ରାଜଭବନରେ ନାଗରିକ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ; ନିଜ ସ୍ୱପ୍ନ ବିଷୟରେ କହିଲେ ରାଷ୍ଟ୍ରପତି

ଦେଶର ବିକାଶ କରିବାକୁ ପ୍ରତିଟି ରାଜ୍ୟ ପ୍ରଥମେ ବିକଶିତ ହେବା ଆବଶ୍ୟକ । ଯଦି ଗରିବ ତଥା ଅସହାୟ ଲୋକଙ୍କୁ ଆମେ ବିକାଶର ଧାରାରେ ସାମିଲ ନକରି ଆଗକୁ ବଢୁଛେ ତେବେ ବିକାଶର ଧାରା କେବେ ଆଗକୁ ବଢିପାରିବ ନାହିଁ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି ।

ରାଜଭବନରେ ନାଗରିକ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ; ନିଜ ସ୍ୱପ୍ନ ବିଷୟରେ କହିଲେ ରାଷ୍ଟ୍ରପତି

ରାଜଭବନରେ ନାଗରିକ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ; ନିଜ ସ୍ୱପ୍ନ ବିଷୟରେ କହିଲେ ରାଷ୍ଟ୍ରପତି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆଜି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ବିକ୍ରମକେଶରୀ ଆରୁଖ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ସମ୍ମାନ କରିବା ଅବସରରେ ନାଗରିକ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ନିଜ ମାଟି ଓ ଓଡ଼ିଆ ଭାବରେ ଗର୍ବ କରି ରାଷ୍ଟ୍ରପତି କହିଛନ୍ତି ଯେ, ସକାଳେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ରାଷ୍ଟପତି ପଦର ଦାୟିତ୍ୱ ନେବାପରେ ଏହା ଓଡ଼ିଶାକୁ ପ୍ରଥମ ଗ୍ରସ୍ତ ହୋଇଥିବାରୁ ଖୁବ ଖୁସି ଅଛନ୍ତି ରାଷ୍ଟ୍ରପତି । ନିଜ ମାଟିର ମହକ ଖୁବ ଭିନ୍ନ, ନିଜ ପାଣି ପବନରେ ରହିଛି ସ୍ୱତନ୍ତ୍ରତା । ଓଡ଼ିଶାର ଇତିହାସ କଳା, ସଂସ୍କୃତି, ଏକତା ରାଜ୍ୟକୁ ସ୍ୱତନ୍ତ୍ର କରି ଗଢି ତୋଳିବା ସହ ଭିନ୍ନ ପରିଚୟ ଦେଇଛି ।

ଓଡ଼ିଶାରେ ଖଣିଜ ସମ୍ପଦ, ଜଙ୍ଗଲ, ସୁଦୀର୍ଘ ବେଳାଭୂମୀ, ଏସବୁ ରହିଥିବାରୁ ପ୍ରାକୃତିକ ସମ୍ୱଳରେ ଏହା ପରିପୂର୍ଣ୍ଣ । ଯଦି ଏସବୁକୁ ସଠିକ ଭାବରେ ବ୍ୟବହାର କରାଯାଏ ତେବେ ଆମ ରାଜ୍ୟ ସାରା ଦେଶରେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିବ । ଏବଂ ଦେଶର ବିକାଶ କରିବାକୁ ପ୍ରତିଟି ରାଜ୍ୟ ପ୍ରଥମେ ବିକଶିତ ହେବା ଆବଶ୍ୟକ । ଯଦି ଗରିବ ତଥା ଅସହାୟ ଲୋକଙ୍କୁ ଆମେ ବିକାଶର ଧାରାରେ ସାମିଲ ନକରି ଆଗକୁ ବଢୁଛେ ତେବେ ବିକାଶର ଧାରା କେବେ ଆଗକୁ ବଢିପାରିବ ନାହିଁ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ସକାଳେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀରେ ପହଞ୍ଚିଥିଲେ । ଦେଶର ସର୍ବୋଚ୍ଚ ପଦବୀରେ ଥାଇ ମଧ୍ୟ ଶ୍ରୀମନ୍ଦିର ଅନେକ ଦୂରରୁ ଚାଲିଚାଲି ସିଂହଦ୍ୱାରରେ ପହଞ୍ଚିବା ଓ ଜଣେ ଓଡ଼ିଆ ଝିଅ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଦୃଶ୍ୟ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଛି । ପ୍ରଥମେ ଶ୍ରୀମନ୍ଦିରକୁ ଚାଲିଚାଲି ଯିବା ସମୟରେ ରାସ୍ତାରେ କୁନିକୁନି ଛାତ୍ରଛାତ୍ରୀଙ୍କ ସହ କର ମର୍ଦ୍ଦନ କରିବା ଏବଂ ଫଟୋ ଉଠାଇବା ଘଟଣା ଦେଖି ଅନେକ ଜଣ ରାଷ୍ଟ୍ରପତିଙ୍କ ଶିକ୍ଷୟତ୍ରୀ ଜୀବନ କଥା ମନେ ପକାଇଛନ୍ତି । ବାଇସି ପାହାଚକୁ ପ୍ରଣାମ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ଓ ଦୁଇ ବାହୁକୁ ଉପରକୁ ଟେକିଦେଇ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିଦେବା ଦୃଶ୍ୟକୁ ଦେଖିବା ପରେ ସଭିଙ୍କ ମୁହଁରେ ଥିଲା ଗୋଟିଏ କଥା । ତାହା ହେଉଛି, ଜଣେ ଖାଣ୍ଟି ଓଡ଼ିଆ ହିଁ ଏପରି କରିପାରେ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସାରି ମହାପ୍ରସାଦ ସେବନ କରିଥିଲେ ରାଷ୍ଟ୍ରପତି । ପରେ ଭୁବନେଶ୍ୱର ଫେରିଥିଲେ । ଭୁବନେଶ୍ୱରରେ ଲୋକନୃତ୍ୟ ଏବଂ ପାରମ୍ପାରିକ ବାଦ୍ୟ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା । ମାଟି ମାଆ ପାଇଁ ସଂଘର୍ଷ କରିଥିବା ବ୍ୟକ୍ତିତ୍ୱ ତଥା ଓଡ଼ିଆ ଜାତିର ଟେକ ରଖିଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଦୃଶ୍ୟକୁ ଦେଖି ସାଧାରଣ ଲୋକେ ବେଶ୍ ପ୍ରଶଂସା କରୁଥିଲେ । ତେବେ ଆସନ୍ତାକାଲି ମଧ୍ୟ ରାଷ୍ଟ୍ରପତିଙ୍କର କିଛି କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଶେଷ ହେବାପରେ  ଶୁକ୍ରବାର ଅପରାହ୍ଣ ସମୟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ମହାମହିମ ରାଷ୍ଟ୍ରପତି ।
Published by:Soubhagya Mishra
First published: