ବ୍ରଜରାଜ ନଗର ଉପନିର୍ବାଚନକୁ ନେଇ ପ୍ରସ୍ତୁତି ଜାରି; ପ୍ରଚାରରେ ଲାଗି ପଡ଼ିଛନ୍ତି ୩ ପ୍ରମୁଖ ଦଳ

ବ୍ରଜରାଜ ନଗର ଉପନିର୍ବାଚନକୁ ନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ ନିର୍ବାଚନ ସମ୍ପର୍କିତ ସମସ୍ୟା ଓ ଅଭିଯୋଗ ବାବଦରେ ଅବଗତ କରିବା ପାଇଁ ୧୯୫୦ ଟୋଲ ଫି ନମ୍ବର ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।

ରାଜ୍ୟ ନିର୍ବାଚନ ଅଧିକାରୀ

ରାଜ୍ୟ ନିର୍ବାଚନ ଅଧିକାରୀ

  • Share this:
News18 Odia Digital

ଭୁବନେଶ୍ବର: ବ୍ରଜରାଜ ନଗର ନିର୍ବାଚନକୁ ନେଇ ହାତରେ ସମୟ କମ। ଏହି ସମ୍ମାନଜନକ ସିଟରେ ବାଜିମାତ ନେଇ ଦିନରାତି ଏକାଠି କରି ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। ବହୁ ଦିନର ସ୍ଥାନୀୟ ସମସ୍ୟାକୁ ଆଧାର କରି ନିର୍ବାଚନ ମଇଦାନରେ ପ୍ରଚାର କରୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ଉପନିର୍ବାଚନରେ ଜିତାପଟ ନେଇ ମଧ୍ୟ ବିଜେଡି, ବିଜେପି ଓ କଂଗ୍ରେସ ଆଶାବାଦୀ।

ଏଭଳି ସ୍ଥଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ନେଇ ପୂରା ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ମତ ଦାନ ଠୁ ଆରମ୍ଭ କରି ଫଳାଫଳ ଆସିବା ପର୍ଯ୍ୟନ୍ତ କିପରି ସୁରୁଖୁରୁରେ ହେବ ସେ ନେଇ ସବୁ ପ୍ରକାର ବ୍ୟବସ୍ଥା କରିବା ସହ ସ୍ଥାନୀୟ ପ୍ରଶାସନ ସହ ସମୀକ୍ଷା ଜାରି ରଖିଛନ୍ତି।

ନିର୍ବାଚନ ପ୍ରସ୍ତୁତି ବାବଦରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ଯେ ବ୍ରଜରାଜ ନଗର ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି। ୧୪ ଜଣ ପ୍ରାର୍ଥୀ ଥିବା ବେଳେ ୩ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେବା ପରେ ମଇଦାନରେ ମୋଟ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ମତଦାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି। ଭୋଟର ତାଲିକା ଚୂଡାନ୍ତ ହୋଇଛି। ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଅଛନ୍ତି। ଏଥିରେ ୩ ହଜାର ୫୨୦ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ୧୬୨୮ ଭୋଟର ରହିଛନ୍ତି ଯେଉଁମାନେ ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ। ପ୍ରକ୍ରିୟା ସରିବା ସୁଦ୍ଧା ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି। ମତଦାନ ପାଇଁ ୩୧୯ ଇଭିଏମ ରହିଛି।

ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ। ଏଥିପାଇଁ ମୋଟ ୨୭୯ ବୁଥ କରାଯାଇଛି। ଗତ ନିର୍ବାଚନରେ ହୋଇଥିବା ବୁଥ ମଧ୍ୟରୁ ୩ଟା ବୁଥ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସବୁ ବୁଥ ସମାନ ରହିଛି। ୩୨୫ ଲୋକଙ୍କ ଘରୁ ଭୋଟ ସଂଗ୍ରହ କରାଯିବ। ସେମାନେ ଭୋଟ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ ସଂଗ୍ରହ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଆଜି ଠୁ ଭୋଟ ସଂଗ୍ରହ ଆରମ୍ଭ ହୋଇଛି। ଯେଉଁମାନଙ୍କ ଘରୁ ଭୋଟ ସଂଗ୍ରହ ହେବ ସେମାନେ ଆଉ ବୁଥରେ ଭୋଟ ଦେଇ ପାରିବେନି। ୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟଲ ବାଲେଟ ପଠା ସରିଛି।

ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ। ଝାରସୁଗୁଡା ଇଞ୍ଜିନିୟର ସ୍କୁଲରେ ଡିସବର୍ସ କେନ୍ଦ୍ର ହେବ। ୩୮୦ ଗାଡି ବ୍ୟବସ୍ଥା କରାଯାଇଛି। ୧୭୦ ଆର୍ମ ଲାଇସେନ୍ସକୁ ଥାନାରେ ଡିପୋଜିଟ କରାଯାଇଛି। ପୂର୍ବରୁ ଅପରାଧୀକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି। ୭୧ ଜଣଙ୍କ ନାଁରେ NBW ଜାରି କରାଯାଇଛି।

ଏହି ସମୟରେ ୮୩୫ ଲିଟର ମଦ ଜବତ କରାଯାଇଛି। ୧୯୫୦ ଟୋଲ ଫି ନମ୍ବର ଜାରି କରାଯାଇଛି। ଅଭିଯୋଗ ଓ ସମସ୍ୟା ନେଇ ଅବଗତ ହୋଇ ପାରିବେ। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ଆବଶ୍ୟକ ସ୍ଥାନରେ ଭିଡିଓ ଗ୍ରାଫି କରାଯିବ। ୩ଟା ଟିମ କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି। ଯେଉଁ ବୁଥରେ କମ ଭୋଟି ହୋଇଥିଲା ସେଠାରେ ସେ ବି ଭୋଟ ଦେବା ନାମରେ କ୍ୟାମ୍ପନ କରାଯାଉଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି। ମୋଟ ୩୦ଟା ମଡେଲ ବୁଥ କରାଯାଇଛି। ଏଠାରେ ସବୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି। ୫ଟା ପିଙ୍କ ବୁଥ ରହିଛି। ସବୁ ବୁଥରେ ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ତଦାରଖ କରିବେ। ଭୋଟ ଓ ଭୋଟ ପରଦିନ ଛୁଟି ଘୋଷଣା କରାଯାଇଛି।

କାଜୁଆଲ ଲିଭ ନେଇ ପାରିବେ ଭୋଟର। କୋଭିଡ ପାଇଁ ଥର୍ମାଲ ସ୍କାନିଂ କରାଯିବ। ମାସ୍କ ସାନିଟାଇଜ ବ୍ୟବସ୍ଥା କରାଯାଇଛି। ସମୀକ୍ଷା ବୈଠକ କରାଯାଇଛି। ଯେଉଁ ବୁଥରେ ପୂର୍ବରୁ ସମସ୍ୟା ରହିଛି କିମ୍ବା ଅଘଟଣ ଘଟିଛି ଓ ଅଘଟଣ ଆଶଙ୍କା ଥିବ ସେ ନେଇ ରାଜନୈତିକ ଦଳ ଗୁଡିକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।
Published by:Lipina Das
First published: