ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କାର୍ ଓ ଟ୍ରାକ୍ଟର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା; ଅଳ୍ପକେ ବର୍ତ୍ତିଲେ

କେତେକ ପରିବାରକୁ ସହାୟତା ଦେବା ପାଇଁ ଷଡ଼ଙ୍ଗୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କ ନାକ ଫାଟିଯାଇଥିଲା ଓ ଗୋଡ଼ରେ ଆଘାତ ଲାଗିଥିଲା । ପୋଲିସ ଟ୍ରାକ୍ଟରକୁ ଜବତ କରିଛି ଓ ଚାଳକକୁ ଅଟକ ରଖିଛି ।

ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କାର୍ ଓ ଟ୍ରାକ୍ଟର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା; ଅଳ୍ପକେ ବର୍ତ୍ତିଲେ
ପ୍ରତାପ ଷଡ଼ଙ୍ଗୀ; (ଡାହାଣ) ତାଙ୍କ ଦୁର୍ଘଟଣାଗ୍ରସ୍ତ କାର୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କାର୍‌ ଏକ ବଡ଼ ଧରଣର ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କ ସହ କାରର ଡ୍ରାଇଭର ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପି.ଏସ୍‌.ଓ.) ମଧ୍ୟ ଆହତ ହୋଇଛନ୍ତି ।

ରବିବାର ଅପରାହ୍ଣରେ କେନ୍ଦ୍ର ମନ୍ତ୍ରୀଙ୍କ ଇନୋଭା କାର୍‌ ସହ ଏକ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହୋଇଥିଲା । ନୀଳଗିରି-ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୋଡ଼ାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟରଟି‌ ମଲିଆଣି ଅଞ୍ଚଳରୁ ଆସୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ବସିଥିବା ଇନୋଭା କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର ଖବର ମିଳିବା ପରେ ସଙ୍ଗେ ସଙ୍ଗେ ପୋଲିସ ଓ ମନ୍ତ୍ରୀଙ୍କ ନିକଟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

କେତେକ ପରିବାରକୁ ସହାୟତା ଦେବା ପାଇଁ ଷଡ଼ଙ୍ଗୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେ ବ୍ୟବହାର କରୁଥିବା ଏହି ଇନୋଭା କାରଟି ରାଜ୍ୟ ସରକାରଙ୍କ ଗାଡ଼ି (ନମ୍ବର୍‌ OD02E 1114) । ଏହା ସହ ପାଇଲଟ୍‌ ଗାଡି଼ ନ ଥିଲା । ଦୁର୍ଘଟଣାରେ ଇନୋଭା କାରର ସାମ୍ନା ବାମ ପାଖ ଚୁରମାର ହୋଇଯାଇଛି । ମନ୍ତ୍ରୀ ସାମ୍ନାରେ ବସିଥିବାରୁ ତାଙ୍କୁ ସବୁଠୁ ଅଧିକ ଆଘାତ ଲାଗିଥିଲା । ତାଙ୍କ ନାକ ଫାଟିଯାଇଥିଲା ଓ ଗୋଡ଼ରେ ଆଘାତ ଲାଗିଥିଲା । କାରର ଡ୍ରାଇଭର୍‌ ଓ ପି.ଏସ୍‌.ଓ.ଙ୍କ ଗୋଡ଼ ଓ ହାତରେ ସାମାନ୍ୟ ଆଘାତ ଲାଗିଥିଲା । ସେହି ହସପିଟାଲରେ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀଙ୍କୁଦେଶର ନେତାବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା; ବଢୁଛି ଦିଦିଗିରି

ହସପିଟାଲରେ ପ୍ରତାପ ଷଡ଼ଙ୍ଗୀଙ୍କ ଚିକିତ୍ସା ଚାଲିଛି ।


ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

ପ୍ରାଥମିକ ଚିକିତ୍ସା ପରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ସଦର ହରପିଟାଲକୁ ଅଣାଯାଇଥିଲା । ସେଠାରେ ଆଶୁ ଚିକିତ୍ସା ବିଭାଗରେ ତାଙ୍କ ନାକରେ ଏକ ଷ୍ଟିଚ୍‌ ପଡ଼ିଥିଲା । ଏକ ତିନି-ଜଣିଆ ଡାକ୍ତର ଦଳ ତାଙ୍କ ଚିକିତ୍ସାରେ ଲାଗିଥିଲେ ଓ ସେ ସୁସ୍ଥ ଥିବା ହସପିଟାଲ ପକ୍ଷରୁ କୁହାଯାଇଥିଲା । ଚିକିତ୍ସା ପରେ ଷଡ଼ଙ୍ଗୀ ଘରକୁ ପଳାଇ ଆସିଥିଲେ ।

ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରି ମୁଖ୍ୟ ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।


ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁ

‘‘ଆମେ ରାସ୍ତାରେ ଯାଉଥିବା ବେଳେ ବାମ ପାର୍ଶ୍ଵରେ ହଠାତ ଗୋଟିଏ ଟ୍ରାକ୍ଟର୍‌ ଦ୍ରୁତ ବେଗରେ ଆସି ଆମ କାରକୁ ପିଟି ଦେଇଥିଲା । ମୁଁ ଯେଉଁ ପାଖରେ ଆଗରେ ବସିଥିଲି ସେହି ପାଖରେ ଟ୍ରାକ୍ଟର୍‌ ବାଡ଼େଇବାରୁ ମୋ’ ଗୋଡ଼ରେ ଓ ମୁହଁରେ ଆଘାତ ଲାଗିଛି । ଜଗନ୍ନାଥଙ୍କ ଆଶିର୍ବାଦରୁ ମୁଁ ଓ ମୋ’ ସହ ଥିବା ସମସ୍ତେ ରକ୍ଷାପାଇଯାଇଛୁ ଓ ସୁସ୍ଥ ଅଛୁ,’’ ହସପିଟାଲରେ କହିଛନ୍ତି ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୁଁ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍

କେସିପୁର ପଞ୍ଚାୟତର ବଢ଼େଇପଲା ଗାଁରେ କେତେକ ପରିବାରକୁ ସହାୟତା ଦେବା ପାଇଁ ଷଡ଼ଙ୍ଗୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେ ଜଣେ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ । ତା’ପରେ ଦୁଇ ଜଣ ଅସହାୟଙ୍କୁ ଭେଟି ସାହାଯ୍ୟ କରିବାର କାର୍ଯ୍ୟକ୍ରମ ମଧ୍ୟ ଥିଲା ।



ଦୁର୍ଘଟଣା ପରେ ପୋଲିସ ଟ୍ରାକ୍ଟରଟିକୁ ଜବତ କରିବା ସହିତ ଚାଳକକୁ ଅଟକ ରଖିଛି । ଟ୍ରାକ୍ଟର ଚାଳକ ନିଶା ସେବନ କରି ଗାଡ଼ି ଚଳନା କରୁଥିବା ପୋଲିସ କହିଛି । ଏହି ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
Published by: Anand ST Das
First published: May 9, 2021, 10:13 PM IST