ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଳାଧନରେ ସିନେମା କରିଥିଲେ ପ୍ରତାପ; ରିମାଣ୍ଡ ବେଳେ କରାଯିବ ତଦନ୍ତ

କଳାଧନରେ ସିନେମା କରିଥିଲେ ପ୍ରତାପ; ରିମାଣ୍ଡ ବେଳେ କରାଯିବ ତଦନ୍ତ

ଭିଜିଲାନ୍ସ ତଦନ୍ତ ବେଳେ ଜଣା ପଡିଛି ଯେ ‘ରାଧାକୃଷ୍ଣ ପ୍ରଡକ୍ସନ’ ସଂସ୍ଥାରେ ୨୦୦୧ ମସିହାରେ ‘ବାଜି’ ଓ ୨୦୦୩ ମସିହାରେ ‘ନାରୀ ଆଖିରେ ନିଆଁ’ ନାମକ ଦୁଇଟି ଓଡିଆ ସିନେମା ନିର୍ମାଣ କରିଥିଲେ ପ୍ରତାପ ସାମଲ । କୋର୍ଟଙ୍କ ଅନୁମତି ପରେ ପ୍ରତାପଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଛି ଭିଜିଲାନ୍ସ ଟିମ୍ ।

କଳାଧନରେ ସିନେମା କରିଥିଲେ ପ୍ରତାପ; ରିମାଣ୍ଡ ବେଳେ କରାଯିବ ତଦନ୍ତ
ପତ୍ନୀଙ୍କ ସାମ୍ନାରେ ପ୍ରତାପଙ୍କୁ ଜେରା କରାଯିବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 18, 2021, 3:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଓଡିଶା ପୋଲିସ ହାଉସିଂ ୱେଲଫେୟାର (ଓ.ପି.ଏଚ୍‌.ଡବ୍ଲ୍ୟୁ.ସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲକୁ ରିମାଣ୍ଡରେ ଆଣି ଜେରା କରୁଛି ଭିଜିଲାନ୍ସ । କୋର୍ଟଙ୍କ ଅନୁମତି ପରେ ପ୍ରତାପଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଛି ଭିଜିଲାନ୍ସ ଟିମ୍ । ରିମାଣ୍ଡ ବେଳେ ପ୍ରତାପ ନିର୍ମାଣ କରିଥିବା ଦୁଇଟି ଓଡିଆ ସିନେମାକୁ ନେଇ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୁଚନା ଦିଆଯାଇଛି ।

ଭିଜିଲାନ୍ସ ତଦନ୍ତ ବେଳେ ଜଣା ପଡିଛି ଯେ ‘ରାଧାକୃଷ୍ଣ ପ୍ରଡକ୍ସନ’ ସଂସ୍ଥାରେ ୨୦୦୧ ମସିହାରେ ‘ବାଜି’ ଓ ୨୦୦୩ ମସିହାରେ ‘ନାରୀ ଆଖିରେ ନିଆଁ’ ନାମକ ଦୁଇଟି ଓଡିଆ ସିନେମା ନିର୍ମାଣ କରିଥିଲେ ପ୍ରତାପ ସାମଲ । ଦୁଇଟି ଯାକ ସିନେମାରେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ ପ୍ରଯୋଜକ ଅଛନ୍ତି । ନାରୀ ଆଖିରେ ନିଆଁ ଚଳଚିତ୍ରରେ ପ୍ରତାପ ଥିଲେ କାର୍ଯ୍ୟକାରୀ ପ୍ରଯୋଜକ । ଏହି ଦୁଇଟି ସିନେମାରେ ମୋଟା ଅଙ୍କର ଟଙ୍କା ବିନିଯୋଗ ହୋଇଥିବା ନେଇ ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ପ୍ରେସ ଇସ୍ତାହାରରେ ଉଲ୍ଲେଖ କରାଯାଇଛି ଯେ ପ୍ରତାପ ନିର୍ମାଣ କରିଥିବା ସିନେମା ଦୁଇଟିରେ ମୋଟା ଅଙ୍କରେ ଟଙ୍କା ବିନିଯୋଗ ହୋଇଛି । ପତ୍ନୀ ସସ୍ମିତା ସାମଲ ଓ ଭଉଣି ନମିତା ଦାସଙ୍କୁ ସିନେମାରେ ପ୍ରଯୋଜକ ଥିଲେ । ଦୁଇଟି ସିନେମାରରେ ପ୍ରାୟ ୫୦ଲକ୍ଷ ବେଆଇନ ଟଙ୍କା ବିନିଯୋଗ ହୋଇଛି । ତେଣୁ ୨୦ବର୍ଷ ତଳେ ଏତେ ଟଙ୍କା କେଉଁଠୁ ଆଣି ସିନେମାର ଖର୍ଚ୍ଚ କରିଛନ୍ତି, ସେନେଇ ରିମାଣ୍ଡ ବେଳେ ଜେରା କରାଯିବ।

ପ୍ରତାପ ନିର୍ମାଣ କରିଥିବା ସିନେମା ଦୁଇଟିରେ ମୋଟା ଅଙ୍କରେ ଟଙ୍କା ବିନିଯୋଗ ହୋଇଛି । (ପ୍ରତୀକାତ୍ମକ ଛବି)


ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ ରିମାଣ୍ଡ ବେଳେ ପ୍ରତାପଙ୍କ ବେଆଇନ ଆର୍ଥିକ କାରବାରକୁ ନେଇ ତଦନ୍ତ କରାଯିବ । ସିନେମା ବାଦ୍ ଆଉ କେଉଁଠି ଟଙ୍କା ବିନିଯୋଗ କରିଛନ୍ତି, ସେନେଇ ଏବେ ତଦନ୍ତ ହେବ । ଏବେ ଦୁଇଟି ଫିଲ୍ମି କରିଥିବା କଥା ସାମ୍ନାକୁ ଆସିଛି । ସେହିଳଭି ଏହି ଦୁଇଟି ସିନେମାର କାମ କରିଥିବା ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି ଓ ଫିଲ୍ମ କେତେ ଟଙ୍କା ଆୟ କରିଥିଲା ସେନେଇ ତଦନ୍ତ କରାଯିବ,"।

ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରୁ ସୂଚନା ମିଳିଛି ଯେ ପ୍ରତାପ ଓ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ବେଳେ ଦେଢ଼ କୋଟିରୁ ଅଧିକ ଟଙ୍କା ଡିପୋଜିଟ ହୋଇଛି । ଯାହା ସନ୍ଦେହଜନକ ଭାବେ ଡିପୋଜିଟ ହୋଇଛି । ତେଣୁ ଏତେ ଟଙ୍କା କେଉଁଠୁ ଆସିଲା, ସେନେଇ ମଧ୍ୟ ରିମାଣ୍ଡ ବେଳେ ପ୍ରତାପକୁ ଜେରା କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ସେହିଭଳି ତଦନ୍ତ ବେଳେ ଜଣା ପଡିଛି ପ୍ରତାପ ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରେ ଜମି କିଣିବା ପାଇଁ ୧କୋଟି ୭ଲକ୍ଷ ୩୭ହଜାରରୁ ଅଧିକ ଟଙ୍କା ବିନିଯୋଗ କରିଥିଲେ । ସେ ସବୁ ଟଙ୍କା ସେୟାର ଓ ଇଣ୍ଟରେଷ୍ଟ ପରିଶୋଧରେ ବିନିଯୋଗ ହୋଇଛି । ତେଣୁ ସେସବୁକୁ  ନେଇ ମଧ୍ୟ ତଦନ୍ତ କରିବ ଭିଜିଲାନ୍ସ ବିଭାଗ ।

ସୂଚନାଯୋଗ୍ୟ,  ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରତାପଙ୍କ ଅଫିସ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରିଛି  ଭିଜିଲାନ୍ସ । ଚଢ଼ାଉ ବେଳେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଘରୁ ଜବତ ହୋଇଥିଲା ନଗଦ ୩୮ଲକ୍ଷ ୧୨ହଜାର ଟଙ୍କା । ସେହିଭଳି ପ୍ରତାପଙ୍କ ଠାରୁ ଠାବ ହୋଇଛି ୨୫ଟି ଅସ୍ଥାବର ସମ୍ପତି । ଯେଉଁଥିରେ ରହିଛି ୨୨ଟି ପ୍ଲଟ ।

ରେଡ ପରେ ଜଣା ପଡିଥିଲା, ପ୍ରତାପ ୧୪ କୋଟି ୮୭ଲକ୍ଷ ୪୧ ହଜାର ୧୯୪ ଟଙ୍କା ଆର‌୍ୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିଲେ । ଯାହା ତାଙ୍କ ଆୟଠାରୁ ୧୦୨୧ ପ୍ରତିଶତ ଅଧିକ ବୋଲି ସ୍ପଷ୍ଟ କରିଥିଲା ଭିଜିଲାନ୍ସ । ସେପଟେ ପ୍ରତାପ ଗିରଫ ପରେ ଓଡିଶା ପୋଲିସ ହାଉସିଂ ୱେଲଫେୟାର ପକ୍ଷରୁ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ପକ୍ରିୟା ଆରମ୍ଭ ହୋଇଛି । ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ।
Published by: Soumya Das
First published: November 18, 2021, 3:56 PM IST