ପ୍ରଣବ ପ୍ରକାଶ ଦାସ ‘ବବି’ ହେଲେ ବିଜେଡିର ସଙ୍ଗଠନ ସମ୍ପାଦକ; ମାନେ ଦଳର ନମ୍ବର୍ ୨ ନେତା

ଏହି ପଦବୀ ମିଳିବା ପରେ ବବି ବିଜେଡିର ନମ୍ବର ଟୁ ନେତା ଭାବେ ଗଣା ଯିବେ ବୋଲି ଅନେକ ମତ ଦେଇଛନ୍ତି । ୟଙ୍ଗ୍ ବିଗ୍ରେଡ଼ର ଏହି ପ୍ରମୁଖ ମୁହଁକୁ ଦଳ ସଙ୍ଗଠନର ଦାୟିତ୍ୱ ମିଳିଥିବାରୁ ସେ ଦଳର କୋର୍ ଟିମରେ ଆଗ ଠାରୁ ଅଧିକ ମହତ୍ୱପୂର୍ଣ୍ଣ ଭୂମିକା ନିଭେଇବେ ବୋଲି କୁହାଯାଉଛି ।

ପ୍ରଣବ ପ୍ରକାଶ ଦାସ ‘ବବି’ ହେଲେ ବିଜେଡିର ସଙ୍ଗଠନ ସମ୍ପାଦକ; ମାନେ ଦଳର ନମ୍ବର୍ ୨ ନେତା
ପ୍ରଣବ ପ୍ରକାଶ ଦାସ ‘ବବି’
  • News18 Odia
  • Last Updated: March 5, 2020, 10:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଜେଡ଼ିର ଯୁବ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ସଙ୍ଗଠନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଦଳର ଭଲମନ୍ଦ ବୁଝା ସୁଝା ସହ ସାଙ୍ଗଠନିକ ବ୍ୟାପାର ସମ୍ଭାଳିବେ ବବି ଉପନାମରେ ବନ୍ଧୁମାନଙ୍କ ଗହଣରେ ପରିଚ଼ିତ ପ୍ରଣବ ।

ଏହି ପଦବୀ ତାଙ୍କୁ ମିଳିବା ପରେ ବବି ବିଜେଡିର ନମ୍ବର ଟୁ ନେତା ଭାବେ ପରିଗଣିତ ହେବେ ବୋଲି ଅନେକ ମତ ବ୍ୟକ୍ତ କରିଛନ୍ତି । ନବୀନଙ୍କ ପରେ ୟଙ୍ଗ୍‌ ବିଗ୍ରେଡ଼ର ଏହି ପ୍ରମୁଖ ଚ଼େହେରାଙ୍କୁ ଦଳର ସଙ୍ଗଠନର ସମ୍ପୂର୍ଣ ଦାୟିତ୍ୱ ଦିଆଯାଇଥିବାରୁ ଦଳର କୋର୍‌ ଟିମରେ ସେ ପୂର୍ବ ଠାରୁ ଅଧିକ ମହତ୍ୱପୂର୍ଣ୍ଣ ଭୂମିକା ନିଭେଇବେ ବୋଲି କୁହାଯାଉଛି ।

ଦଳର କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ ଅବସରରେ ବବିଙ୍କୁ ଏଭଳି ଉପହାର ଦେଇଛନ୍ତି ନବୀନ । ବିଜେପୁର ଓ ପାଟକୁରା ଉପନିର୍ବାଚନ ସହ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚ଼ନରେ ବବି କରିଥିବା ପରିଶ୍ରମ ଓ ତା’ର ସୁଫଳର ଉପହାର ରୂପେ ତାଙ୍କୁ ଏହି ପଦ ସୁପ୍ରିମୋ ଦେଇଛନ୍ତି ।

ବିଜେଡ଼ିରେ ପୂର୍ବରୁ ଏହି ପଦବୀ ନ ଥିଲା; ଏହା କିଛି ଦିନ ପୂର୍ବରୁ ହିଁ ସୃଷ୍ଟି କରାଯାଇଥିଲା । ସଙ୍ଗଠନର ସମ୍ପାଦକ ପଦ ସହ ଏକ ସମ୍ପାଦକ ହେଡ଼କ୍ୱାର୍ଟର ପଦବୀ ସୃଷ୍ଟି କରାଯାଇଥିଲା । ପ୍ରଣବଙ୍କୁ ସଙ୍ଗଠନର ସମ୍ପାଦକ ପଦରେ ଦାୟିତ୍ୱ ଭାର ଦିଆଯାଇଥିବା ବେଳେ ଆଜି ବିଦ୍ଧିବଦ୍ଧ ଭାବେ ମୁଖ୍ୟ ମନ୍ତ୍ରୀ ଏହା ଉପରେ ମୋହର ମାରିଛନ୍ତି  । ଏହା ସହିତ ଦଳର ସମସ୍ତ ସାଙ୍ଗଠନିକ ବ୍ୟାପାର ସେ ବୁଝିବେ ବୋଲି କୁହାଯାଇଛି । ଏ ନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ତାଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ।

‘‘ସଙ୍ଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚ଼ନ ସମେତ ବିଜେପୁର ଓ ପାଟକୁରା ଉପନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ତେଣୁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି,’’ କହିଛନ୍ତି ନବୀନ ।

ନିଜ କାର୍ଯ୍ୟଦକ୍ଷତା ଓ ନବୀନଙ୍କ ସହ ନିକଟତା ପାଇଁ ଜଣାଶୁଣା ବବି


ଏହି ପଦବୀ ମିଳିବା ପରେ ଦଳରେ ନବୀନଙ୍କ ପରେ ଏକ ପାୱାରଫୁଲ ନେତାର ମାନ୍ୟତା ପାଇଛନ୍ତି ପ୍ରଣବ । କେବଳ ନିର୍ବାଚନ ନୁହେଁ, ଦଳର ସଭାସମିତି ଭାବେ ସେ ସଠିକ ଢ଼ଙ୍ଗରେ ଦାୟିତ୍ୱ ତୁଳାଇ ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି । ତାଙ୍କର ନିଷ୍ଠା, ଆନୁଗତ୍ୟ ଓ କଠୋର ପ୍ରରିଶ୍ରମ ଯୋଗୁଁ ଏତେ କମ ବୟସରେ ସେ ଏହି ପଦ ପାଇଛନ୍ତି । ଦଳ ଓ ସଙ୍ଗଠନ ପାଇଁ ଦନିରାତି ଏକାକାର କରିଥିବା ଏହି ନେତା ଦଳର ଏକ ଆସେଟ ଭାବେ ପରିଗଣିତ ହୋଇପାରିଛନ୍ତି ଓ ସୁପ୍ରିମୋଙ୍କ ବିଶ୍ୱାସଭାଜନ ହୋଇଛନ୍ତି ।

ଏହି ନୂଆ ଦାୟିତ୍ୱ ମିଳିବା ପରେ ବବିଙ୍କ ଆଗରେ  ଅନେକ ଆହ୍ୱାନ ମଧ୍ୟ ରହିଛି । ବରିଷ୍ଠ ଓ କନିଷ୍ଠ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଦଳକୁ ଆଗକୁ ନେବା ତାଙ୍କ ଆଗରେ ବଡ଼ ଆହ୍ୱାନ ହେବ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚ଼ନ ଥିବାରୁ ସଙ୍ଗଠନକୁ ସୁଦୁଢ଼ କରିବା ମଧ୍ୟ ତାଙ୍କର ପ୍ରାଥମିକତା ରହିବ ।  ନବୀନଙ୍କ ଚତୁର୍ଥ ଟର୍ମରେ ଶକ୍ତ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପରେ ସମ୍ପୂର୍ଣ୍ଣଭାବେ ସଙ୍ଗଠନ ଦାୟିତ୍ୱ ବୁଝୁଥିଲେ ସେ ।

‘‘ଏକା ସାଙ୍ଗରେ ସରକାରର ମୁଖିଆ ଓ ଦଳର ସଭାପତି ଦାୟିତ୍ୱ ପାଳନ କରିବା ନବୀନଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ପ୍ରଣବଙ୍କୁ ଏହି ଦାୟିତ୍ୱ ଦେଇ ସଙ୍ଗଠନକୁ ସୁଦୃଢ଼ କରିବାକୁ ସେ ଚାହୁଁଛନ୍ତି । ପୂର୍ବରୁ ସେ ନିଷ୍ଠାର ସହ କାର୍ଯ୍ୟ କରି ତାଙ୍କର ଦକ୍ଷତା ପ୍ରତିପାଦିତ କରିଥିବାରୁ ତାଙ୍କ ଉପରେ ଭରସା କରିଛନ୍ତି ନବୀନ,’’ କହିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ ।

ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି: ‘‘ସମୟ ବଦଳିବା ସଙ୍ଗେ ସଙ୍ଗେ ନୂଆ ଢ଼ଙ୍ଗ ଓ ନୂଆ ଆଭିମୁଖ୍ୟରେ କାମ କରିବାର ଆବଶ୍ୟକତା ରହିଛି । ତେଣୁ ବରିଷ୍ଠ ନେତାଙ୍କୁ ଅପସାରିତ କରାଯାଇ ଯୁବାଙ୍କୁ ଦାୟିତ୍ୱ ଦିଆଯାଇଛି, ଯିଏ ଦଳକୁ ଆଗକୁ ନେଇ ପାରୁଛନ୍ତି ଓ ଅଧିକ ସମୟ ଦେଉଥିବାରୁ ନବୀନଙ୍କ ବିଶ୍ୱାସ ବଢ଼ିଛି । ବବିବାବୁ ଦଳ ପାଇଁ ସମୟ ଦେବା ସହିତ ଦଳକୁ ଆଗକୁ ନେବାରେ ସହାୟକ ହୋଇଛନ୍ତି ।’’

୨୦୧୪ରେ ନବୀନଙ୍କ ଚ଼ତୁର୍ଥ ଟର୍ମରେ ଶକ୍ତି ମନ୍ତ୍ରୀ ଥିଲେ ପ୍ରଣବ । ଏହା ପରେ ସରକାରରୁ ଅପସରି ସେ ସଙ୍ଗଠନ ଆଡ଼େ ମନବଳେଇଥିଲେ । ଶିକ୍ଷକ ଆନ୍ଦୋଳନ ହେଉ କି ଲ୍ୟାଣ୍ଡ ସ୍ଳାଇଡ଼ିଂ ହେଉ ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ହେଉ, ପୁଣି ସରକାର ହେଉକି ସଙ୍ଗଠନ ହେଉ, ଯେଉଁଠି ବିପତ୍ତି ଆସିଛି ସେଠି ଗ୍ରାଉଣ୍ଡ ମ୍ୟାନେଜମେଣ୍ଟରେ ଦକ୍ଷତା ଦେଖାଇଛନ୍ତି ପ୍ରଣବ ।
First published: March 5, 2020, 10:57 PM IST
corona virus btn
corona virus btn
Loading