ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସମ୍ବଲପୁରରେ ଶୀତଳଷଷ୍ଠୀ: ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଶେଷ

ସମ୍ବଲପୁରରେ ଶୀତଳଷଷ୍ଠୀ: ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଶେଷ

ସମ୍ବଲପୁର ଶୀତଳଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହରେ ସାମିଲ ହେବା ପାଇଁ ସହରର ଅନ୍ୟ ମନ୍ଦିରର ଦେବାଦେବୀଙ୍କୁ ନିମନ୍ତ୍ରଣ କରିବାର ବିଧି ରହିଛି ।

ସମ୍ବଲପୁରରେ ଶୀତଳଷଷ୍ଠୀ: ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଶେଷ
ଏ ବର୍ଷ ଲକଡାଉନ ଯୋଗଁ ମନ୍ଦିର ପରିସରରେ ହିଁ ହନୁମାନଙ୍କୁ ପୁଜାର୍ଚ୍ଚନା କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଲକଡାଉନ ମଧ୍ୟରେ କେବଳ ବିଧି ରକ୍ଷା ପାଇଁ ଚାଲିଛି ଶୀତଳଷଷ୍ଠୀ ଯାତ୍ରାର ବିଭିନ୍ନ ରୀତିନୀତି । ସମ୍ପୂର୍ଣ୍ଣ ନିରଡାମ୍ବର ଭାବେ ସବୁ ନୀତି ସମ୍ପନ୍ନ ହେଉଛି । ବୁଧବାର ଦିନ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହେବାକୁ ଥିବା ବେଳେ ବଡ଼ବଜାର ଶୀତଳେଶ୍ବର ବାବାଙ୍କ ସମେତ ଝାଡୁଆ ପଡାର ଲୋକନାଥ ବାବା, ମୁଦୀପଡାର ଜାଗେଶ୍ୱର ବାବା, ବୁଢାରଜାର ପାହାଡେଶ୍ୱର ବାବା ଓ ସହରର ଶୀତଳଷଷ୍ଠୀ ଯାତ୍ରା କରୁଥିବା ସମସ୍ତ ପଡ଼ାରେ ମହାବୀର ହନୁମାନ ସହରର ଅନ୍ୟ ଦେବାଦେବୀଙ୍କୁ ଗୁଆଗୁଣ୍ଡା ଦେଇ ଶିବ ପାର୍ବତୀଙ୍କ ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି ।

‘‘ସମ୍ବଲପୁର ଶୀତଳଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହରେ ସାମିଲ ହେବା ପାଇଁ ସହରର ଅନ୍ୟ ମନ୍ଦିରର ଦେବାଦେବୀଙ୍କୁ ନିମନ୍ତ୍ରଣ କରିବାର ବିଧି ରହିଛି । ନନ୍ଦପଡ଼ାରେ ଭଗବାନ ନୃସିଂହ ନିମନ୍ତ୍ରଣ ଦେଉଥିବାରୁ ଏହାକୁ ନୃସିଂହ ନିଉତା କୁହାଯାଏ । ଅନ୍ୟ ପଡ଼ାର ମହାବୀର ହନୁମାନ ଶିବ ପାର୍ବତୀ ବିବାହରେ ସାମିଲ ହେବା ପାଇଁ ଅନ୍ୟ ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥାନ୍ତି । ଏହାକୁ ହନୁମାନ ନିୟୁତା କୁହାଯାଇଥାଏ,’’ କହିଛନ୍ତି ବୁଢାରଜା ମନ୍ଦିରର ପୂଜକ ରାଜା ସିଂ ।

ହନୁମାନ ନିୟୁତାରେ ବ୍ୟସ୍ତ ପୂଜକମାନେ


ଅନ୍ୟ ବର୍ଷମାନଙ୍କରେ ହନୁମାନ ନିୟୁତା ବଡ ଯାକ ଜମକରେ ବାଜାଧ୍ବଜା ଧରି ହନୁମାନଙ୍କୁ ରଥାରୁଢ଼ କରି ପାଳନ କରାଯାଉଥିଲା । ହେଲେ ଏ ବର୍ଷ ଲକଡାଉନ ଯୋଗଁ ମନ୍ଦିର ପରିସରରେ ହିଁ ହନୁମାନଙ୍କୁ ପୁଜାର୍ଚ୍ଚନା କରାଯାଇଥିଲା । କେବଳ ପୂଜକ ଓ ଯାତ୍ରା କମିଟି ପ୍ରତିନିଧି ଗୁଆ ଗୁଣ୍ଡା ଧରି ବିଭିନ୍ନ ମନ୍ଦିରକୁ ଯାଇ ନିମନ୍ତ୍ରଣ ଦେବାର କାର୍ଯ୍ୟ ସମ୍ପାଦନ କରିଥିଲେ ବୋଲି କହିଛନ୍ତି ବଡ଼ବଜାର ଶୀତଳେଶ୍ବର ଯାତ୍ରା କମିଟିର କର୍ମକର୍ତ୍ତା ସରୋଜ ସାହୁ ।

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସବୁ ପଡ଼ା ପକ୍ଷରୁ ଦେବ ନିମନ୍ତ୍ରଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଦେବ ଦେବ ମହାଦେବ ଙ୍କ ସହ ମାତା ପାର୍ବତୀଙ୍କ ବିବାହ ବୁଧବାର ଦିନ ଆୟୋଜିତ ହେବ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 10:05 PM IST