ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ; ଏବର୍ଷ ଧୁମଧାମରେ ପାଳନ ହେବ ଯାତ୍ରା

ଶୋଭାଯାତ୍ରା ଯାଉଥିବା ରାସ୍ତାକୁ ମରାମତି କରାଯିବା ପାଇଁ ଶୀଳତ ଷଷ୍ଠୀ କମିଟି ପକ୍ଷରୁ ପ୍ରଶାସନ କୁହାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଅକ୍ଷୟ ତୃତିୟାରୁ ଥାଳ ଉଠା ସହ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ବେଳ ଏବେ ସବୁ ପଡା ପକ୍ଷରୁ ମୁଖ୍ୟ ଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଭିନ୍ନ ପଡାର ଯାତ୍ରା କମିଟି ପକ୍ଷରୁ ଯାତ୍ରା ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି। କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେବ ଶୋଭାଯାତ୍ରା ବନ୍ଦ ରହିଥିଲା। କିନ୍ତ ଏବର୍ଷ କୋଭିଡ କଟକଣା ହଟି ଯାଇଥିବାରୁ ଶୋଭାଯାତ୍ରାକୁ ଧୁମଧାମରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଶୋଭାଯାତ୍ରା ଯାଉଥିବା ରାସ୍ତାକୁ ମରାମତି କରାଯିବା ପାଇଁ ଶୀଳତ ଷଷ୍ଠୀ କମିଟି ପକ୍ଷରୁ ପ୍ରଶାସନ କୁହାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଅକ୍ଷୟ ତୃତିୟାରୁ ଥାଳ ଉଠା ସହ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ବେଳ ଏବେ ସବୁ ପଡା ପକ୍ଷରୁ ମୁଖ୍ୟ ଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।

ଯାତ୍ରାକୁ ସୁରୁଖରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶୀତଳ ଷଷ୍ଠୀ ଯାତ୍ରା ପୂର୍ବରୁ ସହରର ରାସ୍ତା ମରାମତି କରିବା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏଥି ସହିତ ଯାତ୍ରା ସମୟରେ ଅନ୍ୟାନ୍ୟ ଆନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିବା ଯାତ୍ରା କମିଟି ପକ୍ଷରୁ କୁହାଯାଇଛି।

ଶୀତଳ ଷଷ୍ଠୀ ଯାତ୍ରାର ଶୋଭାଯାତ୍ରା ଯାଉଥିବା ରାସ୍ତାକୁ ମରାମତି କରିବା ସହ ପରିମଳ ବ୍ୟବସ୍ଥାରେ ସୁଧାର କରିବା ପାଇଁ ଜିଲ୍ଲା ପ୍ରଶାସନକୁ କହିଛୁ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ସୁଶାନ୍ତ ପୁରୋହିତ କହିଛନ୍ତି।

ଶୀତଳ ଷଷ୍ଠୀ ଯାତ୍ରାରେ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲା ପ୍ରାଶସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥି ସହିତ ଯାତ୍ରା କମିଟି ପକ୍ଷରୁ ଦିଆ ଯାଇଥିବା ସମସ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ଉଦ୍ୟମ କରିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି।

ଯାତ୍ରା କିପରି ସୁରୁଖୁରରେ ସମ୍ପର୍ଣ୍ଣ ହେବ ସେଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏଥି ସହ ସହରରେ ଶନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯିବ। ଜୌଷ୍ଠ୍ୟ ଶୁକ୍ଳପକ୍ଷ ପଞ୍ଚମୀରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏହ ପୂର୍ବରୁ ଭିନ୍ନ ଭିନ୍ନ ଦିନରେ ବଭିନ୍ନ ପଡା ପକ୍ଷରୁ ବିବାହ ପୂର୍ବର ରିତିନିତି ଯଥା ନିର୍ବନ୍ଧ ବା ପତରପେଣ୍ଡି, ଦେବ ନିମନ୍ତ୍ରଣ, ନୃସିଂହ ନିଉତା ଓ ହନୁମାନ ନିଉତା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
Published by:Lipina Das
First published: