ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦୁର୍ଗା ପୂଜା ପାଇଁ କଟକରେ ପ୍ରସ୍ତୁତି ଆରମ୍ଭ; ସରକାରଙ୍କ ଗାଇଡ଼ଲାଇନକୁ ନେଇ ସହରବାସୀ ଅସନ୍ତୋଷ

ଦୁର୍ଗା ପୂଜା ପାଇଁ କଟକରେ ପ୍ରସ୍ତୁତି ଆରମ୍ଭ; ସରକାରଙ୍କ ଗାଇଡ଼ଲାଇନକୁ ନେଇ ସହରବାସୀ ଅସନ୍ତୋଷ

ଆଉ କିଛି ଦିନ ପରେ ପୃଥିବୀ ପୃଷ୍ଠରେ ଧରାବତରଣ କରିବେ ମା' ଦୁର୍ଗା । ମୃର୍ତ୍ତିକା ଅନୁକୁଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଦୁର୍ଗାପୂଜାକୁ କଟକଣା ମୁକ୍ତ କରିବା ପାଇଁ ଦାବି ପୁଣି ଜୋର ଧରିଛି।

ଦୁର୍ଗା ପୂଜା ପାଇଁ କଟକରେ ପ୍ରସ୍ତୁତି ଆରମ୍ଭ; ସରକାରଙ୍କ ଗାଇଡ଼ଲାଇନକୁ ନେଇ ସହରବାସୀ ଅସନ୍ତୋଷ
ପୃଥିବୀ ପୃଷ୍ଠରେ ଧରାବତରଣ କରିବେ ମା' ଦୁର୍ଗା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 31, 2021, 7:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଉ କିଛି ଦିନ ପରେ ପୃଥିବୀ ପୃଷ୍ଠରେ ଧରାବତରଣ କରିବେ ମା' ଦୁର୍ଗା । କରୋନା ମହାମାରୀ ପାଇଁ ପୂର୍ବରୁ ଦୁର୍ଗା ପୂଜା ଫିକା ପଡ଼ିଯାଇଥିଲା । ଏବେଠାରୁ ଦୁର୍ଗାପୂଜା ପାଇଁ କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସହରର ଅଧିକାଂଶ ପୁଜା କମିଟିଗୁଡ଼ିକ ପକ୍ଷରୁ ମା'ଙ୍କ ମୂର୍ତ୍ତି ପାଇଁ ମୃତ୍ତିକା ଅନୁକୂଳ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।

ମୃର୍ତ୍ତିକା ଅନୁକୁଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଦୁର୍ଗାପୂଜାକୁ କଟକଣା ମୁକ୍ତ କରିବା ପାଇଁ ଦାବି ପୁଣି ଥରେ ଉଠିଛି। ବିଶେଷ କରି ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସିମିତ ରଖିବା, ପରଦା ଆଢ଼ୁଆଳରେ ପୂଜା ସମ୍ପୂର୍ଣ୍ଣ କରିବା ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡ ଲାଇନରେ ସଂଶୋଧନ କରିବା ପାଇଁ ଦାବି କରିଛନ୍ତି ବିଭିନ୍ନ ପୂଜା କମିଟି। ଏହାରି ଭିତରେ ପୂଜାକୁ କଟକଣାରୁ ବାଦ ଦେବା ପାଇଁ ଦାବିରେ ସହରର ବିଭିନ୍ନ ସାମାଜିକ ସଂଗଠନଗୁଡ଼ିକର କର୍ମକର୍ତ୍ତାମାନେ ଏକତ୍ରିତ ହୋଇଥିଲେ ।

"କରୋନା ସହିତ ମା'ଙ୍କ ମୂର୍ତ୍ତିର ଉଚ୍ଚତାର ସମ୍ପର୍କ କଣ ତାହା ଆମେ ବୁଝି ପାରୁନାହୁଁ। ଏହା ସହିତ ଯଦି ମନ୍ଦିରରେ ଠାକୁର ଦର୍ଶନ ପାଇଁ ସରକାର ଅନୂମତି ଦେଉଛନ୍ତି ତା ହେଲେ ମଣ୍ଡପରେ ଶ୍ରଦ୍ଧାଳୁ କାହିଁକି ମା'ଙ୍କୁ ଦର୍ଶନ କରି ପାରିବେ ନାହିଁ। ସରକାର ଧାର୍ଯ୍ୟ କରିଥିବା ସମସ୍ତ କୋଭିଡ଼ କଟକଣା ମାନି ଆମେ ପୂଜା କରିବୁ। କିନ୍ତୁ ମୂର୍ତ୍ତିର ଉଚ୍ଚତା ଆଉ ମଣ୍ଡପରେ ମା'ଙ୍କୁ ଦର୍ଶନ କଟକଣାକୁ କୋହଳ କରିବା ପାଇଁ ଆମେ ସରକାରଙ୍କୁ ନିବେଦନ କରୁଛୁ," କହିଛନ୍ତି ହରୀପୁର-ଦୋଳମୁଣ୍ଡାଇ ପୂଜା ମଣ୍ଡପର ସମ୍ପାଦକ ଲିଙ୍ଗରାଜ ହାତୀ।

ସରକାରଙ୍କ ଗାଇଡ଼ଲାଇନକୁ ନେଇ ସହରବାସୀ ଅସନ୍ତୋଷ (ପ୍ରତୀକାତ୍ମକ ଛବି)


ବିଦ୍ଧି ମୁତାବକ କଟକର ମହାନଦୀ ଓ କାଠଯୋଡ଼ି ନଦୀ ତଟରେ ପୂଜାର୍ଚ୍ଚନା ପରେ ପବିତ୍ର ମାଟି ସଂଗୃହିତ ହୋଇଛି । ସଂଗୃହିତ ହୋଇଥିବା ଏହି ମୂଳ ମାଟିକୁ ଆଧାର କରି ମା'ଙ୍କ ମୂର୍ତ୍ତି ତିଆରି କାର୍ଯ୍ୟ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ ମା'ଙ୍କ ମୂର୍ତ୍ତି ତିଆରି ହେବ। ପ୍ରଥମେ ଏକ ମାଟିଆ ଓ ପରେ ଦୁଇ ମାଟିଆ କରାଯିବା ପରେ ଖଡ଼ି ଲାଗି ଅମାବାସ୍ୟା ଦିନ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରାଯିବ। ଏହା ପରେ ମା'ଙ୍କ ମୂର୍ତ୍ତିର ସମ୍ପୂର୍ଣ୍ଣ ରଙ୍ଗ କାର୍ଯ୍ୟ ଶେଷ ହେବା ପରେ ବିଜୟା ଦଶମୀର ପାଞ୍ଚ ଦିନ ପୂର୍ବରୁ ମା'ଙ୍କୁ ବସ୍ତ୍ର ଓ ଆଭୂଷଣ ଇତ୍ୟାଦି ଲାଗି କରାଯିବ।

ଦୁର୍ଗାପୂଜାକୁ ନେଇ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା କଟକଣା ମଧ୍ୟରୁ କେବଳ ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ମାଙ୍କ ଦର୍ଶନ କଟକଣାକୁ ବାଦ ଦେବା ପାଇଁ ପୂର୍ବରୁ ମହାନଗର ଶାନ୍ତି କମିଟି ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରି ସାରିଛି । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଏନେଇ କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାଁନ୍ତି ।
Published by: Soumya Das
First published: August 31, 2021, 7:13 PM IST