ବାଲେଶ୍ୱର: ସ୍ୱାମୀ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲା; ଜୀବନ ରକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ମୋନାଲିସାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ମାରିଦେବାକୁ ଚେଷ୍ଟା କରିଥିଲେ ତାଙ୍କ ସ୍ୱାମୀ ମୋହିତ । କାରଣ ଥିଲା ମୋହିତ ଅନ୍ୟ ଯୁବତୀମାନଙ୍କ ସହ ରଖୁଥିବା ଅନୈତିକ ସମ୍ପର୍କକୁ ମୋନାଲିସାଙ୍କ କ୍ରମାଗତ ବିରୋଧ ।

କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କୁ ଭେଟୁଛନ୍ତି ମୋନାଲିସା ଦାସ ।

କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କୁ ଭେଟୁଛନ୍ତି ମୋନାଲିସା ଦାସ ।

  • Share this:
News18 Odia Digital

ବାଲେଶ୍ୱର: ସ୍ୱାମୀ କିରୋସିନ୍‌ ଢାଳି ନିଆଁ ଲଗାଇଦେବା ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ମୋନାଲିସା ଦାସ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କ ସହାୟତା ଯୋଗୁଁ ଏକ ନୂଆ ଜୀବନ ପାଇଛନ୍ତି ବୋଲି କହିଛନ୍ତି । ହସପିଟାଲରୁ ଛାଡ଼ ପାଇବା ପରେ ସେ ଷଡ଼ଙ୍ଗୀଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତର ଦାରିହା ଗ୍ରାମରେ ଆଠ ମାସ ତଳେ ମୋନାଲିସାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ତାଙ୍କ ନୃଶଂସ ସ୍ୱାମୀ ମୋହିତ କୁମାର ମହାପାତ୍ର । ମୋନାଲିସାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ମାରିଦେବାକୁ ଚେଷ୍ଟା କରିଥିଲେ ମୋହିତ । ଏହି ଅମାନୁଷିକ ଆକ୍ରମଣ ପଛରେ କାରଣ ଥିଲା ମୋହିତ ଅନ୍ୟ ଯୁବତୀମାନଙ୍କ ସହ ରଖୁଥିବା ଅନୈତିକ ସମ୍ପର୍କକୁ ମୋନାଲିସାଙ୍କ କ୍ରମାଗତ ବିରୋଧ ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଦୁଇ ବର୍ଷ ତଳେ ବଦଳିଗାଁ ବାବା ଭୂତେଶ୍ବର ଶୈବପୀଠରେ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବଡ଼ସାହି ଥାନା ଅନ୍ତର୍ଗତ ଛେଳିଆ (କ) ପଞ୍ଚାୟତର ମୋନାଲିସା ଦାସଙ୍କ ବିବାହ ହୋଇଥିଲା ମୋହିତଙ୍କ ସହିତ । ମାତ୍ର ବିବାହର ତିନି ମାସ ପରେ ମୋନାଲିସାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ମୋହିତ । ମୋନାଲିସାଙ୍କୁ ବିବାହ କରିବା ଆଗରୁ ମୋହିତଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ଥିଲା । ଏ ନେଇ ପୂର୍ବରୁ ବୈଶିଙ୍ଗା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ବିବାହ ପରେ ମୋହିତ ଅନ୍ୟ ଝିଅମାନଙ୍କ ସହ ମଶାମିଶି କରିବାକୁ ମୋନାଲିସା ବାରଣ କରିବାରୁ ମୋହିତ ତାଙ୍କୁ ମାଡ଼ ଗାଳି ଦେଉଥିଲେ । ଶେଷରେ ତାଙ୍କୁ ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ନିଜ ଅଭିଯୋଗରେ କହିଥିଲେ ମୋନାଲିସାଙ୍କ ପିତାମାତା ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ପ୍ରତାପ ଷଡ଼ଙ୍ଗୀ ମୋନାଲିସାଙ୍କ ପାଇଁ ଉନ୍ନତ ଚିକିତ୍ସା, ପ୍ଲାଷ୍ଟିକ୍ ସର୍ଜରୀ ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।


ବୈଶିଙ୍ଗା ଥାନାରେର ମୋନାଲିସାଙ୍କ ପିତାମାତା ଏହି ସଙ୍ଗୀନ ମାମଲା ବିଷୟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଘଟଣାର ଛଅ ମାସ ପର୍ଯ୍ୟନ୍ତ ଅଭିଯୁକ୍ତ ମୋହିତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ପୋଲିସ । ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ମୋହିତ ଓ ତାଙ୍କର ଦୁଇ ଜଣ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

ହେଲେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସପିଟାଲରେ ରହି ଉଚିତ ଚିକିତ୍ସା ଅଭାବରୁ କଷ୍ଟ ପାଉଥିଲେ ମୋନାଲିସା । କିଛି ଦିନ ତଳେ ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଖବର ପାଇବା ପରେ ତାଙ୍କ ପାଇଁ ଉନ୍ନତ ଚିକିତ୍ସା, ପ୍ଲାଷ୍ଟିକ୍‌ ସର୍ଜରୀ ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଫଳ ସ୍ବରୂପ ମୋନାଲିସା ଏକ ନୂଆ ଜୀବନ ପାଇ ଡ଼ାକ୍ତରଖାନାରୁ ମୁକ୍ତ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

‘‘ନନା (ପ୍ରତାପ ଷଡ଼ଙ୍ଗୀ) ଦେବଦୂତ ସଦୃଶ୍ୟ ଆସି ମୋ’ ଝିଅକୁ ରକ୍ଷା କରିଛନ୍ତି । ଝିଅ ମୋର ମୃତ୍ୟୁ ମୁଖରେ ପଡ଼ିଥିଲା । ଆମେ ଝିଅକୁ ବଞ୍ଚାଇବା ପାଇଁ ସମସ୍ତଙ୍କ ପାଖରେ ଗୁହାରୀ କରିଥିଲୁ, ହେଲେ କେହି ଶୁଣି ନ ଥିଲେ । ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଆମ ଖବର ଜାଣିବା ପରେ ମୋ’ ସହିତ ଯୋଗାଯୋଗ କରି ସବୁ କଥା ପଚାରି ବୁଝିଥିଲେ । ଆମର ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ ଆମେ ଖାଇବାକୁ ପାଉ ନ ଥିଲୁ । ମାତ୍ର ନନାଙ୍କ ସାହାଯ୍ୟ ଯୋଗୁଁ ମୋ’ ଝିଅ ଆଜି ବଞ୍ଚି ପାରିଛି,’’ କହିଛନ୍ତି ମୋନାଲିସାଙ୍କ ମା’ ସନ୍ଧ୍ୟାରାଣୀ ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଭିନେତ୍ରୀ ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ସେ ନର୍ଭସ୍ହେଲେ!

ଏହି ମାମଲା ବିଷୟରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ମୋନାଲିସାର ଦୁଃଖ ଏବେ ବି ସରିନାହିଁ । ‘‘ସେହି ଅପରାଧୀମାନେ ଏବେ ଜାମିନରେ ଅଛନ୍ତି । ତେଣୁ ତା’ ଜୀବନ ପ୍ରତି ବିପଦ ରହିଛି । ତେଣେ ସ୍ଥାୟୀ ବସବାସ ପାଇଁ ସେମାନଙ୍କ ପାଖରେ ଘରଟିଏ ବି ନାହିଁ । ଏବେ ତା’ ପାଇଁ ବାତାନୁକୁଳ ପରିବେଶରେ ରହିବା ଏକାନ୍ତ ଆବଶ୍ୟକ । ଆମେ ଏହି ପରିବାରର ଖାଦ୍ୟ ବ୍ଯବସ୍ଥା କରିବାକୁ ଯୋଜନା କରିଛୁ ।’’



ପ୍ରତାପ ଷଡ଼ଙ୍ଗା ଏହି ମାମଲା ସମ୍ପର୍କରେ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜଣାଇଛନ୍ତି ଓ ମୋନାଲିସାଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବା ପାଇଁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି । ମୋନାଲିସା କେମିତି ନ୍ୟାୟ ପାଇବେ ସେ ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥା ହେବେ ବୋଲି ମଧ୍ୟ କହିଛନ୍ତି ଷଡ଼ଙ୍ଗୀ ।
Published by:Anand S.T. Das
First published: