ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»AIIMS ସେଟଲାଇଟ ସେଣ୍ଟର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି

AIIMS ସେଟଲାଇଟ ସେଣ୍ଟର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି

ଗତ ୨୫ ଅଗଷ୍ଟ ୨୦୧୮ ମସିହାରେ ୨୪.୯୧ ଏକର ଜାଗାରେ ୩୫ କୋଟି ୭୬ ଲକ୍ଷ ଟଙ୍କାରେ AIIMS ସେଟଲାଇଟ ସେଣ୍ଟର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ସେହି ସମୟରେ ୧୫ ମାସ ମଧ୍ୟରେ ଏହାକୁ ସମାପ୍ତ କରିବକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏବେବି ନିର୍ମାଣ କାର୍ଯ୍ୟ ଆଖିଦୃଶିଆ ହୋଇପାରିନାହିଁ।

AIIMS ସେଟଲାଇଟ ସେଣ୍ଟର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି
AIIMS ସେଟଲାଇଟ ସେଣ୍ଟର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି
  • News18 Odia
  • Last Updated: December 12, 2020, 3:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ବାଲେଶ୍ବର: ଜିଲ୍ଲାରେ ତଥା ରାଜ୍ୟର ପ୍ରଥମ ଏମ୍ସ (AIIMS) ସେଟେଲାଇଟ ସେଣ୍ଟର ପ୍ରତିଷ୍ଠା ନେଇ ୟୁପିଏ ସରକାର ନିଷ୍ପତ୍ତି ନେଇଥିଲେ ବି ଏହା ଏନଡିଏ ସରକାରଙ୍କ ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ଗତ ୨୫ ଅଗଷ୍ଟ ୨୦୧୮ ମସିହାରେ ୨୪.୯୧ ଏକର ଜାଗାରେ ୩୫ କୋଟି ୭୬ ଲକ୍ଷ ଟଙ୍କାରେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ତେବେ ଉକ୍ତ ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ ପରେ ୧୫ ମାସ ମଧ୍ୟରେ କାର୍ଯ୍ୟସାରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥିରେ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାକେନ୍ଦ୍ର ସାଙ୍ଗକୁ ଷ୍ଟାଫ କ୍ବାର୍ଟସ ନିର୍ମାଣ ହେବ । ଯାହାଦ୍ବାରା ବାଲେଶ୍ବର ବ୍ୟତୀତ ଭଦ୍ରକ, ମୟୂରଭଞ୍ଜ ଓ ପଡ଼ୋଶୀ ପଶ୍ଚିମବଙ୍ଗର ଶତାଧିକ ରୋଗୀଙ୍କୁ ଆଉ ଚିକିତ୍ସା ପାଇଁ ଭୁବନେଶ୍ବର ଯିବାକୁ ପଡ଼ିବ ନାହିଁ ।

ଏହା ଭିତରେ ବିତିଯାଇଛି ଦୁଇ ବର୍ଷ ହେଲେ କାର୍ଯ୍ୟ ସେପରି ଆଖିଦୃଶିଆ ହେଉନଥିବା ଅଭିଯୋଗ ହୋଇଛି । ଗତ ୩ ବର୍ଷ ହେବ ବାଲେଶ୍ବର ଡିଆରଡିଓ କ୍ୟାମ୍ପସ ମଧ୍ୟରେ ଚାଲୁଛି ଏମ୍ସ ଓପିଡି ସେଣ୍ଟର । ସପ୍ତାହରେ ମାତ୍ର ଦୁଇଦିନ ଭୁବନେଶ୍ବରରୁ ବିଶେଷଜ୍ଞ ଆସି ଲୋକଙ୍କ ଚିକିତ୍ସା କରୁଥିବାବେଳେ ଏବେ କରୋନା ମହାମାରୀ ପାଇଁ ଏହା ମଧ୍ୟ ବନ୍ଦ ରହିଛି । ଫଳରେ ଆଉ ଏମ୍ସ ଚିକିତ୍ସା ପାଇ ପାରୁନାହାନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ହେଲେ ଏବେ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଯାହାକୁ ନେଇ ଏମ୍ସ ନିର୍ମାଣ ଶେଷ ହାବାପାଇଁ ବାଟ ଫିଟୁଛି ବୋଲି କୁହାଯାଉଛି ।



କୋଭିଡ ଆରମ୍ଭରୁ ଏମ୍ସ ସାପ୍ତାହିକ ଓପିଡ଼ି ବାଲେଶ୍ୱରରେ ବନ୍ଦ ହୋଇଯିବା ଦ୍ୱାରା ରୋଗୀ ହନ୍ତସନ୍ତ ନେଇ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ଏମ୍ସ କାମ ଯଥା ଶୀଘ୍ର ଶେଷ କରିବା ଓ ୩୦୦ ବେଡ଼ ବିଶିଷ୍ଟ ହସ୍ପିଟାଲ ପାଇଁ ସ୍ପେଶାଲ ଫଣ୍ଡ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଯାହାକୁ ନେଇ ଏବେ ଏମ୍ସ ଶୀଘ୍ର କାର୍ଯ୍ୟକ୍ଷମ ହେବାର ଏକ ଅଶା ଦେଖା ଦେଇଛି ।

ନିର୍ମାଣାଧୀନ AIIMS ସେଟଲାଇଟ ସେଣ୍ଟର


"ଆମେ ଶୀଘ୍ର ହସ୍ପିଟାଲ ଓ ସେଟଲାଇଟ ସେଣ୍ଟର କାର୍ଯ୍ୟ ଶେଷ ଚାହୁଁଛୁ । ଏହା ଆମ ବାଲେଶ୍ୱରର ଏକ ସ୍ୱପ୍ନ । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଚିଠି ପରେ ଆଶା ଅଛି ୨୦୨୧ ମଧ୍ୟ ଭାଗରେ ଆମେ ଏହାର କାର୍ଯ୍ୟ ପୂରଣ ହେଉଥିବାଦେଖିପାରିବୁ", କହିଛନ୍ତି ବାଲେଶ୍ୱର ବସିନ୍ଦା ତଥା ଲୋକ ମଞ୍ଚ ସଦସ୍ୟ ସୁରେଶ ଉପାଧ୍ୟାୟ ।
Published by: Jagdish Barik
First published: December 12, 2020, 3:15 PM IST