ଖରାଦିନିଆ ବାତ୍ୟା ଡର; ଆଜି ସମୀକ୍ଷା କରିବେ ମୁଖ୍ୟ ସଚିବ

ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ବସିବ ପ୍ରସ୍ତୁତି ବୈଠକ। ବାତ୍ୟା ସୂଚନା ସହିତ ଓଡ୍ରାଫ ଓ ଅଗ୍ନିଶମର ପ୍ରସ୍ତୁତି ନେଇ ହେବ ଆଲୋଚନା ।

ସମୀକ୍ଷା କରିବେ ମୁଖ୍ୟ ସଚିବ

ସମୀକ୍ଷା କରିବେ ମୁଖ୍ୟ ସଚିବ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର:ଖରାଦିନିଆ ବାତ୍ୟା ମୁକାବିଲା ପ୍ରସ୍ତୁତି । ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ବସିବ ପ୍ରସ୍ତୁତି ବୈଠକ । ବିଭାଗୀୟ ସମନ୍ୱୟ ଓ ତ୍ୱରିତ ପୁନରୁଦ୍ଧାରକୁ ବୈଠକରେ ଗୁରୁତ୍ୱ ଦିଆଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ ।

ବୈଠକରେ ଆଇଏମଡି ପାୱାର ପଏଣ୍ଟ ମାଧ୍ୟମରେ ବାତ୍ୟା ସମ୍ପର୍କରେ ତଥ୍ୟ ରଖିବେ । ଡପଲର ରାଡାର ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବ । ବାତ୍ୟା ସମୟରେ କିପରି ଟେଲିକମ୍ୟୁନିକେସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେନେଇ ଆଲୋଚନା କରାଯିବ । ଓଡ୍ରାଫ୍ ସହିତ ଅଗ୍ନିଶମ, ଏନଡିଆରଏଫ୍ ଏବଂ ଆବଶ୍ୟକସ୍ଥଳେ ସେନାର ସହାୟତା ନେଇ ଆଲୋଚନା ହେବ । ଆଶ୍ରୟସ୍ଥଳୀ ଗୁଡ଼ିକର ପ୍ରସ୍ତୁତି ଓ ମକଡ୍ରିଲ ସମ୍ପର୍କରେ ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।

OPERATION KAVERI: ସୁଦାନରୁ ସ୍ୱଦେଶ ଫେରୁଛନ୍ତି ଫସି ରହିଥିବା ଭାରତୀୟ

ଗତ କିଛି ବର୍ଷ ହେବ ବଙ୍ଗୋପସାଗରରେ ଖରାଦିନିଆ ବାତ୍ୟା ସଂଖ୍ୟା ବଢିଛି। ସାଧାରଣତଃ ମେ-ଜୁନ୍‌ ଓ ଅକ୍ଟୋବର-ଡିସେମ୍ବର ବାତ୍ୟା ଆସିଥାଏ । କିନ୍ତୁ  ୪ ବର୍ଷ ହେଲା ପ୍ରତି ବର୍ଷ ମେ ମାସରେ ବାତ୍ଯା ହେଉଛି ।ଅସନି, ୟସ, ଅମ୍ଫନ ଓ ଫନି ଆଦି ବାତ୍ୟା ମେ’ରେ ଆସିଥିଲା ।
Published by:Soumya Das
First published: