ପିଲାବେଳର ସାଙ୍ଗ ଚୁନିକୁ ଖୋଜିଲେ ରାଷ୍ଟ୍ରପତି; ହଷ୍ଟେଲ ରେଜିଷ୍ଟରରେ ଲେଖିଲେ ମନ କଥା

କୁନ୍ତଳା କୁମାରୀ ଛାତ୍ରୀନିବାସରେ ସେ ରହୁଥିବା ରୁମ ବୁଲି ଦେଖିବା ସହ ତାଙ୍କ ଖଟରେ ମଧ୍ୟ ବସିଥିଲେ ରାଷ୍ଚ୍ରପତି । ପିଲାଦିନର ଫୋଟୋକୁ ଦେଖି ଭାବ ବିହ୍ଵଳ ହୋଇପଡିଥିଲେ।

କୁନ୍ତଳା କୁମାରୀ ଛାତ୍ରୀନିବାସରେ ସେ ରହୁଥିବା ରୁମ ବୁଲି ଦେଖିବା ସହ ତାଙ୍କ ଖଟରେ ମଧ୍ୟ ବସିଥିଲେ ରାଷ୍ଚ୍ରପତି । ପିଲାଦିନର ଫୋଟୋକୁ ଦେଖି ଭାବ ବିହ୍ଵଳ ହୋଇପଡିଥିଲେ।

କୁନ୍ତଳା କୁମାରୀ ଛାତ୍ରୀନିବାସରେ ସେ ରହୁଥିବା ରୁମ ବୁଲି ଦେଖିବା ସହ ତାଙ୍କ ଖଟରେ ମଧ୍ୟ ବସିଥିଲେ ରାଷ୍ଚ୍ରପତି । ପିଲାଦିନର ଫୋଟୋକୁ ଦେଖି ଭାବ ବିହ୍ଵଳ ହୋଇପଡିଥିଲେ।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ସରିଛି ରାଷ୍ଟ୍ରପତିଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମ। ଫେରିଛନ୍ତି ଦିଲ୍ଲୀ। ଆଜି ଦୁଇଟି ସ୍କୁଲ ପରିଦର୍ଶନ କାର୍ଯ୍ୟକ୍ରମ ରହିଥିବାବେଳେ ନିଜେ ପଢ଼ୁଥିବା ସ୍କୁଲ ୟୁନିଟ ୨ ଉଚ୍ଚ ବିଦ୍ୟାଳୟ ରେ କିଛି ସମୟ କାଟିଥିଲେ। ହଷ୍ଟେଲ ରେଜିଷ୍ଟ୍ରାରରେ ନିଜ ଅନୁଭୂତି ଲେଖିବା ସହ ତାଙ୍କର ସେହି ବେଡ଼ରେ ବସି ପୁରୁଣା ସ୍ମୃତି ମନେପକାଇଥିଲେ। ଖୋଜିଥିଲେ ନିଜ ସାଙ୍ଗ ଚୁନିକୁ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ନୁହେଁ ବରଂ ତାଙ୍କ ସହ ମିଶି କିଛି ସମୟ କାଟିଥିଲେ।

ସକାଳ ପ୍ରାୟ ୯.୫୦ ରେ ସ୍କୁଲରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ଅଶୋକ ପଣ୍ଡା ଥିଲେ। ସ୍କୁଲ ଭିତରକୁ ପ୍ରବେଶ କରିବା ପୂର୍ବରୁ ବାହାରେ ଅପେକ୍ଷା କରି ରହିଥିବା ଜନସାଧରଣଙ୍କୁ ହାତ ହଲାଇବା ସହ ନମସ୍କାର କରି ସମ୍ବୋଧନ କରିଥିଲେ। ସ୍କୁଲରେ ପ୍ରବେଶ କରିବା ପରେ ପ୍ରଥମେ ସ୍କୁଲକୁ ନମସ୍କାର କରିଥିଲେ। ପରେ ଛାତ୍ରୀଙ୍କ ଦ୍ୱାରା ନିର୍ମିତ ବାଲୁକକଳାକୁ ଦେଖି ବେଶ ପ୍ରଶଂସା କରିଥିଲେ। ଏହାପରେ ସ୍କୁଲ ଛାତ୍ରୀଙ୍କ ବ୍ୟାଣ୍ଡ ତାଳେ ତାଳେ ପାଛୋଟି ନିଆଯାଇଥିଲା ସଭାସ୍ଥଳକୁ। ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଛାତ୍ରୀମାନେ ସଙ୍ଗୀତ ପରିବେଷଣ ସହ ସାନ୍ତାଳୀ ନୃତ୍ୟ ପରିବେଷଣ କରିଥିଲେ। ଯାହାକୁ ଦେଖି ଖୁସି ହୋଇ ରାଷ୍ଟ୍ରପତି ପିଲାଙ୍କ ସହ ଫଟୋ ଉଠାଇଥିଲେ। ହଷ୍ଟେଲରେ ଛାତ୍ରୀ ହୋଇ ରହୁଥିବା ସମୟରେ ଯେଉଁ ରେଜିଷ୍ଟ୍ରରରେ ତାଙ୍କର ହସ୍ତାକ୍ଷର ରହିଥିଲା ତାକୁ ଉପହାର ସ୍ୱରୂପ ଗଣଶିକ୍ଷା ବିଭାଗ ଓ ସ୍କୁଲ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭେଟି ଦିଆଯାଇଥିଲା।

ଆଜିର କାର୍ଯ୍ୟକ୍ରମ ପାଇଁ ଖାସ ରାଷ୍ଟ୍ରପତି ଭବନରୁ ଡ଼କରା ହୋଇଥିଲା ତାଙ୍କର ୧୩ ଜଣ ସାଙ୍ଗଙ୍କୁ। ନିମନ୍ତ୍ରଣ ପାଇ ସେମାନେ ବି ଆସିଥିଲେ ତାଙ୍କୁ ଦେଖା କରିବାକୁ। ରାଷ୍ଟ୍ରପତି ବି ଆସିବା ପରେ ଖୋଜିଥିଲେ ନିଜ ସାଙ୍ଗମାନଙ୍କୁ। ନିମନ୍ତ୍ରଣ ପାଇ ସମସ୍ତେ ଆସିଥିବାରୁ ଖୁସି ପ୍ରକାଶ କରିଥିଲେ। ସାଙ୍ଗ ଗହଣରେ ନିଜ ସାଙ୍ଗ ଚୁନିକୁ ନ ଦେଖି ତାଙ୍କୁ ଖୋଜିଥିଲେ। ସେହି ସ୍କୁଲରେ ନିଜ ପୁରୁଣା ସାଙ୍ଗ ଗହଣରେ ଅନେକ ସ୍ମୃତି ମନେପକାଇ ଆନନ୍ଦିତ ହୋଇଥିଲେ ସମସ୍ତେ।

ଏହାପରେ ହଷ୍ଟେଲ କୁନ୍ତଳା କୁମାରୀ ଛାତ୍ରୀନିବାସକୁ ଯାଇଥିଲେ। ତାଙ୍କର ରୁମ ବୁଲି ଦେଖିବା ସହ ତାଙ୍କ ଖଟରେ ମଧ୍ୟ ବସିଥିଲେ। ପିଲାଦିନର ଫୋଟୋକୁ ଦେଖି ଭାବ ବିହ୍ଵଳ ହୋଇପଡିଥିଲେ। ଭିଜିଟର ରେଜିଷ୍ଟ୍ରାରରେ ନିଜ ମନର କଥା ଲେଖିବା ସହ ଦସ୍ତଖତ କରିଥିଲେ। ଯେଉଁ ହଷ୍ଟେଲ ରେ ତାଙ୍କର ଅନେକ ଅଭୁଲା ସ୍ମୃତି ରହିଛି ସେଠି ଆଜି ପିଲାଙ୍କୁ ଏକ ସ୍ଵଛ, ସୁସ୍ଥ ଓ ଘରୋଇ ପରିବେଶ ମିଳିଛି ସେଥିପାଇଁ ସେ ବେଶ ଖୁସି ପ୍ରକାଶ କରିଛନ୍ତି। ପିଲାଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ଏହାସହ ନିଜ ଗାଁର ଦୁଇ ଝିଅଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଶେଷରେ ହଷ୍ଟେଲ ଅଗଣାରେ ଗଛ ଲଗାଇ ସନ୍ତକ ଛାଡି ଯାଇଛନ୍ତି।

ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ସ୍କୁଲ କୁ ଆସିଥିଲେ ଦ୍ରୌପଦି ମୂର୍ମୁ। ଏବେ ରାଷ୍ଟ୍ରପତି ଭାବେ ସ୍କୁଲ ଆସି ଭାବବିହ୍ଵଳ ହୋଇଥିବାବେଳେ ସମସ୍ତେ ରାଷ୍ଟ୍ରପତିଙ୍କୁ ପାଇ ବେଶ ଖୁସି ପ୍ରକାଶ କରିଛନ୍ତି ।
Published by:Soumya Das
First published: