ମହାପ୍ରଭୁଙ୍କୁ ୧୨ହାତର ତୁଳସୀ ମାଳା ଚଢାଇବେ ରାଷ୍ଟ୍ରପତି; ଲକ୍ଷେ ତୁଳସୀ କରିବେ ସମର୍ପଣ

ରାଷ୍ଟ୍ରପତିଙ୍କ ନାମରେ ବାନା ରସିଦ କଟାଯାଇଛି। ରାଷ୍ଟ୍ରପତି ମୁର୍ମୁ ମହାପ୍ରଭୁ ଜଗନ୍ନାଥଙ୍କୁ ୧୨ ହାତର ତୁଳସୀ ମାଳା ପିନ୍ଧାଇବାର ବ୍ୟବସ୍ଥା ମଧ୍ୟ ହୋଇଛି।

ମହାପ୍ରଭୁଙ୍କୁ ୧୨ହାତର ତୁଳସୀ ମାଳା ଚଢାଇବେ ରାଷ୍ଟ୍ରପତି

ମହାପ୍ରଭୁଙ୍କୁ ୧୨ହାତର ତୁଳସୀ ମାଳା ଚଢାଇବେ ରାଷ୍ଟ୍ରପତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ସେ ମନ୍ଦିର ଭିତରେ ୧ଘଣ୍ଟା ରହିବେ। ଏନେଇ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲାଗୁ କରାଯାଇଛି।

ଏହି ସମୟରେ ମଧ୍ୟରେ ରାଷ୍ଟ୍ରପତି ମୁର୍ମୁଙ୍କ କୌଳିକ ପଣ୍ଡା ତାଙ୍କର ପୂଜାର୍ଚ୍ଚନା କରୁଛନ୍ତି। ରାଷ୍ଟ୍ରପତିଙ୍କ ନାମରେ ବାନା ରସିଦ କଟାଯାଇଛି। ଯେଉଁ ସମୟରେ ଧ୍ୱଜା ବଦଲା ଯିବ ସେହି ସମୟରେ ଧ୍ୱଜା ଲଗାଯିବ। ରାଷ୍ଟ୍ରପତି ମୁର୍ମୁ ମହାପ୍ରଭୁ ଜଗନ୍ନାଥଙ୍କୁ ୧୨ ହାତର ତୁଳସୀ ମାଳା ପିନ୍ଧାଇବାର ବ୍ୟବସ୍ଥା ମଧ୍ୟ ହୋଇଛି। ମଙ୍ଗଳା ମନ୍ଦିରରେ ୧୨ହାତର ମନ୍ଦାର ମାଳର ବ୍ୟବସ୍ଥା ହୋଇଛି। ମା'ଲକ୍ଷ୍ମୀଙ୍କୁ ଦେବା ପାଇଁ ୧୨ହାତର ପଦ୍ମ ଫୁଲର ମାଳା କରାଯାଇଛି। ଜଗନ୍ନାଥଙ୍କୁ ସମର୍ପଣ ପାଇଁ ଲକ୍ଷେ ତୁଳସୀର ମଧ୍ୟ ଆୟୋଜନ କରାଯାଇଛି।

ରାଷ୍ଟ୍ରପତି ମୁର୍ମୁଙ୍କୁ ଶ୍ରୀଅଙ୍ଗ ବସ୍ତ୍ର ପ୍ରଦାନ କରିବେ ତାଙ୍କ କୌଳିକ ପଣ୍ଡା। ଏହା ସହ ତାଙ୍କୁ ଜଗନ୍ନାଥଙ୍କ ଏକ ପଟ୍ଟ ଚିତ୍ର ପ୍ରଦାନ କରାଯିବ। ରାଷ୍ଟ୍ରପତି ଓ ତାଙ୍କ ସହ ପରିବାରଙ୍କ ପାଇଁ ମନ୍ଦିରରେ ମହାପ୍ରସାଦର ବ୍ୟବସ୍ଥା ହୋଇଛି।

ଅନ୍ୟପଟେ ପୁରୀରେ ରାଷ୍ଟ୍ରପତି ପହଞ୍ଚବା ପରେ, ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିର ଯିବା ବାଟରେ ମାଉସୀ ମା ମନ୍ଦିର ପାଖରେ ତାଙ୍କ ଗାଡ଼ି ଅଟକି ରହିଥିଲା। ସେଠାରୁ ସେ ଗାଡିରୁ ଓହ୍ଲାଇ ଥିଲେ। ସେଠାରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ମଞ୍ଚ। ଯେଉଁଠି ଓଡ଼ିଶୀ ନୃତ୍ୟାଙ୍ଗନା ମାନେ ଓଡ଼ିଶୀ ପରି ବେସନ ହୋଇଥିଲା। ତା ପରେ ସେ ମାଉସୀ ମା ମନ୍ଦିର ଠାରୁ ବଡ଼ ଦାଣ୍ଡରେ ଚାଲି ଚାଲି ମନ୍ଦିର ଗଲେ। ରାସ୍ତା କଡ଼ରେ ଥିବା ଶୁଭେଚ୍ଛୁ ମାନଙ୍କୁ ହାତ ହଲାଇ ଥିଲେ। ଲୋକମାନେ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ।

ବଳଗଣ୍ଡିରୁ ୨କିଲୋମିଟର ଚାଲି ଚାଲି ଯାଇଥିଲେ ରାଷ୍ଟ୍ରପତି। ଅରୁଣ ସ୍ତମ୍ଭକୁ ପ୍ରଣିପାତ କରିଥିଲେ। ଦୁଇ ହାତ ଟେକି ନୀଳଚକ୍ରକୁ ଜୁହାର ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯାହା ଜଣେ ଓଡ଼ିଆ ସର୍ବୋପରି ଜଣେ ଜଗନ୍ନାଥ ପ୍ରେମୀର ନିଦର୍ଶନ ବୋଲି ପ୍ରମାଣ କରୁଛି। ଉପସ୍ଥିତ ଦର୍ଶକ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି।
Published by:Soumya Das
First published: