News 18 Odia Digital
ଭୁବନେଶ୍ୱର; ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର (Ramadevi Woman's University) ଜ୍ଞାନପ୍ରଭା ମିଶନରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) । ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ଯେ, ଅସାଧାରଣ ବୀର ହେବା ପଛରେ ମାତୃ କରୁଣାର ଶକ୍ତି ଥାଏ । ସେହି କରୁଣା ପାଇଁ ମହାତ୍ମା ଗାନ୍ଧି ଓ ଛତ୍ରପତି ଶିବାଜୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏଥିସହ ଯୋଗ କରିବା ପାଇଁ ରାଷ୍ଟ୍ରପ୍ରତି ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି । ଯୋଗ କରିବା ଦ୍ୱାରା ଆତ୍ମା ଶୁଦ୍ଧି ହୋଇଥାଏ ଓ ଯୋଗ ମଣିଷକୁ ନୀରୋଗ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ଆଇଏଏସ୍ ଟିନା ଡାବିଙ୍କ ଠାରୁ ଆଇପିଏସ୍ ନବଜୋତଙ୍କ ପର୍ଯ୍ୟନ୍ତ; ଏହି ଅଧିକାରୀମାନେ କରିଛନ୍ତି ପ୍ରେମ ବିବାହପରମହଂସ ପ୍ରଜ୍ଞାନନ୍ଦଜୀଙ୍କ ମାତୃଭକ୍ତି ଉପରେ ବିଶ୍ଳେଷଣ କରିଥିଲେ ରାଷ୍ଟ୍ରପତି । ଏଥିସହ ରାଷ୍ଟ୍ରପତି କହିଛନ୍ତି ଯେ, ଦେଶର ମୁନୀ, ଋଷିମାନେ ମାତୃଦେବ ଓ ପିତୃଦେବ ଭବ କହି ଆଶୀର୍ବାଦ ପ୍ରଦାନ କରୁଥିଲେ । କିନ୍ତୁ ଆଜିର ପିଲାମାନେ ନିଜ ବାପା, ମାଆଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କର ଉପଯୁକ୍ତ ଯତ୍ନ ନେଉନାହାନ୍ତି । ଅନେକ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ନିଜ ବାପା ମାଆଙ୍କ ଫଟୋକୁ ରଖି ଦେବତା କହିବା ସହ ପୂଜାର୍ଚ୍ଚନା କରିବାକୁ ଆଧ୍ୟାତ୍ମିକତା କୁହାଯାଏନି । ବରଂ ସେମାନଙ୍କ ଯତ୍ନ ନେବା ହିଁ ସବୁଠାରୁ ବଡ଼ ଧର୍ମ ।
ଏହି ଖବର ପଢ଼ନ୍ତୁ -
http://ରିଲାଏନ୍ସ ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ: ମୁକେଶ ଅମ୍ବାନିକେନ୍ଦ୍ର ସରକାର ଓ ରାଜ୍ୟ ସରକାର ସରକାରୀ ଭାବରେ ଆପଣଙ୍କ ଭଲ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ଏ ଦେଶର ନାଗରିକ ଭାବରେ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ । ସରକାର ବହୁ କ୍ଷେତ୍ରରେ ସହଯୋଗର ହାତ ବଢାଉଛନ୍ତି ।
ମହିଳାଙ୍କ ବିଷୟରେ ରାଷ୍ଟ୍ରପତି କହିଛନ୍ତି ଯେ, ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ କିଛି ବ୍ୟକ୍ତି କହୁଥିଲେ ମୁଁ ପାଠ ପଢି କଣ କରିବି ? କେବଳ ମୋ କ୍ଷେତ୍ରରେ ନୁହେଁ ଅନେକ ନାରୀ ଏପରି ପ୍ରଶ୍ନର ସାମ୍ନା କରିଥାନ୍ତି । ନାରୀ ପୁରୁଷ ଉଭୟଙ୍କର ସମାଜ ପ୍ରତି ଆବଶ୍ୟକତା ରହିଛି, ଶରୀରର ଗଠନ ଭିନ୍ନ କିନ୍ତୁ ନାରୀ ସବୁକିଛି କରିପାରେ । ପ୍ରଘାଡ ଆତ୍ମବିଶ୍ୱାସ ଥିଲା ବୋଲି କଳ୍ପନା ଚାଓ୍ୱଲା ମହାକାଶଚାରୀ ହୋଇଥିଲେ । ପୂର୍ବ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ଛାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଦିଆଯାଉଛି । ସେମାନେ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚୁଛନ୍ତି । ବିଦ୍ୟାଳୟର ମହାବିଦ୍ୟାଳୟରେ ଶିକ୍ଷ୍ୟାର ମାନ ବଢିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସବୁରେ ଖୁବ ଭଲ କାମ କରୁଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।