୨୦୨୪ ନିର୍ବାଚନ ପାଇଁ ସଜବାଜ; ଶାସକ ଦଳର ଟାର୍ଗେଟ ଦେଢ଼ କୋଟି ଭୋଟ

୨୦୨୪ ନିର୍ବାଚନରେ ଦେଢ଼ କୋଟି ଭୋଟ ହାତେଇ ପୁନର୍ବାର ଶାସନ ଗାଦିରେ ବସିବାକୁ ଯୋଜନା କରିଛି ବିଜେଡି । କେଉଁଠୁ ଆସିବ ଦେଢ଼ କୋଟି ଭୋଟ ଦେଖନ୍ତୁ ଏହି ରିପୋର୍ଟ ।

୨୦୨୪ ନିର୍ବାଚନ ପାଇଁ ସଜବାଜ; ଶାସକ ଦଳର ଟାର୍ଗେଟ ଦେଢ଼ କୋଟି ଭୋଟ

୨୦୨୪ ନିର୍ବାଚନ ପାଇଁ ସଜବାଜ; ଶାସକ ଦଳର ଟାର୍ଗେଟ ଦେଢ଼ କୋଟି ଭୋଟ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର; ୨୦୨୪ ପାଇଁ ପାଗଭିଡ଼ା । ଏବେଠୁ ବାରି ହେଲାଣି ନିର୍ବାଚନ ମୁଡ । ନିଜ ନିଜ ଷ୍ଟାଇଲରେ ପ୍ଲାନ ପ୍ରସ୍ତୁତ କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ,ବିଜେପି ଓ କଂଗ୍ରେସ । ଆଗାମୀ ନିର୍ବାଚନରେ ଦେଢ଼ କୋଟି ଭୋଟ ସହ ଫାଇନାଲ ଲଢେଇରେ ବାଜିମାତ ପାଇଁ ମେଗା ପ୍ଲାନ୍ କରିଛି ବିଜେଡି । ନବୀନ ଇମେଜ ସହ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଛାମୁଆ ସଙ୍ଗଠନ କାନ୍ଧରେ ରହିଛି ବଡ ଦାୟିତ୍ଵ ।

ଭିଜନ ୨୦୨୪ ନେଇ ବିଜେଡି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦେଢ଼ କୋଟି ଭୋଟ ଟାର୍ଗେଟ ରଖିଛି ଦଳ । ଅଧିକ ସିଟ ଦଖଲ ସହ ଦେଢ଼ କୋଟି ଭୋଟ ହାତେଇ ପୁନଃ ଶାସନ ଗାଦିରେ ବସିବାକୁ ଯୋଜନା କରିଛି ଶାସକଦଳ । ତେବେ କେମିତି ଦେଢ଼ କୋଟି ଭୋଟ ପାଇବ ବିଜେଡି । ଏ ନେଇ ବିଜେଡି ବଡ ଯୋଜନା କରିଥିବା ବେଳେ  ଛାତ୍ର, ଯୁବ ଓ ମହିଳା ପରି ଛାମୁଆ ସଂଗଠନ କାନ୍ଧରେ ରହିବ ବଡ଼ ଦାୟିତ୍ଵ । ୨୦୦୪ ପରଠୁ ଲଗାତାର ଭାବେ ବିଜେଡିର ଭୋଟ ସଂଖ୍ୟା ବଢ଼ିଚାଲିଛି । ଆଗକୁ ବି ଏହି ସଫଳତା ଜାରି ରଖିବାକୁ ସାଂଗଠନିକ ବୈଠକରେ ପ୍ରସ୍ତୁତ ହୋଇଛି ଯୋଜନା ।

ନଜର ପକାନ୍ତୁ ବିଜେଡିର ସଂଖ୍ୟା ଗଣିତ ଉପରେ ....୨୦୦୪ - ବିଜେଡି  ହାତେଇଥିଲା ୬୧ ସିଟ । ୪୬ ଲକ୍ଷ ୩୨ ହଜାର ଭୋଟ ପାଇଥିଲା । ଭୋଟ ପ୍ରତିଶତ ଥିଲା ୨୭.୩୬ । ୨୦୦୯ରେ ୧୦୩ ସିଟରେ ବାଜିମାତ କରିଥିବା ବେଳେ ଭୋଟ ସଂଖ୍ୟା ଥିଲା ୬୯ ଲକ୍ଷ ୩ ହଜାର ୬୪୧।  ଭୋଟ ପ୍ରତିଶତ ଥିଲା ୩୮.୮୬ । ୨୦୧୪ରେ ବିଜେଡିକୁ ୧୧୭ ସିଟ ମିଳିଥିବା ବେଳେ ୯୩ ଲକ୍ଷ ୩୪ ହଜାର ୮୫୨ ପାଇଥିଲା । ଭୋଟ ପ୍ରତିଶତ ବଢ଼ି ୪୩.୪ ପହଞ୍ଚିଥିଲା । ୨୦୧୯ରେ ବିଜେଡି ୧୧୨ ସିଟ ହତେଇବାରେ ସଫଳ ହୋଇଥିଲା । ୧ କୋଟି ୫ ଲକ୍ଷ ୭୧ ହଜାର ଭୋଟ ସହ ୪୪.୭୧ ପ୍ରତିଶତ ଭୋଟ ପାଇଥିଲା ଶାସକ ଦଳ । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାୟ ୧ କୋଟି ୧୦ ଭୋଟ  ପାଇବାରେ ସକ୍ଷମ ହୋଇଥିବା ବେଳେ  ୫୦ ପ୍ରତିଶତ ଭୋଟ ପାର କରିଥିଲା । ଲଗାତାର ଭାବେ ଭୋଟ ପ୍ରତିଶତ ବଢ଼ି ଚାଲିଥିବା ବେଳେ ଆଗକୁ ବି ଏକ ତରଫା ବିଜୟ ଲକ୍ଷ୍ୟରେ ବିଜେଡି ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ଭୋଟ ପ୍ରତିଶତ ବି ବଢିଛି । ୨୦୧୯ ନିର୍ବାଚନ ସଂଖ୍ୟା ଦେଖିଲେ ମହିଳାଙ୍କ ଭୋଟ ପ୍ରତିଶତ ୬୭.୧୮ ଥିବା ବେଳେ ପୁରୁଷ ଭୋଟର ୬୭.୦୧ ପ୍ରତିଶତ ଥିଲା । ଏସଏସଜି ବିଜେଡିର ବଡ଼ ଭୋଟ ବ୍ୟାଙ୍କ ହୋଇଥିବା ବେଳେ ସବୁ ବିଜେଡି ସପକ୍ଷରେ ଯାଇଛି ମହିଳା ଭୋଟ । ଏହା ସହ ୨୦୪ ଛାତ୍ର, ୧୯୪ ଯୁବ ଓ ୩୮୭ ମହିଳାଙ୍କୁ ଦାୟିତ୍ଵ ନେଇ କାନ୍ଧରେ ବଡ଼ ଦାୟିତ୍ଵ ନ୍ୟସ୍ତ କରିବା ସହ ମିଶନ ସଫଳ କରିବାକୁ ଯୋଜନା କରିଛି । ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି "ବିଜେଡି ଲୋକଙ୍କ ସହ ଅଛି । ଲୋକେ ବି ବିଜେଡି ସହ ଅଛନ୍ତି । ବିଜେଡି ଯେଉଁ ଟାର୍ଗେଟ ନେଇ କାମ କରୁଛି ନବୀନ ଇମେଜ ଓ ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ଦେଢ଼ କୋଟି ଟାର୍ଗେଟର ମୁଳ ଆଧାର ବୋଲି ସେ କହିଛନ୍ତି । ଲୋକଙ୍କ ସହ ଯୋଡ଼ି ହେବାକୁ ଗାନ୍ଧୀ ଜୟନ୍ତୀ, ବିଜେଡି ପ୍ରତିଷ୍ଠା ଦିବସ ଓ ବିଜୁ ଜୟନ୍ତୀକୁ ବ୍ୟାପକ କରିବାକୁ ଯୋଜନା କରିଛି ବିଜେଡି । ଏଥିପାଇଁ ଛାମୁଆ ସଙ୍ଗଠନ କାନ୍ଧରେ ରହିଛି ବଡ଼ ଦାୟିତ୍ଵ ।

ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି " ମହିଳାଙ୍କ ପାଇଁ ରାଜ୍ୟ ସରକାର ଅନେକ ସମୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଇଛନ୍ତି । ଏ ଦୃଷ୍ଟିରୁ ବିଜେଡି ପ୍ରତି ମହିଳାଙ୍କ ସମର୍ଥନ ରହିଥିବା ବେଳେ ପ୍ରାୟ ୭୦-୭୫ ପ୍ରତିଶତ ଭୋଟ ବିଜେଡିକୁ ଯାଇଥାଏ । ତେଣୁ ଦେଢ଼ କୋଟି ଭୋଟ ଟାର୍ଗେଟର ମହିଳାଙ୍କ ପ୍ରମୁଖ ଭୂମିକା ରହିବ ବୋଲି ସେ କହିଛନ୍ତି । ନିର୍ବାଚନକୁ ଦେଢ଼ ବର୍ଷ ଭଳି ସମୟ ଥିବା ବେଳେ ଏବେଠୁ ନିର୍ବାଚନ ମାହୋଲ ବାରିହେଲାଣି । ବିଜେଡି ନୂଆ ଟାସ୍କ ଫିକ୍ସ କରି ଏକତରଫା ବିଜୟ ପାଇଁ ଯୋଜନା କରିଛି ।
Published by:Soubhagya Mishra
First published: