ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଏହି ବିଶିଷ୍ଟ ସମାରୋହରେ ଦେବେ ଯୋଗ

Draupadi Murmu: ପୁଣି ଓଡିଶା ଆସିବେ ରାଷ୍ଟ୍ରପତି। କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ହେଉଛି ଦ୍ୱିତୀୟ ଦୁଇ ଦିନିଆ ଗସ୍ତ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Draupadi Murmu: ଫେବୃଆରୀ ୧୦ରେ ଓଡିଶା(Odisha) ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draupadi Murmu)। ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର (Ramadevi University) ସମାରୋହରେ ଯୋଗଦେବେ।

ରାଷ୍ଟ୍ରପତିଙ୍କ ପାଦ ଛୁଇଁବା ପଡିଲା ମହଙ୍ଗା; ଚାକିରି ହରାଇଲେ କନିଷ୍ଠ ଇଞ୍ଜିନିୟର

ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି। ଫେବୃଆରୀ ୧୦ ରେ ଅପରାହ୍ନ 4.15 ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ହେଉଛି ଦ୍ୱିତୀୟ ଦୁଇ ଦିନିଆ ଗସ୍ତ। ଫେବୃଆରୀ ୧୦ ରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ରାଜ ଭବନରେ ରହିବେ।

ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ଗତ ବର୍ଷ ନଭେମ୍ବର ୧୧ ରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ପୁରୀ ଯାଇ ମହାପ୍ରଭୂ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ତାଙ୍କ ଗସ୍ତ ସମୟରେ ରାଷ୍ଟ୍ରପତି ଜଣେ ସାଧାରଣ ଭକ୍ତଙ୍କ ପରି ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିଲେ, ଯାହାକୁ ନେଇ ଅନେକ ଆଲୋଚନା ହୋଇଥିଲା।  ରାଷ୍ଟ୍ରପତିଙ୍କ ଏପରି ସରଳ ସ୍ୱଭାବ ଓ ମହାପ୍ରଭୁଙ୍କ ପ୍ରତି ଭକ୍ତି ଦେଖି ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ ରାଜଧାନୀ ପ୍ରସ୍ତୁତ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଏହା ବ୍ୟତୀତ ରାଷ୍ଟ୍ରପତି ମୁର୍ମୁ ତାଙ୍କ ସହପାଠୀମାନଙ୍କୁ ଡାକି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଭେଟିଥିଲେ। ସେ ତାଙ୍କ ସ୍କୁଲ ଏବଂ ହଷ୍ଟେଲକୁ ଯାଇଥିଲେ ଯେଉଁଠାରେ ସେ ରହି ଅଧ୍ୟୟନ କରିଥିଲେ। ଏହି ସମୟରେ ରାଷ୍ଟ୍ରପତିଙ୍କ ବନ୍ଧୁମାନେ କହିଥିଲେ ଯେ ମୁଁ ଇଚ୍ଛା କରେ ସମୟ ବନ୍ଦ ହୋଇଯାଆନନ୍ତା, ଆମେ ଆହୁରି କିଛି ମୁହୂର୍ତ୍ତ ଏକାଠି ବିତାଇଥାନ୍ତେ .. କିନ୍ତୁ କଣ କରିବା ଉଚିତ୍, ସମୟ ଗତି କରୁଛି ଓ ରାଷ୍ଟ୍ରପତିଙ୍କ କିଛି ପ୍ରୋଟୋକଲ୍ ଅଛି। ଏହା ସତ୍ତ୍ୱେ, ସମସ୍ତଙ୍କୁ ଭେଟି ଆନନ୍ଦ ଲାଗିଲା। ତାଙ୍କ ସାଙ୍ଗ ମାନେ ମଧ୍ୟ ଖୁସି ହୋଇଯାଇଥିଲେ। ୨୦୨୨ ଜୁଲାଇ ୨୫ ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
Published by:Soumya Das
First published: