News18 Odia Digital
ଭୁବନେଶ୍ବର: ଦେଶରେ ଓମିକ୍ରନ ଆତଙ୍କ। ଆଉ ଏମିତି ସମୟରେ ଟିକା କରଣକୁ ବ୍ୟାପକ କରିବା ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି। ଜାନୁଆରୀ ପହିଲାରୁ ହେବ ପଞ୍ଜିକରଣ। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ରାଜ୍ୟ ଅପେକ୍ଷା କରିଛି । ରାଜ୍ୟରେ ଏବେ ୨୫ ଲକ୍ଷ ୫୩ ହଜାର ୧୫ ରୁ ୧୮ ବର୍ଷ ପିଲା ରହିଥିବା ବେଳେ ସେମାନଙ୍କୁ ଟିକା ଦିଆଯିବା ନେଇ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ କର୍ମୀ ଓ ସମୁଖ ଯୋଦ୍ଧା ୭ ଲକ୍ଷ ୫ ହଜାର ଲୋକ ନେବେ ପିକସନ୍ ଡୋଜ। ଏହାସହ ୬୦ ବର୍ଷରୁ ଉର୍ଦ୍ଧ୍ବ ୫୨ ଲକ୍ଷ ୩୭ ହଜାର ବ୍ୟକ୍ତି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ।
ସେମାନଙ୍କୁ ପ୍ରିକସନ ଡୋଜ ଦିଆଯିବ। ୧୫ ରୁ ୧୮ ବର୍ଷ ଯେଉଁମାନେ ଟିକା ନେବେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ। ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡ଼ିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ।
କେବଳ ଏତିକି ନୁହେଁ ଅନୁମତି ପାଇଥିବା ଦୁଇଟି ଟିକା ମଧ୍ୟରୁ ପିଲାମାନଙ୍କୁ କେଉଁ ଟିକା ଦିଆଯିବ ଗାଇଡଲାଇନ ଆସିବା ପରେ ଜଣା ପଡ଼ିବ।
ଯଦି ଆମେ ଭାରତ ବର୍ଷ ସ୍ଥିତି ସହିତ ଓଡ଼ିଶାକୁ ଦେଖିବା ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ନାଇଟ କର୍ଫ୍ୟୁ କି ଲକ ଡ଼ାଉନ ଭଳି କଟକଣାର ଏବେ କିଛି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପିଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଲେ ହସ୍ପିଟାଲାଇଜେନସେନ ଓ ସଂକ୍ରମଣ ବଢ଼ିଲେ କଟକଣା ବଢାଯାଇଥାଏ। କିନ୍ତୁ ରାଜ୍ୟରେ ସେଭଳି ସ୍ଥିତି ଉପୁଯିବ ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ।
ଏହା ସହ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୧୮ ଜଣ ପଜିଟିଭ ବାହାରିଥିଲେ । ଯାହା ମଧ୍ୟରୁ ୮ ଜଣ ଓମିକ୍ରନ ଭାରିଆଣ୍ଟର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୧୦ ଜଣଙ୍କର ନେଗେଟିଭ ଆସିଥିବା କହିଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି,"ତେବେ ବର୍ତ୍ତମାନ ୨,୬୦୦ ସେସନ ସାଇଟରେ ଟିକା କରଣ ଚାଲିଛି। ପ୍ରତି ବ୍ଲକରେ ୮ଟି ମୋବାଇଲ ଭ୍ୟାନ ବୁଲି ଟିକା କରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ ୩୦ ଲକ୍ଷ ଲୋକ ବାକି ଅଛନ୍ତି।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।