ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି
News18 Odia Digital
ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସହରରେ ଥିବା ବିଭିନ୍ନ ଶିବ ମନ୍ଦିରରେ ପ୍ରସ୍ତତି ଶେଷ ପର୍ଯ୍ୟୟରେ ପହଞ୍ଚିଛି। ମନ୍ଦିରକୁ ସଫା କରାଯିବା ସହ ରଙ୍ଗ କରାଯାଇଛି।
ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସମ୍ପୂର୍ଣ୍ଣ ଲୋକାଚାରରେ ଅନୁଷ୍ଠିତ ହେବ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ। ଦୁଇ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ଜାକ ଜମକରେ ଶୀତଳ ଷଷ୍ଠୀ ଯାତ୍ରା ହୋଇ ପାରିନଥିଲା। ଏଥର କଟକଣା କୋହଳ ହୋଇଥିବାରୁ ଆୟୋଜକମାନଙ୍କର ଉତ୍ସାହ ଦୁଇ ଗୁଣ ହୋଇଛି।
ଶୀତଳ ଷଷ୍ଠୀ ଆସିଲେ ସମ୍ବଲପୁରର ସବୁ ଶିବ ମନ୍ଦିରରେ ପ୍ରସ୍ତତି ଆରମ୍ଭ ହୋଇଯାଇ ଥାଏ। ମନ୍ଦିର ସଜେଇ ବା ଠାରୁ ଆରମ୍ଭ କରି ରଙ୍ଗ ଦେବା କାର୍ଯ୍ୟ ହୋଇଥାଏ। ଯେହେତୁ ଶୀତଳ ଷଷ୍ଠୀ ପାଖେଇ ଆସିଲାଣି ସେଥି ପାଇଁ ମନ୍ଦିରରେ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ବାଲିବନ୍ଧା ଶୀତଳ ଷଷ୍ଠୀ ଯାତ୍ରା କମିଟିର ସଭାପତି ଡକ୍ଟର ବିଜୟ ପ୍ରଧାନ।
‘‘ଶୀତଳ ଷଷ୍ଠୀ ଉପଲକ୍ଷେ ମନ୍ଦିରରେ ବହୁ ରିତିନୀତି ଅନୁଷ୍ଠିତ ହୋଇଥାଏ। ଥାଳ ଉଠା ପୂର୍ବରୁ ସରିଥିବା ବେଳେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମି ତିଥିରେ ଅନୁଷ୍ଠିତ ହେବ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ। ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପୂର୍ବରୁ ପତର ପେଣ୍ଡି, ଦେବ ନିମନ୍ତ୍ରଣ, ଗଣ୍ଠାଳ ପିଠା, ମଉଁଳା ଭାର, ଓ ଦେବ ଗଣଷନ ଆଦି ବିଧି ସମ୍ପର୍ଣ୍ଣ କରାଯାଏ,’’ କହିଛନ୍ତି ପଣ୍ଡିତ ସଚିତାନନ୍ଦ ପ୍ରାସଦ ମିଶ୍ର।
ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଏ ବର୍ଷ ଜୁନ ୪ ତାରିଖରେ ପଡୁଥିବା ବେଳେ ରାତିରେ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା କନ୍ୟା ଘରକୁ ଯିବ। ବ୍ରାହ୍ମ ମୁହୁର୍ତ୍ତରେ ବିବହା କାର୍ଯ୍ୟ ସମ୍ପର୍ଣ୍ଣ ହେବ। ୫ ତାରିଖ ମଧ୍ୟ ରାତ୍ରରେ ନବ ବିବାହିତ ଦେବ ଦମ୍ପତି ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରିବେ। ୧୮ ଘଣ୍ଟ ଧରି ନଗର ପରିକ୍ରମା କରିବା ପରେ ୬ ତାରିଖ ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।