ଆସନ୍ତା ୧୪ରେ ଖୋଲିବ ପ୍ରି ସ୍କୁଲ; ଚିନ୍ତାରେ ଅଭିବାଭକ; ଘାତକ ହୋଇପାରେ ନିଷ୍ପତ୍ତି: ଡାକ୍ତର

ଖୋଲିବ ପ୍ଲେ ସ୍କୁଲ, ପାଠ ପଢ଼ିବେ କୁନି ପିଲା। ଆସନ୍ତା ୧୪ ତାରିଖରୁ ରାଜ୍ୟର ଘରୋଇ ପ୍ରି ସ୍କୁଲଗୁଡ଼ିକୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏସବୁକୁ ନେଇ ଚିନ୍ତାରେ ଅଛନ୍ତି ଅଭିଭାବକ।

ଆସନ୍ତା ୧୪ରୁ ଖୋଲିବ ପ୍ରି ସ୍କୁଲ (ପ୍ରତୀକାତ୍ମକ ଛବି)

ଆସନ୍ତା ୧୪ରୁ ଖୋଲିବ ପ୍ରି ସ୍କୁଲ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଖୋଲିବ ପ୍ଲେ ସ୍କୁଲ, ପାଠ ପଢ଼ିବେ କୁନି ପିଲା। ଆସନ୍ତା ୧୪ ତାରିଖରୁ ରାଜ୍ୟର ଘରୋଇ ପ୍ରି ସ୍କୁଲଗୁଡ଼ିକୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏସବୁକୁ ନେଇ ଚିନ୍ତାରେ ଅଛନ୍ତି ଅଭିଭାବକ।

କୋଭିଡକୁ ନେଇ ଭୟଭୀତ ଥିବାବେଳେ ବିନା ଭାକ୍ସିନରେ ପିଲାମାନେ କେମିତି ସ୍କୁଲ ଯିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବାପମା । ଅତି ଛୋଟ ପିଲା ନିଜର ଯତ୍ନ ନେବା ଶିଖି ନଥିବାରୁ ଘାତକ ହୋଇପାରେ ବୋଲି ଡାକ୍ତର କହିଛନ୍ତି।

ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତି ପରେ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପିଲାଙ୍କୁ ପିଲାଙ୍କ ଭାଷାରେ କେମିତି ସଚେତନ କରି ପୁଣି ସ୍କୁଲର ବ୍ୟବସ୍ଥା ସହ ଜଡିତ କରିହେବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କେବଳ ଶିକ୍ଷା ନୁହେଁ ପିଲାଙ୍କ ସ୍ୱାସ୍ଥ୍ୟ ଚିନ୍ତାରେ କର୍ତ୍ତୃପକ୍ଷ। ଏଣୁ ଖେଳ କୁଦରେ ପିଲାଙ୍କୁ ସାନିଟାଇଜେସନ ଶିଖାଇବା, ଖାଇବା ପୂର୍ବରୁ ହାତ ଧୋଇବା ଶିଖାଇବା ପାଇଁ ଏବେ ପ୍ରସ୍ତୁତ ହେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ସେହିଭଳି ପ୍ରତି ୪ ଜଣରେ ଜଣେ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ନିୟୋଜିତ କରିବା ପାଇଁ ମଧ୍ୟ ଯୋଜନା କରୁଛନ୍ତି।

କିନ୍ତୁ ଏନେଇ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। " ଆଉ କିଛି ଦିନ ସ୍କୁଲ ନ ଖୋଲିଥିଲେ ଭଲ ହୋଇଥାନ୍ତା। କେଉଁ ପିଲା ପାଖରେ କି ପ୍ରକାର ରୋଗ ରହିଛି ତାହା କେହି ଜାଣି ନଥାନ୍ତି। ଏଣୁ ବାହାରେ ମିଶିବା, ମାସ୍କ ନ ପିନ୍ଧିବା ଦ୍ୱାରା ଏହି ରୋଗ ଘାତକ ହୋଇପାରେ। ଏଣୁ ଆଉ କିଛି ଦିନ ଅପେକ୍ଷା କଲେ ଭଲ ହୁଅନ୍ତା ବୋଲ ଡାକ୍ତର ପରାମର୍ଶ ଦେଇଛନ୍ତି"।

"ଆମେ ଖବର ପାଇବା ପରେ ମିଟିଂ କରିଥିଲୁ ଯେ ପିଲାମାନଙ୍କୁ ସ୍କୁଲରେ କେମିତି ଦେଖାଶୁଣା କରାଯିବ। କେମିତି ଖେଳକୂଦ ମାଧ୍ୟମରେ ପିଲାଙ୍କୁ ସଚେତନ କରାଯିବ। ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି କିଭଳି ଅଧିକ ଧ୍ୟାନ ଦିଆଯିବ। ଆମେ ସମସ୍ତ କଟକଣା ମାନି ସ୍କୁଲ ଖୋଲିବାକୁ ପ୍ରସ୍ତୁତ ଅଛୁ,"ଲିଟିଲ ଫ୍ଲାଉଆର ସ୍କୁଲ ମଧୁମିତା।

"ଏବେ ଯେଉଁ ସ୍ଥିତି ଅଛି ସେଥିରେ ସ୍କୁଲ ଖୋଲିବାର ନଥିଲା। କାରଣ କେଉଁ ଛୋଟ ପିଲା କେଉଁ ରୋଗ ଅଣ୍ଡରଲାଇନରେ ଅଛି ତାହା ଜଣାନାହିଁ । ସହଜରେ ତାହା ଜଣା ପଡେ ନାହିଁ। ଏଣୁ ମହାମାରୀ କୌଣସି ପିଲା ପାଇଁ ଘାତକ ହୋଇପାରେ। ସ୍କୁଲ ଖୋଲିବା ନିଷ୍ପତି ଆଉ ଟିକିଏ ଘୁଞ୍ଚାଇ ଦେଇଥିଲେ ଭଲ ହୋଇଥାନ୍ତା," କହିଛନ୍ତି ଡାକ୍ତର ସୋନାଲି ସ୍ୱାଇଁ।

"ସରକାରଙ୍କର ସ୍କୁଲ ଖୋଲିବା ନିଷ୍ପତ୍ତି କୁ ଆମେ ସ୍ୱାଗତ କରୁଛୁ। କିନ୍ତୁ ଏ ମହାମାରୀରେ ଛୋଟ ଛୋଟ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଭୟ ଲାଗୁଛି। ମୁଁ ମୋ ପିଲାକୁ ସ୍କୁଲ ଛାଡ଼ିପାରିବିନି। ପିଲାମାନଙ୍କୁ ଭାକ୍ସିନ ଦେବା କଥା ମଧ୍ୟ ଆସୁନାହିଁ। ଏଣୁ ବିନା ଭାକ୍ସିନରେ ମୁଁ ପିଲାକୁ ସ୍କୁଲ ଛାଡ଼ିବି ନାହିଁ,"କହିଛନ୍ତି ଅଭିଭାବିକା ସ୍ଵତୀସ୍ମିତା ସାହୁ କହନ୍ତି।
Published by:Soumya Das
First published: