ନୂଆ କୃଷି ଆଇନ୍ ଦେଶର ଚାଷୀଙ୍କୁ ଦଲାଲଙ୍କ କବଳରୁ ମୁକ୍ତି ଦେବ: ପ୍ରତାପ ଷଢ଼ଙ୍ଗୀ
ବାଲେଶ୍ୱରରେ ଆୟୋଜିତ ବିଜେପିର ବିଶାଳ କୃଷକ ସମାବେଶରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବି ଆକ୍ରମଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାର ପାତର ଅନ୍ତର କରୁଥିବା ସେ କହିଛନ୍ତି ।

କୃଷକ ସମାବେଶରେ ପ୍ରତାପ ଷଢ଼ଙ୍ଗୀଙ୍କ ସହ ଅନ୍ୟ ନେତାମାନେ
- News18 Odia
- Last Updated: December 29, 2020, 11:52 PM IST
ବାଲେଶ୍ୱର: କୃଷକମାନଙ୍କ ପାଇଁ ଅଣାଯାଇଥିବା ଆଇନକୁ ଆଜି ସାରା ଦେଶରେ ବିରୋଧ କରାଯାଉଛି, ହେଲେ ଏହି ଆଇନଗୁଡ଼ିକ ଦ୍ୱାରା ଚାଷୀମାନେ ସ୍ୱାଧୀନତା ପାଇବା ସହ ଦଲାଲଙ୍କ କବଳରୁ ମୁକ୍ତ ହୋଇପାରିବେ ବୋଲି ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ କୃଷକ ସମାବେଶରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
‘‘ବିଜେପି ସରକାର ହେଉଛି ଚାଷୀମୂଲିଆଙ୍କ ସରକାର । ଏହି କୃଷି ଆଇନ୍ ପାରିତ ହେବା ପରେ ଏମଏସପି ମୂଲ୍ୟ ବୃଦ୍ଧି ପାଇବା ସହ ତେଲ ଓ ଡାଲି ଜାତୀୟ ଶସ୍ୟ ଏବଂ ଅନେକ ଶସ୍ୟ ଅଧିକ ମୂଲ୍ୟରେ କିଣାଯାଇଛି । କୃଷକମାନଙ୍କ ପାଇଁ ଅଧିକ ଏମଏସପି ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହି ବିଲ ଫଳରେ କୃଷକମାନେ ସିଧାସଳଖ ଏହାର ଲାଭ ପାଇବା ସହ ଦଲାଲ ମୁକ୍ତ ହୋଇପାରିବେ,’’ କୁରୁଡା ହାଟ ପଡ଼ିଆରେ ବିଜେପିର ପାଞ୍ଚଟି ସାଙ୍ଗଠନିକ ଜିଲ୍ଲାକୁ ନେଇ ଆୟୋଜିତ ହୋଇଥିବା ଏହି କୃଷକ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଷଡ଼ଙ୍ଗୀ ।
ଏହା ବି ପଢ଼ନ୍ତୁ | ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

‘‘ବିଜେପି ସରକାର ହେଉଛି ଚାଷୀମୂଲିଆଙ୍କ ସରକାର,’’ କହିଛନ୍ତି ପ୍ରତାପ ଷଢ଼ଙ୍ଗୀ ।
‘‘ପୂର୍ବରୁ ଚାଷୀମାନେ ମଣ୍ଡିକୁ ଧାନ ନେଲେ ତାହା ମାସ ମାସ ଧରି ସେଠି ପଡ଼ିରହୁଥିଲା ଓ ଅନେକ ସମୟରେ ବିକ୍ରି ହୋଇପାରୁ ନ ଥିଲା । ଫଳରେ ସେଠାରେ ସେମାନଙ୍କ ଧାନକୁ ଗୋରୁ ଗାଇ ଖାଇବା ସହ ବର୍ଷାରେ ଓଦା ହୋଇ ନଷ୍ଟ ହୋଇଯାଉଥିଲା । ଦଲାଲମାନେ ୫୦୦ ଟଙ୍କାରେ ସେମାନଙ୍କ ସହ କଳାବଜାରୀ କରୁଥିଲେ । ହେଲେ ଏହି ଆଇନ ମାଧ୍ୟମରେ ବର୍ତ୍ତମାନ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ସହ ସେମାନଙ୍କର ଟଙ୍କା ମଧ୍ୟ ୩୦ ଦିନ ମଧ୍ୟରେ ପାଇଯିବେ,’’ କହିଛନ୍ତି ଷଢ଼ଙ୍ଗୀ ।
ଏହା ବି ପଢ଼ନ୍ତୁ | ଏହି ସପ୍ତାହରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାକୁ ଭାରତରେ ପ୍ରୟୋଗ ପାଇଁ ମିଳିପାରେ ଅନୁମତି
ସେ କହିଛନ୍ତି ଯେ ୨୦୧୩-୧୪ ଆର୍ଥିକ ବର୍ଷରେ କେନ୍ଦ୍ରର ୟୁପିଏ ସରକାର ଓଡ଼ିଶାରୁ ୨.୮ ମିଲିୟନ ମେଟ୍ରିକ ଟନର ଖାଦ୍ୟଶସ୍ୟ କ୍ରୟ କରିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଦି ସରକାର ଓଡ଼ିଶାରୁ ୭.୦୫ ମିଲିୟନ ମେଟ୍ରିକ ଟନ ଖାଦ୍ୟଶସ୍ୟ କ୍ରୟ କରିବାର ରେକର୍ଡ କରିଛନ୍ତି । ୨୦୧୪ରେ ଧାନର ଏମଏସପି ମୂଲ୍ୟ ୧,୩୧୦ ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୧,୮୧୫ ଟଙ୍କା ଓ ଚଳିତ ବର୍ଷ ୧,୮୬୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଛଅ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ
‘‘ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କାହିଁକି ଓଡ଼ିଶା ସରକାର ପାତର ଅନ୍ତର କରୁଛନ୍ତି? ଏପରିକି ବିଜୁ ପକ୍କା ଘର ନାମରେ ଲୋକଙ୍କୁ ଠକି ଚାଲିଛନ୍ତି ଓଡ଼ିଶା ସରକାର । ପ୍ରଧାନ ମନ୍ତ୍ରୀଙ୍କ ଆୟୂଷମାନ ଭାରତ ଯୋଜନାରେ ଓଡ଼ିଶା ସରକାର କାହିଁକି ଯୋଡ଼ୀ ହେଉନାହାନ୍ତି? ଏହି ଯୋଜନା ମାଧ୍ୟମରେ କ୍ୟାନସର ରୋଗୀଙ୍କ ଠାରୁ ଆରମ୍ଭ କରି ଅନେକ ବଡ଼ ରୋଗରେ ଆକ୍ରାନ୍ତ ଲୋକେ ଲାଭ ପାଇପାରନ୍ତେ । ଏପରିକି ସେମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପାଇପାରନ୍ତେ । ଏହି ଯୋଜନାରେ ଓଡ଼ିଶାର ରୋଗୀମାନେ ଯୋଡ଼ି ହେଲେ ନବୀନ ବାବୁ ଆପଣଙ୍କର କ’ଣ ଅସୁବିଧା ହେବ?’’ ପ୍ରଶ୍ନ କରିଛନ୍ତି ଷଢ଼ଙ୍ଗୀ ।
ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କୃଷକ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ତରୀୟ କୃଷକ ମୋର୍ଚ୍ଚାର ସମ୍ପାଦକ ଡଃ ଶମ୍ଭୁ କୁମାର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ, ବିଧାନ ସଭାରେ ବିରୋଧୀ ଦଳ ନେତା ବିଷ୍ଣୁ ଚରଣ ସେଠୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।