କଂଗ୍ରେସ ପାଇଁ ରଣନୀତି ତିଆରି କଲେ ପ୍ରଶାନ୍ତ କିଶୋର; ୨୦୨୪ ନିର୍ବାଚନ ପାଇଁ ବନାଇଲେ ପ୍ଲାନ୍

ପ୍ରଶାନ୍ତ କିଶୋରଙ୍କ ରଣନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରଶାନ୍ତ ଏବେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସର ପୁନରୁଦ୍ଧାର ପାଇଁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଏହି ଫର୍ମୁଲାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

କଂଗ୍ରେସ ପାଇଁ ରଣନୀତି ତିଆରି କଲେ ପ୍ରଶାନ୍ତ କିଶୋର

କଂଗ୍ରେସ ପାଇଁ ରଣନୀତି ତିଆରି କଲେ ପ୍ରଶାନ୍ତ କିଶୋର

  • Share this:
News18 Odia Digital

ଭୁବନେଶ୍ବର: କଂଗ୍ରେସ ସଭାପତି ଭାବେ ଗାନ୍ଧି ପରିବାର ବାହାରୁ ଜଣଙ୍କୁ ନିର୍ବାଚିତ କରାଯାଉ। କିନ୍ତୁ ଦଳର ଅନ୍ୟ ୩ ପ୍ରମୁଖ ପଦବୀରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ରୁହନ୍ତୁ। ୟୁପିଏ ଅଧ୍ୟକ୍ଷ ପଦରେ ସୋନିଆ ଗାନ୍ଧି ରହିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର।

ପ୍ରଶାନ୍ତ କିଶୋରଙ୍କ ରଣନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରଶାନ୍ତ ଏବେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସର ପୁନରୁଦ୍ଧାର ପାଇଁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଏହି ଫର୍ମୁଲାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟରେ ଜଣେ ଯୁବ ଚେହେରାକୁ ପିସିସି ସଭାପତି କରାଯାଉ ବୋଲି ହାଇକମାଣ୍ଡଙ୍କ ପାଖରେ କହିଛନ୍ତି।

କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟି ଏକ ବିସ୍ତ୍ରୁତ ରୋଡ୍ ମ୍ୟାପ ଦେଇଛନ୍ତି ପିକେ। କିଭଳି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସକ୍ରିୟ ହେବ ଓ ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେବ ସେନେଇ ସୋନିଆଙ୍କୁ କେତେକ ପ୍ରସ୍ତାବ ଦେଇଛନ୍ତି ପ୍ରଶାନ୍ତ କିଶୋର। ଯଦିଓ ବିଧିବଦ୍ଧ ଭାବେ ଏନେଇ କିଛି ସୂଚନା ସାମ୍ନାକୁ ଆସିନାହିଁ, କିନ୍ତୁ କଂଗ୍ରେସର ବରିଷ୍ଠ ନେତାଙ୍କ ସୂଚନାକୁ ଆଧାର କରି ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସକୁ ସୁଦୃଢ଼ କରିବ ପାଇଁ ପିକେଙ୍କ ପ୍ରମୁଖ ପ୍ରସ୍ତାବ ଗୁଡ଼ିକ ହେଉଛି।

ତେବେ କଣ କହିଛନ୍ତି ପିକେ ଆସନ୍ତୁ ଜାଣିବା…

୧. କଂଗ୍ରେସ ସଭାପତି ଭାବେ ଗାନ୍ଧି ପରିବାର ବାହାରୁ ଜଣଙ୍କୁ ନିର୍ବାଚିତ କରିବାକୁ ପିକେଙ୍କ ପ୍ରସ୍ତାବ।
୨. ହେଲେ ଦଳର ଅନ୍ୟ ୩ ପ୍ରମୁଖ ପଦବୀରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ରହିବା ପାଇଁ ପ୍ରସ୍ତାବ ଅଛି।
୩. ୟୁପିଏ ଅଧ୍ୟକ୍ଷ ପଦରେ ସୋନିଆ ଗାନ୍ଧି ରହିବା ପାଇଁ ପ୍ରସ୍ତାବ ଦେଇଛନ୍ତି ପ୍ରଶାନ୍ତ କିଶୋର।
୪. କଂଗ୍ରେସ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ପଦରେ ରାହୁଲ ଗାନ୍ଧିଙ୍କୁ ରହିବା ପାଇଁ ପ୍ରସ୍ତାବ ଦେଇଛନ୍ତି
୫. ଏଥିସହ ସମନ୍ୱୟ ସମ୍ପାଦକ ଭାବେ ପ୍ରିୟଙ୍କା ଗାନ୍ଧିଙ୍କୁ ଦାୟିତ୍ୱ ଦେବାକୁ ପ୍ରସ୍ତାବ ରହିଛି।
୬. ଦଳୀୟ ବ୍ୟାପାର ବୁଝାବୁଝି କରିବାକୁ ୨୦ ରୁ ୨୫ ଜଣଙ୍କୁ ନେଇ ଏକ ଛାୟା କ୍ୟାବିନେଟ କରିବାକୁ କହିଛନ୍ତି ପିକେ।
୭. ସାଧାରଣ ନିର୍ବାଚନରେ ଜିତିବାକୁ ହେଲେ ୪୫% ଅର୍ଥାତ ୩୦ କୋଟି ଭୋଟ ଆବଶ୍ୟକ ବୋଲି କହିଛନ୍ତି।
୮. ଏଥିପାଇଁ ଦେଶର ଭୋଟରଙ୍କୁ ୮ଟି ଭାଗରେ ବିଭିକ୍ତ କରି ସମର୍ଥନ ହାସଲ ପାଇଁ ଉଦ୍ୟମ କରାଯାଇପାରେ।
୯. ଏଗୁଡିକ ହେଲା- ମହିଳା, ଚାଷୀ, ଯୁବବର୍ଗ, ଏସସି, ଏସଟି, ଭୂମିହୀନ ଶ୍ରମିକ, ମଧ୍ୟବିତ୍ତ ଓ ସହରାଞ୍ଚଳ ଗରିବ।
୧୦. ଶାସକ ଦଳର ଝୁଟ୍ ଓ ଝାଁସା ବିରୋଧରେ ଗାନ୍ଧି, ସଚ୍ଛ ଓ ଭରୋସା ଭଳି ଶବ୍ଦକୁ ବ୍ୟବହାର କରିବାକୁ କହିଛନ୍ତି।
୧୧. ସେହିପରି ‘ହାନୀ କାରକ ମୋଦି’ ଓ ‘ମୋଦି ଜାନେ ୱାଲେ ହେଁ’ ଭଳି ସ୍ଲୋଗାନ ବ୍ୟବହାର କରିବାକୁ କହିଛନ୍ତି।

ଏହାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖା ଦେଇଛି। ପିସିସି ସଭାପତି କହିଛନ୍ତି, ‘‘ଅନେକ ଜାଗାରେ ରଣନୀତି କାମ ଦେଇନଥାଏ। ଆଶା ରଖିବା କଂଗ୍ରେସ ସୁଦୃଢ଼ ହେବା ନେଇ ରନୈତିକତା କାରଣ ଯୋଗୁଁ ମୁଁ ପ୍ରଥମେ ୨୦୧୯ରେ ଇସ୍ଥାଫା ଦେଇଥିଲି। ଏବେ ସ୍ଵାସ୍ଥ୍ୟ ଗତ କାରଣ ଯୋଗୁଁ ଦେଇଛି। ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି କହିଛି ଜଣେ ଯୁବ ଚେହେରାକୁ ପିସିସି ସଭାପତି କରିବା ପାଇଁ।’’

ସେପଟେ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ‘‘କଂଗ୍ରେସର ବରିଷ୍ଠ ନେତା ତଥା ରାଜନୀତିକାର ପ୍ରଶାନ୍ତ କିଶୋରଙ୍କ ଦଳକୁ ମଜଭୁତ କରିବା ପାଇଁ ଅନେକ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଗୁଡିକକୁ ନେଇ ଜାତୀୟ ରାଜନୀତି ତଥା କଂଗ୍ରେସ ଦଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପ୍ରସ୍ତାବଗୁଡ଼ିକ ଉପରେ ଦଳ ବିଚାର ବିମର୍ଷ କରୁଛି ଓ ଯାହା ଦଳ ତଥା ଦେଶ ହିତ ସପକ୍ଷରେ ରହିବ ସେହିଭଳି କିଛି ନିଷ୍ପତ୍ତି ନିଆଯିବ ଓ ସେହି ନିଷ୍ପତ୍ତିକୁ ସମସ୍ତ କଂଗ୍ରେସ ନେତା ଓ କର୍ମୀ ମାନିବେ।’’

ପ୍ରଶାନ୍ତ କିଶୋର ଓଡ଼ିଶା ସମ୍ପର୍କରେ ରଖିଥବା ତାଙ୍କ ମତକୁ ମଧ୍ୟ ମହମ୍ମଦ ମୋକିମ ସ୍ୱାଗତ କରିଛନ୍ତି।
Published by:Lipina Das
First published: