ଆଉ ଆସୁନାହାନ୍ତି ପ୍ରମିଳା ତ୍ରିପାଠୀ; ଛାଡ଼ିଦେଲେ କି ଦୀପିକାଙ୍କ ହାତ ?

ଦୀପିକାଙ୍କ ହାତ ଛାଡ଼ିଦେଲେ କି ସମାଜସେବୀ ପ୍ରମିଳା ତ୍ରିପାଠୀ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୧୦ରୁ ଅଧିକ ଦିନ ହେଲା ଦୀପିକାଙ୍କ ଧାରଣାସ୍ଥଳକୁ ନ ଆସିବାକୁ ନେଇ ସହରରେ ଚର୍ଚ୍ଚା ଜୋର ।

ଆଉ ଆସୁନାହାନ୍ତି ପ୍ରମିଳା ତ୍ରିପାଠୀ; ଛାଡ଼ିଦେଲେ କି ଦୀପିକାଙ୍କ ହାତ ?

ଆଉ ଆସୁନାହାନ୍ତି ପ୍ରମିଳା ତ୍ରିପାଠୀ; ଛାଡ଼ିଦେଲେ କି ଦୀପିକାଙ୍କ ହାତ ?

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବ୍ରହ୍ମପୁର; ସ୍ତ୍ରୀର ହକ ଓ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଦୀପିକାଙ୍କ ଧାରଣା ଆଜି ୬୮ ଦିନରେ ପହଞ୍ଚିଛି । ପ୍ରଥମେ କେବଳ ଦୀପିକା ନ୍ୟାୟ ପାଇବା ଆଶାରେ ଧାରଣାରେ ବସିଥିବା ବେଳେ ପରବର୍ତ୍ତୀ ସମୟରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀପିକାଙ୍କୁ ସହଯୋଗ କରି ଧାରଣାରେ ସାମିଲ ହୋଇଥିଲେ । ତେବେ ପ୍ରାୟ ୧୦ରୁ ଅଧିକ ଦନ ହେଲା ଦୀପିକାଙ୍କ ଧାରଣାସ୍ଥଳରେ ଆଉ ପ୍ରମିଳଳାଙ୍କ ଦେଖା ମିଳୁନାହିଁ । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତ ଦୁଇ ଦିନ ତଳେ ଦୀପିକାଙ୍କ ପାଲ ଚିରାଯିବା ସହିତ ଦୀପିକା ଓ ଦୀନେଶଙ୍କ ପରିବାର ମଧ୍ୟରେ ହୋଇଥିବା ପାଟିତୁଣ୍ଡ ସମୟରେ ମଧ୍ୟ ପ୍ରମିଳାଙ୍କ ଅନୁପସ୍ଥିତିକୁ ସମସ୍ତେ ହୃଦୟଙ୍ଗମ କରିଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଧାରଣାସ୍ଥଳକୁ ଆସିନଥିବା ପ୍ରମିଳା କହିଛନ୍ତି । ସେପଟେ ଧାରଣାରେ ଅସହାୟ ହୋଇ ବସି ରହିଥିବା ଦୀପିକା ପ୍ରମିଳାଙ୍କୁ ପୁଣି ସହଯୋଗ କରି ବିପତ୍ତି ସମୟରେ ସାହା ହେବା ନିମନ୍ତେ ଅନୁରୋଧ କରିଛନ୍ତି ।

ଦୀପିକାଙ୍କ ଧାରଣାସ୍ଥଳକୁ ଆଉ କାହିଁକି ଆସୁନାହାନ୍ତି ପ୍ରମିଳା । ଦୀପିକାଙ୍କ ହାତ ଛାଡ଼ିଦେଲେ କି ପ୍ରମିଳା । ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ସାଧାରଣରେ ବେଶ ଆଲୋଚନା ହେଉଛି । କାରଣ ସ୍ତ୍ରୀର ହକ ଓ ନିଜ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରେ ଅଗଷ୍ଟ ମାସ ୨ ତାରିଖରୁ ଦୀପିକା ଦେଶୀବେହେରା ସାହିରେ ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି । ଧାରଣା ବସିବାର ୫ ଦିନ ପରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀପିକାଙ୍କୁ ସହଯୋଗର ହାତ ବଢ଼ାଇ ଧାରଣାରେ ସାମିଲ ହୋଇଥିଲେ । ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ସମେତ ଦୀନେଶଙ୍କ ପରିବାର ଲୋକଙ୍କ ସହ ଗଣ୍ଡୋଗଳ ସମୟରେ ଦୀପିକାକୁ ସମର୍ଥନ ଦେଇ ନିଜେ ପେଲାଠେଲାର ଶୀକାର ହେବା ସହିତ ଘଟଣାକୁ ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ । କିନ୍ତୁ ହଠାତ ଏବେ ପ୍ରମିଳାଙ୍କ ଅନୁପସ୍ଥିତି ଲୋକଙ୍କ ପାଇଁ ସମାଲୋଚନାର କାରଣ ପାଲଟିଛି ।

‘‘ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ପ୍ରତିଦିନ ଦୀପିକାଙ୍କ ପାଖକୁ ଯିବା ସମ୍ଭବପର ହେଉନାହିଁ । ବୟସ ଅଧିକ ହେବା ସାଙ୍ଗକୁ ସ୍ୱାସ୍ଥ୍ୟରେ ପ୍ରତିଦିନ ସମସ୍ୟା ଉପୁଜୁଛି । ଦୀପିକାଙ୍କ ସହ ଅଛି ଆଉ ରହିବି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଦୀପିକାଙ୍କୁ ଛାଡ଼ି ଯିବିନାହିଁ ।  ଦୀର୍ଘ ୪୫ ଦିନ ଧରି ଦୀପିକାଙ୍କ ସହ ଧାରଣାରେ ବସିଥିଲି । ଆଗାମୀ ୧୩ ତାରିଖରେ ଦୀପିକାଙ୍କୁ ନେଇ ମହିଳା କମିଶନରଙ୍କ ନିକଟରେ ହାଜର ହେବା ସହ ସମାଧାନର ବାଟ ବାହାର କରିବା ନିମନ୍ତେ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି,‘‘ ସମାଜସେବୀ ପ୍ରମିଳା ତ୍ରିପାଠୀ ।

ଗତ ଦୁଇ ଦିନ ପୂର୍ବରୁ ଦୀପିକା ଓ ଦୀନେଶଙ୍କ ପରିବାର ମଧ୍ୟ ପାଟିତୁଣ୍ଡ ହେବା ପରେ ଦୀନେଶଙ୍କ ପରିବାର ଲୋକେ କେଉଁଆଡ଼େ ଚାଲିଯାଇଛନ୍ତି । ବର୍ତ୍ତମାନ ଦୀନେଶଙ୍କ ଘରେ ତାଲା ଝୁଲୁଥିବା ବେଳେ ଏକୁଟିଆ ହୋଇ ଦୀପିକା ସେଭଳି ଧାରଣା ଜାରୀ ରଖିଛନ୍ତି । ଦୀର୍ଘ ୬୮ ଦିନ ପରେ ମଧ୍ୟ ନ୍ୟାୟ ନ ମିଳିନଥିବା ବେଳେ ଏବେ ନାନା ସମସ୍ୟାର ସମ୍ମଖୀନ ହେବାକୁ ପଡ଼ୁଛି । ପ୍ରମିଳା ତ୍ରିପାଠୀକୁ ନେଇ ଦୀନେଶଙ୍କ ପରିବାର ଲୋକେ ନାନା କଥା କହୁଥିଲେ ସୁଦ୍ଧା ପ୍ରମିଳା ଦୀପିକାଙ୍କ ସହ ଅଛନ୍ତି ବୋଲି ଦୃଢ଼କ୍ତିର ସହ କହିଛନ୍ତି ଦୀପିକା । ‘‘ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଯୋଗୁଁ ସେ ପ୍ରତିଦିନ ଧାରଣାସ୍ଥଳକୁ ଆସୁନାହାନ୍ତି । ତଥାପି ମଧ୍ୟ ଯଦି ପ୍ରମିଳା ତ୍ରିପାଠୀଙ୍କ ପାଖରେ ସମୟ ଅଛି ଏବଂ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ସହଯୋଗର ହାତ ବଢ଼ାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ପୂର୍ବରୁ ଅନେକ ଥର ଦୀନେଶଙ୍କ ପରିବାର ଲୋକେ ଉଭୟ ଦୀପିକା ଓ  ପ୍ରମିଳାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସବୁ ବିପଦରେ ପ୍ରମିଳା ଆଗରେ ଠିଆ ହୋଇ ରହୁଥିବା ଯୋଗୁଁ ସାହାସ ଆସୁଥିଲା । ତେଣୁ ପୁଣି ଥରେ ସହଯୋଗର ହାତ ବଢ଼ାଇ ଧାରଣା ସ୍ଥଳକୁ ଆସି ନ୍ୟାୟର ଲଢ଼େଇ ଲଢ଼ିବାରେ ଧାରଣାରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି,‘‘ ଦୀପିକା ।
ଦୀପିକାଙ୍କ ହାତ ପ୍ରମିଳା ଛାଡ଼ିଦେଇଥିବା ନେଇ ସହରରେ ଚର୍ଚ୍ଚା ହୋଇଥିବା ବେଳେ ଉଭୟେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ପ୍ରମିଳା ଧାରଣାସ୍ଥଳକୁ ଯାଉନଥିବା ନେଇ କହିଛନ୍ତି । କିନ୍ତୁ ତାହା ସତ ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସସପେନ୍ସ ହୋଇ ରହିଛି ।
Published by:Soubhagya Mishra
First published: