କଟକ ସହରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି; ମୂର୍ତ୍ତି ତିଆରି ଅନୁମତି ଅପେକ୍ଷାରେ ସହରବାସୀ

ଦୁର୍ଗା ପୂଜାକୁ ପାଖାପାଖି ଦୁଇ ମାସ ମମୟ ଅଛି । ସେଥି ପାଇଁ ଏବେ ଠାରୁ କୌଣସି ପ୍ରସ୍ତୁତି ନ କରିବାକୁ ପୋଲିସ ପକ୍ଷରୁ ସହରର ସବୁ ପୂଜା କମିଟିକୁ କୁହାଯାଇଛି । ସମୟ ପୂର୍ବରୁ ଅନୁମତି ମିଳିଲେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ କରିବେ ବୋଲି ଆଶା କରୁଛନ୍ତି ସହରବାସୀ ।

କଟକ ସହରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି; ମୂର୍ତ୍ତି ତିଆରି ଅନୁମତି ଅପେକ୍ଷାରେ ସହରବାସୀ
ମା' ଦୁର୍ଗାଙ୍କର ମୃତ୍ତିକା ଅନୂକୂଳ ପୂଜାର୍ଚ୍ଚନା ସମୟର ଦୃଶ୍ୟ
  • News18 Odia
  • Last Updated: August 13, 2020, 5:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟର ସବୁ ସହର ପରି କଟକରେ ଆରମ୍ଭ ହୋଇଛି ଦୁର୍ଗା ପୂଜାର ପ୍ରସ୍ତୁତି । ବିଧି ମୁତାବକ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ଲାଗି ମୃତ୍ତିକା ଅନୁକୂଳ ହୋଇଛି । ହେଲେ କରୋନା କଟକଣା ଯୋଗୁଁ ଏହି କାର୍ଯ୍ୟ ନିରାଡମ୍ବର ଭାବେ ଓ ବିନା କୌଣସି ଲୋକ ଗହଳିରେ ସମ୍ପର୍ଣ୍ଣ ହୋଇଛି ।

ନନ୍ଦୋତ୍ସବ ଦିନ ଦୁର୍ଗାପୂଜା ଲାଗି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ଲାଗି ମୃତ୍ତିକା ଅନୁକୁଳ କରାଯିବାର ପରମ୍ପରା ରହିଥାଏ । ଏହି ପରମ୍ପରାକୁ ପାଳନ କରିବାକୁ ଯାଇ ସହରରେ ଥିବା ସମସ୍ତ ୧୭୯ଟି ପୂଜା ମଣ୍ଡପଗୁଡିକ ମଧ୍ୟରୁ ଅଧିକାଂଶ ମଣ୍ଡପ ନିଜ ନିଜର ମଣ୍ଡପ ପାଇଁ ମୃତ୍ତିକା ଅନୂକୂଳ କରିଛନ୍ତି । ଏଥିପାଇଁ ସେମାନେ କଟକର ମହାନଦୀ ଓ କାଠଯୋଡି ନଦୀର ବିଭିନ୍ନ ତୁଟରେ ଯାଇ ପୂଜାର୍ଚ୍ଚନା କରିଥିଲେ ।

ଏହି ପୂଜାର୍ଚ୍ଚନାରେ ସମୟରେ ମା'ଙ୍କୁ ଆବାହନ କରାଯାଇଥିବା ବେଳେ ଦଶଭୁଜାଙ୍କ ମୃଣ୍ମୟୀ ମୂର୍ତ୍ତି ଲାଗି ମାଟି ସଂଗ୍ରହ କରାଯାଇଛି । ଏହା ପରେ ପର୍ଯ୍ୟାୟ କ୍ରମେ ମା'ଙ୍କ ମୃର୍ତ୍ତି ତିଆରି କରାଯିବ । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମୃର୍ତ୍ତି ତିଆରି ହେବ ଓ ଦଶହରାରେ ମା'ଙ୍କ ପୂର୍ବ ଭଳି ଭକ୍ତଙ୍କୁ ଦର୍ଶନ ଦେବେ କିନ୍ତୁ କରୋନା କଟକଣାକୁ ମାନି ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ପୂଜା କମିଟି ଗୁଡ଼ିକ ପକ୍ଷରୁ କୁହାଯାଇଛି ।

କଟକ ସହରରେ ଥିବା ଏକ ପୂଜା ମଣ୍ଡପ


"ପ୍ରଶାସନର ପ୍ରସ୍ତାବ ରକ୍ଷା କରି ଆଜି ଆମେ ମାତ୍ର ୪ ଜଣଙ୍କ ଲୋକଙ୍କ ଗହଣରେ ମାଟି ଅନୁକୂଳ କଲୁ । ଦଶହରାକୁ ତ ଆଉ ଦୁଇ ମାସ ବାକି ଅଛି । ସେତେ ବେଳକୁ ମା'ଙ୍କ କରୁଣାରୁ ପରସ୍ଥିତିରେ ସୁଧାର ଆସିଥିବ ବୋଲି ମୁଁ ବିଶ୍ବାସ କରୁଛି । ଆଉ ସେତେ ବେଳେ ପ୍ରଶାସନର ଯାହା ଗାଇଡଲାଇନ ରହିବ ଆମେ ତାକୁ ମାନି ଦୁର୍ଗା ପୂଜା କରିବୁ । ହେଲେ ଆମକୁ ମୃର୍ତ୍ତି ତିଆରି କରିବାର ଅନୁମତି ଦିଆଯାଉ," କହିଛନ୍ତି ଖାନନଗର ପୂଜା କମିଟିର ସମ୍ପାଦକ ପ୍ରଫୁଲ୍ଲ ସାହୁ ।

ଆସନ୍ତା ସପ୍ତାହରେ ଗଣେଷ ପୂଜା ଥିବା ବେଳେ ସହର କରୋନା ସ୍ଥିତିକୁ ଦେଖି ସାର୍ବଜନୀନ ଗଣେଷ ପୂଜା ଉପରେ କଟକଣା ଲାଗାଇଛି କମିଶନରେଟ ପୋଲିସ । ଲୋକେ କେବଳ ନିଜ ଘରେ ଗଣେଷଙ୍କ ଛୋଟ ମୁର୍ତ୍ତି ନେଇ ପୂଜା କରିପାରିବେ ପୋଲିସର ଅନୁମତି ରହିଛି । କିନ୍ତୁ ଦୁର୍ଗା ପୂଜାକୁ ପାଖାପାଖି ଦୁଇ ମାସ ମମୟ ଥିଲେ ମଧ୍ୟ ଏଥିପାଇଁ ଏବେ ଠାରୁ କୌଣସି ପ୍ରସ୍ତୁତି ନ କରିବା ପାଇଁ ପୋଲିସ ପକ୍ଷରୁ ପୂଜା କମିଟି ଗୁଡିକୁ ଅବଗତ କରାଯାଇଛି ।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବ

ଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ

ପୂଜା କମିଟି ଗୁଡିକ ପକ୍ଷରୁ କୁହାଯାଇଛି ଯେ, ମା'ଙ୍କ ମୃର୍ତ୍ତି ତିଆରି ଏକ ଲମ୍ବା ପ୍ରକ୍ରିୟା ଦେଇ ଗତି କରିଥାଏ। ପ୍ରଥମେ ମୂର୍ତ୍ତି ନିର୍ମାଣ ପାଇଁ ନଡ଼ା ବନ୍ଧା ଯାଇ ଥାଏ। ପରେ ପରେ ଏକ ମାଟିଆ ଓ ଦୁଇ ମାଟିଆ ହୋଇ ଖଡ଼ି ଲାଗି ଅମାବାସ୍ୟା ଦିନ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ରେ ଖଡ଼ି ରଙ୍ଗ ଓ ପରେ ଅନ୍ୟ ରଙ୍ଗ, ବସ୍ତ୍ର ଏବଂ ଅଭୂଷଣ ଲାଗି କରାଯାଇ ଥାଏ। ଯଥେଷ୍ଟ ସମୟ ପୂର୍ବରୁ ଅନୁମତି ମିଳିଲେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ପାରିବ ।



"ସାମୁହିକ ଗଣେଷ ପୂଜା ନ କରିବା ପାଇଁ ଆମେ ଗାଇଡ ଲାଇନ ଜାରି କରିଛୁ । କିନ୍ତୁ ଦୁର୍ଗା ପୂଜାକୁ ଆହୁରି ଅନେକ ଦିନ ବାକିଥିବାରୁ ସେ ନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତି ହୋଇନାହିଁ । ଏନେଇ ରାଜ୍ୟ ସରକାର ଯାହା ବି ଗାଇଡ଼ ଲାଇନ ଜାରି କରିବେ ତାହାକୁ ପାଳନ କରାଯିବ," କହିଛନ୍ତି କଟକ ଡ଼ିସିପି ପ୍ରତୀକ ସିଂ ।
Published by: Jagdish Barik
First published: August 13, 2020, 4:39 PM IST
corona virus btn
corona virus btn
Loading