ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜ ଭବନରେ ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଖାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାଟି ପାତ୍ରରେ ଭଳିକି ଭଳି ତିଅଣ ସେବନ କରିଛନ୍ତି ମହାମହିମ।

ରାଜ ଭବନରେ ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଖାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାଟି ପାତ୍ରରେ ଭଳିକି ଭଳି ତିଅଣ ସେବନ କରିଛନ୍ତି ମହାମହିମ।

ରାଜ ଭବନରେ ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଖାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାଟି ପାତ୍ରରେ ଭଳିକି ଭଳି ତିଅଣ ସେବନ କରିଛନ୍ତି ମହାମହିମ।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: କୁହନ୍ତି ଆନନ୍ଦ ସିଏ ପାଇଛି ଯିଏ ଆନନ୍ଦ ବଜାରରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ଖାଇଛି। କିନ୍ତୁ ସୁରକ୍ଷା, ସମୟ, ପ୍ରୋଟୋକଲ ଓ ଅନ୍ଯାନ୍ଯ ଦୃଷ୍ଟିରୁ ସେସବୁ ସମ୍ଭବ ହୋଇ ପାରିନଥିଲେ ମଧ୍ୟ ମହାପ୍ରସାଦ ଖାଇବାର ସୌଭଗ୍ୟ ଅର୍ଜିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଧାରଣଙ୍କ ଭଳି ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ। ଯାହା ବାବଦରେ ଟ୍ୱିଟ କରି ନିଜେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ।

ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଶେଷ କରି ରାଷ୍ଟ୍ରପତି ଭବନରେ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା ହୋଇଥିଲା। ଶ୍ରୀମନ୍ଦିରରେ ଦର୍ଶନ ସରିବା ପରେ ରାଷ୍ଟ୍ରପତିଙ୍କ ମହାପ୍ରସାଦ ସେବନର ବ୍ଯବସ୍ଥା ହୋଇଛି । ସେଥିପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତିଙ୍କୁ ସଅଳ କରାଯାଇଥିଲା। ରାଜଭବନ ଆସି ତଳେ ବସି କଦଳୀ ପତ୍ରରେ ଅନ୍ନ ଖାଇଛନ୍ତି ଦ୍ରୌପଦୀ ମୁର୍ମୁ। ମାଟି ପାତ୍ରରେ ଭଳିକି ଭଳି ସ୍ୱାଦିଷ୍ଟ ଅନ୍ନ ଓ ତରକାରୀ ଖାଇଛନ୍ତି ମହା ମହିମ।

ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପରେ ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂଜ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ମହା ପ୍ରସାଦ ସେବନ କରି ଆନନ୍ଦିତ। ଜୟ ଜଗନ୍ନାଥ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂସା ବାସନ କିଣାଯାଇଥିଲା। ଯେଉଁଥିରେ କଂସା ଥାଳି , ଥାଳିଆ, ଗିନା, ଗ୍ଲାସ, ଡଙ୍କି, ଚାମଚ ଓ ହାତ ଧୋଇବା ପାଇଁ ପାତ୍ର ଆଦି କିଣାଯାଇ ସେଥିରେ ଶ୍ରୀମନ୍ଦିର ପ୍ରଶାସନ ଖୋଦେଇ କରାଯାଇଥିଲା।
Published by:Soumya Das
First published: