ଆଗୁଆ ନିର୍ବାଚନ ଚର୍ଚ୍ଚା; ୩ ରାଜନୈତିକ ଦଳଙ୍କ ନିର୍ବାଚନୀ ମୁଡ୍ !
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ୨୦୨୪ ପାଇଁ ଚାଲିଛି ସମର ସଜ୍ଜା । ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ନିର୍ବାଚନ ମୁଡକୁ ଓହ୍ଲାଇଲେଣି ତିନି ପ୍ରମୁଖ ରାଜନୈତିକ ଦଳ। ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ତୁଫାନି ଗସ୍ତ ଜାରି ରହିଥିବା ବେଳେ ବିଜେପି କେନ୍ଦ୍ର ନେତାଙ୍କ ତୁହାକୁ ତୁହା ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି।
ଫୋକସରେ ରହିଛି ୬୦ ସିଟ । ୨୦୧୯ ନିର୍ବାଚନରେ ଏହି ସବୁ ସିଟରେ ୧୦ ହଜାରରୁ କମ ରହିଥିଲା ବିଜୟ ବ୍ୟବଧାନ । ୩ ଟି ସିଟରେ ହାର ଜିତ ବ୍ୟବଧାନ ୧ ହଜାର ଥିବା ବେଳେ ୪ ଟି ସିଟରେ ୨ ହଜାରରୁ କମ ବ୍ୟବଧାନ ଥିଲା। ୧୪ ଟି ସିଟରେ ବିଜୟ ବ୍ୟବଧାନ ୨ ହଜାରରୁ ୫ ହଜାର ଥିବାବେଳେ ୩୯ ସିଟରେ ୫ରୁ ୧୦ ହଜାର ବ୍ୟବଧାନ ରହିଥିଲା। ଏହି ୬୦ ସିଟରେ ସବୁ ଦଳକୁ କସରତ କରିବାକୁ ପଡ଼ିଥିଲା । ୩୭ ସିଟରେ ବିଜେପି ଓ ୧୪ ସିଟରେ ବିଜେଡିକୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡିଥିଲା । ୧୨୦ ମିଶନରେ ବଢୁଥିବା ବିଜେପି ଏହି ୬୦ ସିଟ ଉପରେ ନଜର ପକାଇଛି। ୨୦୧୯ରେ ବିଜେଡି ୧୧୨ ଟି ସିଟ୍ ଜିତିଥିବା ବେଳେ ୨୩ଟି ସିଟ୍ ଜିତିଥିଲା ବିଜେଡି । ବିଜେଡି ପ୍ରାୟ ୪୫ ପ୍ରତିଶତ ଭୋଟ ପାଇଥିଲା । ବିଜେପିକୁ ମିଳିଥିଲା ୩୨ ପ୍ରତିଶତରୁ ଉର୍ଦ୍ଧ ଭୋଟ। ବିରୋଧିଦଳ ନେତା କହିଛନ୍ତି ୬୦ ସିଟରେ ଭୋଟ ବ୍ୟବଧାନ କମ ଥିବା ବେଳେ ଏବେ ଅନେକ ସିଟରେ ଶାସକ ଦଳର ଲୋକପ୍ରୀୟତା କମିଛି। ଏହି ସବୁ ସିଟ ଉପରେ ରହିବ ବିଜେପିର ଫୋକାସ। ୨୦୧୯ ତ୍ରୁଟି ସୁଧାରି ୨୦୨୪ ରେ ସରକାର ଗଢ଼ିବ ବିଜେପି। ୧୪୭ ସିଟ ଲକ୍ଷ୍ୟରେ ଆଗକୁ ବଢୁଛି ବିଜେଡି।
ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେଡ଼ିର ସଙ୍ଗଠନ ଦୃଢ଼ ରହିଛି। ଛାମୁଆ ସଂଗଠନକୁ ଅଧିକ ସଶକ୍ତ କରି ସବୁ ସିଟରେ ଜିତିବାକୁ ଦଳ ପ୍ରୟାସ ଜାରି ରଖିଛି । ଅନ୍ୟପଟେ ବିଜେପିର କେନ୍ଦ୍ର ନେତୃତ୍ୱ ଓଡ଼ିଶାକୁ ଫୋକସ କରୁଥିବା ବେଳେ ରାଜ୍ୟ ବିଜେପିକୁ ଅଧିକ ବଳ ଦେବାକୁ ଓଡ଼ିଶା ଆସୁଛନ୍ତି ବିଜେପିର ଚାଣକ୍ୟ ଅମିତ୍ ଶାହା। ବିଜେପିର ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଶାହା ଓଡ଼ିଶା ଆସିବେ। ଚଳିତ ମାସ ଶେଷ କିମ୍ବା ଫେବୃଆରୀ ପ୍ରଥମାର୍ଦ୍ଧରେ ରହିବ ଓଡ଼ିଶା କାର୍ଯ୍ୟକ୍ରମ। ବିଜେଡି କହିଛି ନିର୍ବାଚନ ଆସିଲେ ଅନ୍ୟ ଦଳ କାର୍ଯ୍ୟ କରିବେ। ପୂର୍ବରୁ ବି ପ୍ରଧାନମନ୍ତ୍ରୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ବି ଓଡ଼ିଶା ଆସିଛନ୍ତି କିନ୍ତୁ ଲୋକଙ୍କ ମତ ଭୋଟରେ ପ୍ରତିଫଳିତ ହୋଇଛି। ବିଜେଡି ଫୋକସରେ ରହିଛି ଓଡ଼ିଶାର ଉନ୍ନତି। ଫାଇନାଲ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଲେଣି ଶାସକ ଓ ବିରୋଧୀ। ଦୁଇ ଉପନିର୍ବାଚନରେ ନିଜ ସିଟରେ ଜିତି ସମ୍ମାନ ରଖିବାରେ ସଫଳ ହୋଇଛନ୍ତି ବିଜେଡି ଓ ବିଜେପି। ଏହି ଜୋସ ନେଇ ୨୦୨୪ ଲଢେଇ ପାଇଁ ଚାଲିଛି ସଜବାଜ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।