ସୁବର୍ଣ୍ଣପୁରର ଗଞ୍ଜପା ଖେଳକୁ ପାଟ ଶାଢୀରେ ଜୀବିତ ରଖିଛନ୍ତି ବୁଣାକାର ପ୍ରହଲ୍ଲାଦ ମେହେର

ସହରର ପଟାଭାଡିର ପ୍ରସିଦ୍ଧ ବାନ୍ଧଶିଳ୍ପୀ ପ୍ରହଲ୍ଲାଦ ମେହେରଙ୍କ ଏହି ଗଞ୍ଜପା ଶାଢୀ ଏବେ ଦେଶ ବିଦେଶରେ ଖୁବ୍ ଆଦର ପାଇଥିବା ବେଳେ ଏହି ଶାଢୀଟି ଜାତୀୟ ପୁରସ୍କାର ମଧ୍ୟ ପାଇଛି।

ସୁବର୍ଣ୍ଣପୁରର ଗଞ୍ଜପା ଖେଳକୁ ପାଟ ଶାଢୀରେ ଜୀବିତ ରଖିଛନ୍ତି ବୁଣାକାର ପ୍ରହଲ୍ଲାଦ ମେହେର

ସୁବର୍ଣ୍ଣପୁରର ଗଞ୍ଜପା ଖେଳକୁ ପାଟ ଶାଢୀରେ ଜୀବିତ ରଖିଛନ୍ତି ବୁଣାକାର ପ୍ରହଲ୍ଲାଦ ମେହେର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ଗଞ୍ଜପା ଖେଳ। ରାଜା ରାଜୁଡା ଅମଳରୁ ଏହି ଖେଳ ସୋନପୁରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ରାମ ରାବଣ ଯୁଦ୍ଧକୁ ଖେଳ ମାଧ୍ୟମରେ ଖେଳା ଯାଇଥାଏ ଗଞ୍ଜପା ଖେଳରେ। କାଳ କ୍ରମେ ଏହି ଖେଳ ଲୋପ ପାଇଯାଉଥିବା ବେଳେ ଏହି କଳାକୁ ସୋନପୁରୀ ପାଟ ଶାଢୀରେ ସ୍ଥାନୀତ କରିଛନ୍ତି ସୁବର୍ଣ୍ଣପୁର ସହର ଜଣେ ବୁଣାକାର।

ସହରର ପଟାଭାଡିର ପ୍ରସିଦ୍ଧ ବାନ୍ଧଶିଳ୍ପୀ ପ୍ରହଲ୍ଲାଦ ମେହେରଙ୍କ ଏହି ଗଞ୍ଜପା ଶାଢୀ ଏବେ ଦେଶ ବିଦେଶରେ ଖୁବ୍ ଆଦର ପାଇଥିବା ବେଳେ ଏହି ଶାଢୀଟି ଜାତୀୟ ପୁରସ୍କାର ମଧ୍ୟ ପାଇଛି।

ରାଜା ରାଜୁଡା ଅମଳରୁ ସୋନପୁର ଗଡଜାତରେ ଖେଳା ଯାଉଥିବା ଗଞ୍ଜପା ଖେଳକୁ ପାଟ ସୂତାରେ ଅତି ସୁନ୍ଦର ଭାବରେ ବୁଣାଇ କରିଛନ୍ତି ପ୍ରହଲ୍ଲାଦ ମେହେର। ପ୍ରହଲ୍ଲାଦ ଓ ତାଙ୍କ ପତ୍ନୀ ମମତା, ଦୁଇ ପୁଅ ରୋହନ ଏବଂ ରାହୁଲ ଏହି କାମରେ ତାଙ୍କୁ ବେଶ ସାହାଯ୍ୟ କରିଛନ୍ତି। ଏହି ଶାଢୀ ବୁଣିବା ପାଇଁ ୨ ମାସ ସମୟ ଲାଗିଥିବା ବେଳେ ୬୦୦ ଗ୍ରାମ ଉତ୍ତମ ପାଟ ସୂତାରେ ବୁଣା ହୋଇଛି ଏହି ଶାଢୀ।

ଶାଢିରେ ଚନ୍ଦନ, ରଷ୍ଟ, ଲାଲ ଏବଂ କଳା ଚାରୋଟି ରଙ୍ଗ ବ୍ୟବହାର ହୋଇଛି। ଧିରେ ଧିରେ ଗଞ୍ଜପା ଖେଳ ଲୋକ ପାଇବାକୁ ବସୁଥିବା ବେଳେ ପୁଣି ଏହାର ପ୍ରଚାର ପ୍ରସାର କରିବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି। ତେବେ ଜିଲ୍ଲାର ପ୍ରସିଦ୍ଧ ତନ୍ତଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢୀ ବୁଣିବାକୁ ସୁବର୍ଣ୍ଣପୁର ସହର ପଟାଭାଡିର ପ୍ରହଲ୍ଲାଦଙ୍କୁ ପ୍ରେରଣା ଯୋଗାଇଥିଲେ।

ଶାଢିରେ ରାମ, ରାବଣ, ହନୁମାନଙ୍କ ସହ ଅନ୍ୟାନ୍ୟ ୧୬ ପ୍ରକାର ଯୋଦ୍ଧାମାନେ ରହିଛନ୍ତି। ସବୁଠୁ ବଡ଼ କଥା ହେଲା ଗଞ୍ଜପା ଖେଳ ଏବେ ବି ଖେଳା ଯାଉଥିବା ସୋନପୁର ଘୋଡାଘାଟ ପଡାର ବଉଳ ତଳ ମଣ୍ଡପ ସହିତ ଖେଳାଳିମାନଙ୍କ ଫଟୋଚିତ୍ରକୁ ମଧ୍ୟ ଖୁବ ନିଖୁଣ ଢଙ୍ଗରେ ପ୍ରହଲ୍ଲାଦ ଶାଢୀରେ ଦର୍ଶାଇଛନ୍ତି। ତେବେ ସୋନପୁରର ହଜି ଯାଉଥିବା ଏହି ଖେଳକୁ ସୂତାରେ ବୁଣାଇ କରି ନିଜକୁ ଖୁବ୍ ଗର୍ବିତ ଲାଗୁଛି ବୋଲି ପ୍ରହଲ୍ଲାଦ କହିଛନ୍ତି।

ସୁବର୍ଣ୍ଣପୁରର ଗଞ୍ଜପା ଖେଳକୁ ପାଟ ଶାଢୀରେ ଜୀବିତ ରଖିଛନ୍ତି ବୁଣାକାର ପ୍ରହଲ୍ଲାଦ ମେହେର


ସୁବର୍ଣ୍ଣପୁରର ବୁଣାକାର ଶିଳ୍ପୀମାନେ ସବୁବେଳେ କିଛି ନୂଆ କରିବାର ପ୍ରଚେଷ୍ଟା କରନ୍ତି। ସରୁ ସୂତାରେ ସୂଖ୍ମ କଳା ପ୍ରସ୍ଫୁଟିତ କରିବାରେ ସ୍ଥାନୀୟ ତନ୍ତଶିଳ୍ପୀ ମାନଙ୍କର ପ୍ରସିଦ୍ଧି ରହିଛି। କେତେବେଳେ ଗଣିତ ଶାଢୀ ତ ପୁଣି କେତେ ବେଳେ ମା' ଶାଢୀ। ଆଉ କେତେବେଳେ ଜ୍ୟାମିତି ଶାଢୀ ବୁଣି ଏମାନେ ଚର୍ଚ୍ଚାରେ ଥାନ୍ତି।

ଏବେ ପୁଣି ଜଣେ ବାନ୍ଧକଳା ଶିଳ୍ପୀ ପ୍ରହଲ୍ଲାଦ ମେହେର ସୋନପୁର ହଜିଯାଉଥିବା କଳା ଗଞ୍ଜପା ଖେଳକୁ ପାଟ ଶାଢୀରେ ବୁଣି ଚର୍ଚ୍ଚାରେ ଆସିଛନ୍ତି। ଏହି ଶାଢୀରେ ପ୍ରହଲ୍ଲାଦ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ତେବେ ସ୍ଥାନୀୟ ବଜାରରେ ଶାଢୀର ଦାମ ୪୦ ହଜାର ଟଙ୍କା ରହିଛି। ଦେଶ ବିଦେଶରେ ଏହି ଗଞ୍ଜପା ଶାଢୀର ଆଦର ବଢୁଥିବା ବେଳେ ଏବେ ବିଭିନ୍ନ ସ୍ଥାନରୁ ଗଞ୍ଜପା ଶାଢୀ ପାଇଁ ଲୋକେ ବରାଦ ଦେଲେଣି ବୋଲି ପ୍ରହଲ୍ଲାଦ ପ୍ରକାଶ କରିଥିବା ବେଳେ ପ୍ରହଲ୍ଲାଦଙ୍କ ଗୁରୁ ମଧ୍ୟ ଶାଢୀର ଡିଜାଇନକୁ ଦେଖି ବେଶ୍ ଖୁସୀବ୍ୟକ୍ତ କରିଛନ୍ତି।

ସାଧାରଣ ମହିଳାଙ୍କ ଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତ୍ରୀମାନଙ୍କ ପ୍ରଥମ ପସନ୍ଦ ଭାବେ ଜଣାଶୁଣା ସୋନପୁରୀ ପାଟଶାଢୀ ହୋଇଥିବା ବେଳେ ବର୍ତ୍ତମାନ ବାନ୍ଧ ଶାଢୀ ତା'ର ପାରମ୍ପାରିକ ଏବଂ ଭୌଗଳିକ ଅବସ୍ଥିତି ଅନୁସାରେ ବିଖ୍ୟାତ ହେବାରେ ଲାଗିଛି। ତେବେ ଏଭଳି ଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେଲେ ନିଶ୍ଚିତ ବୁଣାକାରମାନେ ଆହୁରୀ ଉତ୍ସାହିତ ହୋଇପାରନ୍ତେ।
Published by:Lipina Das
First published: