ମହାପ୍ରଭୁଙ୍କ ଶରଣରେ ମହାମହିମ; ଓଡ଼ିଆରେ ଯାତ୍ରୀ ରେଜିଷ୍ଟାରରେ କଲେ ଦସ୍ତଖତ

ମହାବାହୁଙ୍କ ଦର୍ଶନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଖି ଛଳଛଳ ହୋଇଯାଇଥିଲା। ବାରମ୍ବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି।

ମହାପ୍ରଭୁଙ୍କ ଶରଣରେ ମହାମହିମ

ମହାପ୍ରଭୁଙ୍କ ଶରଣରେ ମହାମହିମ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରାୟ ୩୦ ମିନିଟ ଧରି ଶ୍ରୀମନ୍ଦିରରେ ଥିଲେ। ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ତୁଳସୀମାଳ ଦେଇଥିଲେ ଓ ଦୀପ ଜାଳିଥିଲେ। ମହାବାହୁଙ୍କ ଦର୍ଶନ ବେଳେ ତାଙ୍କର ଆଖି ଛଳଛଳ ହୋଇଯାଇଥିଲା। ତାପରେ ସେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଶେଷରେ ସେ ରେଜିଷ୍ଟାରରେ ଦସ୍ତଖତ କରିଥିଲେ। ସେବାୟତମାନେ ତାଙ୍କୁ ଆଶୀର୍ବାଦ କରିଥିଲେ। ସେ ବାରମ୍ବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ପ୍ରଥମେ ରାଷ୍ଟ୍ରପତି ମୁର୍ମୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କଲେ। ଦର୍ଶନ ସମୟରେ ସେ ଭାବ ବିହ୍ଵଳ ହୋଇପଡିଥିଲେ। ରତ୍ନ ସିଂହାସନ ବେଢ଼ା ଛୁଇଁ ସେ ପ୍ରଣିପାତ କରିଥିଲେ। ବିଶ୍ଵର ମୁଖ୍ୟଙ୍କ ନିକଟକୁ ନିଜକୁ ସମର୍ପିତ କରିଦେଇଥିଲେ ରାଷ୍ଟ୍ରପତି। ଓଡ଼ିଆରେ ରାଷ୍ଟ୍ରପତି ଭାବେ ଯାତ୍ରୀ ଖାତାରେ ଦସ୍ତଖତ କଲେ। ବିମଳା ଓ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରିଥିଲେ ରାଷ୍ଟ୍ରପତି। ବାନା ବନ୍ଧା କୌଶଳ ଶିଖିଥିଲେ ରାଷ୍ଟ୍ରପତି ବୋଲି କୌଳିକ ପଣ୍ଡା ସୂଚନା ଦେଇଛନ୍ତି।

ପୁରୀରେ ରାଷ୍ଟ୍ରପତି ପହଞ୍ଚବା ପରେ, ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିର ଯିବା ବାଟରେ ମାଉସୀ ମା ମନ୍ଦିର ପାଖରେ ତାଙ୍କ ଗାଡ଼ି ଅଟକି ରହିଥିଲା। ସେଠାରୁ ସେ ଗାଡିରୁ ଓହ୍ଲାଇ ଥିଲେ। ସେଠାରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ମଞ୍ଚ। ଯେଉଁଠି ଓଡ଼ିଶୀ ନୃତ୍ୟାଙ୍ଗନା ମାନେ ଓଡ଼ିଶୀ ପରି ବେସନ ହୋଇଥିଲା। ତା ପରେ ସେ ମାଉସୀ ମା ମନ୍ଦିର ଠାରୁ ବଡ଼ ଦାଣ୍ଡରେ ଚାଲି ଚାଲି ମନ୍ଦିର ଗଲେ। ରାସ୍ତା କଡ଼ରେ ଥିବା ଶୁଭେଚ୍ଛୁ ମାନଙ୍କୁ ହାତ ହଲାଇ ଥିଲେ। ଲୋକମାନେ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ।

ବଳଗଣ୍ଡିରୁ ୨କିଲୋମିଟର ଚାଲି ଚାଲି ଯାଇଥିଲେ ରାଷ୍ଟ୍ରପତି। ଅରୁଣ ସ୍ତମ୍ଭକୁ ପ୍ରଣିପାତ କରିଥିଲେ। ଦୁଇ ହାତ ଟେକି ନୀଳଚକ୍ରକୁ ଜୁହାର ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯାହା ଜଣେ ଓଡ଼ିଆ ସର୍ବୋପରି ଜଣେ ଜଗନ୍ନାଥ ପ୍ରେମୀର ନିଦର୍ଶନ ବୋଲି ପ୍ରମାଣ କରୁଛି। ସେ ମେଡିକାଲ ଛକରୁ ବଡଦାଣ୍ଡରେ ଚାଲି ଚାଲି ଆସି ଦର୍ଶନ କଲେ।  ଓଡ଼ିଆ ଘରର ବୋହୂ ଭଳି ଆସି ଅରୁଣସ୍ତମ୍ଭ ସ୍ପର୍ଶ କରି ଆଶୀର୍ବାଦ ନେଲେ। ପରେ ପାଦ ପ୍ରକ୍ଷାଳନ ଜାଗାକୁ ଯାଇ ପାଦ ଧୋଇବା ପରେ ଦର୍ଶନ ପାଇଁ ଗଲେ। ବାଇଶି ପାହାଚ ଦେଇ ଯିବା ବେଳେ ପ୍ରତି ପାହାଚକୁ ସ୍ପର୍ଶ କରି ସେ ମୁଣ୍ଡିଆ ମାରିଛନ୍ତି। ଉପସ୍ଥିତ ଦର୍ଶକ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି।

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରାଜଭବନରେ କରିବେ ମହାପ୍ରସାଦ ଭୋଜନ କରିବେ ରାଷ୍ଟ୍ରପତି। ତାଙ୍କୁ ପାଛୋଟି ନେବାପାଇଁ କୌଳିକ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କର ମହାପ୍ରସାଦ ଖାଇବା ପାଇଁ ପିତ୍ତଳର ବାସନ ମଧ୍ଯ କିଣାଯାଇଛି। ରାଜଭବନରେ ମହାପ୍ରସାଦ ସେବନ କରିବା ପାଇଁ ରାଜ୍ଯପାଳଙ୍କ ସହ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ କରାଯାଇଛି। ସେପଟେ ରାଷ୍ଟ୍ରପତିଙ୍କୁ ଆତିଥ୍ୟ ଦେବା ପାଇଁ ସଜେଇ ହୋଇଛି ରାଜଭବନ।
Published by:Soumya Das
First published: