାଇଛି। ସେହିପରି ତାଙ୍କ ଗାଁରେ ପାରମ୍ପାରିକ ନୃତ୍ୟ ସହିତ ମିଠା ବଣ୍ଟନ କରି ଉତ୍ସବ ପାଳନ କରାଯାଇଥିଲା। କିନ୍ତୁ ଆପଣ ଜାଣନ୍ତି କି ଦ୍ରୌପଦୀ ମୁର୍ମୁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନଥିଲେ। କେବଳ ଏତିକି ନୁହେଁ ତାଙ୍କ ସ୍ୱାମୀ ମଧ୍ୟ କହିଥିଲେ ଯେ ଏହି ରାଜନୀତି ସେମାନଙ୍କ ପାଇଁ ନୁହେଁ।
ଜଣେ ବ୍ୟକ୍ତିଙ୍କ ଜିଦ୍ ଯୋଗୁଁ ଦ୍ରୌପଦୀ ମୁର୍ମୁ ରାଜନୀତିରେ ପ୍ରବେଶ କରିଥିଲେ
ଦ୍ରୌପଦୀ ମୁର୍ମୁଙ୍କୁ ରାଜନୀତିରେ ଆଣିବାର ଶ୍ରେୟ ରବୀନ୍ଦ୍ରନାଥ ମହାତୋଙ୍କୁ ଯାଉଛି, ଯିଏ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଜିଦ୍ରେ କାଉନସିଲର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରବର୍ତ୍ତାଇଥିଲେ। ଦ୍ରୌପଦୀଙ୍କ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ମଧ୍ୟ ତାଙ୍କ ପତ୍ନୀ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନଥିଲେ, କିନ୍ତୁ ତାଙ୍କୁ ରବୀନ୍ଦ୍ରନାଥ ମହାତୋ ମଧ୍ୟ ବୁଝାଇଥିଲେ।
୧୯୯୭ ମସିହାରେ ଦ୍ରୌପଦୀ ମୁର୍ମୁ ରାଜନୀତିରେ ପ୍ରବେଶ କରିଥିଲେ
ରବୀନ୍ଦ୍ରନାଥଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବିଜେପିର ଜିଲ୍ଲା ସଭାପତି ଥିଲେ ଓ ସେ ମଧ୍ୟ ଓକିଲାତି କରୁଥିଲେ। ତାଙ୍କର ଏହି ଅଞ୍ଚଳରେ ଏକ ଜଣାଶୁଣା ନାମ ଥିଲା ଓ ସେ ଏହି ଆସନଟି ଏସଟି ପାଇଁ ସଂରକ୍ଷିତ ଥିବାରୁ ରାଇରଙ୍ଗପୁରର ୱାର୍ଡ-୨ର କାଉନସିଲର ପଦ ପାଇଁ ଦ୍ରୌପଦୀ ମୁର୍ମୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। ୧୯୯୭ ମସିହାରେ ରବୀନ୍ଦ୍ରନାଥ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରବର୍ତ୍ତାଇଥିଲେ।
ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ରାଜନୀତି ବିଷୟରେ ଏହା କହିଥିଲେ
ରବୀନ୍ଦ୍ରନାଥଙ୍କ ପୁଅ ତଥା ମୟୂରଭଞ୍ଜର ବିଜେପି ଜିଲ୍ଲା ସଭାପତି ବିକାଶ ମହାତୋ ଦୈନିକ ଭାସ୍କର ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ଦ୍ରୌପଦୀଙ୍କ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ସେହି ସମୟରେ କହିଥିଲେ ଯେ ଏହି ରାଜନୀତି ଆମ ପାଇଁ ନୁହେଁ। ଆମେ ଛୋଟ ଲୋକ ଓ ରାଜନୀତି ଆଦୌ ମହିଳାଙ୍କ ପାଇଁ ଭଲ ନୁହେଁ। ବିକାଶ କହିଛନ୍ତି, ଏହା ସତ୍ତ୍ବେ ପିତାଙ୍କ ଜିଦ ଉପରେ ଉଭୟ ବିଶ୍ୱାସ କରିଥିଲେ।
ଦ୍ରୌପଦୀ ମୁର୍ମୁ ଓ ରବୀନ୍ଦ୍ରନାଥଙ୍କ ମାମୁଁ-ଭାଣେଜୀର ସମ୍ପର୍କ
ଦ୍ରୌପଦୀ ମୁର୍ମୁ ଓ ରବୀନ୍ଦ୍ରନାଥଙ୍କର ଝିଆରୀ। ଦ୍ରୌପଦୀ ମୁର୍ମୁ ଦୂର ସମ୍ପର୍କରେ ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ କାର୍ତ୍ତିକ ମାଝୀଙ୍କ ଭାଣେଜୀ। କାର୍ତ୍ତିକ ମାଝୀ ଓ ରବୀନ୍ଦ୍ରନାଥଙ୍କର ଭଲ ସମ୍ପର୍କ ଥିଲା। କାର୍ତ୍ତିକ ହିଁ ଦ୍ରୌପଦୀ ମୁର୍ମୁଙ୍କୁ ରବୀନ୍ଦ୍ରନାଥଙ୍କ ସହ ପରିଚିତ କରାଇଥିଲେ ଓ ଏଠାରେ ହିଁ ଦୁହିଁଙ୍କ ସମ୍ପର୍କ ମାମୁଁ-ଭଣେଜୀ ମଧ୍ୟରେ ପରିଣତ ହୋଇଥିଲା।
ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା ବହୁତ ସଂଘର୍ଷମୟ ଥିଲା
ଦ୍ରୌପଦୀ ମୁର୍ମୁଙ୍କ ପାଇଁ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଯାତ୍ରା ଏକ ଦୀର୍ଘ ଓ କଷ୍ଟକର ଯାତ୍ରା। ୧୯୫୮ ଜୁନ୍ ୨୦ରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏକ ଆଦିବାସୀ ପରିବାରର ଓ ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ।
ଦ୍ରୌପଦୀ ମୁର୍ମୁ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ ଓ ତାଙ୍କର ତିନୋଟି ସନ୍ତାନ ହୋଇଥିଲେ। ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ଅନେକ ଦୁଃଖଦ ଘଟଣା ଦେଇ ଗତି କରିଛି ଓ ୨୦୧୦ରେ ତାଙ୍କ ବଡ଼ ପୁଅର ମୃତ୍ୟୁ ହୋଇଥିଲା। ଏହା ପରେ, ୨୦୧୩ରେ, ସେ ସାନ ପୁଅକୁ ହରାଇଲେ ଓ ୨୦୧୪ରେ ତାଙ୍କ ସ୍ୱାମୀ ମଧ୍ୟ ଦୁନିଆ ଛାଡ଼ି ଚାଲିଯାଇଥିଲେ। ତାଙ୍କ ଝିଅ ଇତିଶ୍ରୀ ଗଣେଶ ହେମ୍ବ୍ରମଙ୍କୁ ବିବାହ କରିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।