ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା
News18 Odia Digital
କଟକ: ଓଡ଼ିଶା ହାଇ କୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ
ଦାୟିତ୍ବ ଗ୍ରହଣ କରିଛନ୍ତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରୀ ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଗତ କାଲି ଏହି ପଦରେ ନିଯୁକ୍ତ କରିଥିଲେ ।
ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ. ଝାବେରୀଙ୍କ ଅବସର ଗ୍ରହଣ କରିବା ପରେ ଜଷ୍ଟିସ୍ ପଣ୍ଡା ହାଇ କୋର୍ଟର ବରିଷ୍ଠତମ ବିଚାରପତି ଅଟନ୍ତି ।

ଓଡ଼ିଶା ହାଇ କୋର୍ଟ
ଜଷ୍ଟିସ୍ ପଣ୍ଡାଙ୍କ ଜନ୍ମ ୧୯୫୯ ଜୁଲାଇ ୧୦ରେ ହୋଇଥିଲା ।
୧୯୮୫ରେ ଓକିଲାତି ଲାଇସେନ୍ସ ହାସଲ କରିିବା ପରେ ସେହି ବର୍ଷ ସେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।
ସେ ୨୦୦୭ ମାର୍ଚ୍ଚ ୧ରେ ଓଡ଼ିଶା ହାଇ କୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।
ଦୀର୍ଘ ୨୧ ବର୍ଷର ଓକିଲାତି କରିବା ପରେ ତାଙ୍କୁ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠତମ ବିଚାରପତି ଅଟନ୍ତି ।Published by:Sibanava Panda
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।