କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ରଙ୍କ ଚ୍ୟାମ୍ୱରରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

କଂଗ୍ରେସ ବିଧାୟକଙ୍କ ଚ୍ୟାମ୍ୱରରେ ବିଜେଡ଼ି ସାଂଗଠନିକ ସମ୍ପାଦକ ।

କଂଗ୍ରେସ ବିଧାୟକଙ୍କ ଚ୍ୟାମ୍ୱରରେ ବିଜେଡ଼ି ସାଂଗଠନିକ ସମ୍ପାଦକ ।

  • Share this:
News 18 Odia Digital

ଭୁବନେଶ୍ୱର: ଓଡ଼ିଶା ମାଟିର ଝିଅ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବା ଲାଗି ଅଣ୍ଟା ଭିଡିଛି ବିଜେଡି । ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ଭୋଟ କିଭଳି ଭାବରେ ଦ୍ରୋପଦୀଙ୍କୁ ମିଳିବ ସେ ନେଇ ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ । ତେବେ ଏହାର ମଙ୍ଗ ଧରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନରସିଂହଙ୍କୁ ଭେଟି ଆଲୋଚନା କରିଛନ୍ତି।  ବିଜେଡିର ବରିଷ୍ଠ ଉପସଭାପତି ଏବଂ ମନ୍ତ୍ରୀଙ୍କୁ କଂଗ୍ରେସର ବିଧାୟକ ଏବଂ ପିସିସି ସଭାପତିଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସିପିଆଇଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ଦଳର ନେତା ଭେଟିବେ ।


ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ । ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ । ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।
Published by:Soubhagya Mishra
First published: