News18 Odia Digital
Naba Das Death Case: ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବଡ଼ ବୟାନ ଦେଇଛନ୍ତି। ବିଜେଡ଼ିରେ ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା ଲୋକ ହିଁ ନବଙ୍କ ହତ୍ଯାକାରୀ ବୋଲି ବିଜେପି ନେତା ଆରୋପ ଆଣିଛନ୍ତ ।
ସ୍ୱାସ୍ଥ୍ଯମନ୍ତ୍ରୀଙ୍କ ହତ୍ଯା ସମୟରେ ବେକରେ ବାଜିଥିଲା ଗୁଳି; ଭଲ ହୋଇ ଘରକୁ ଫେରିଲେପ୍ରଦୀପ ପୁରୋହିତ କହିଛନ୍ତି, ବିଜେଡ଼ିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହିଁ ହେଲା ନବଙ୍କ ପାଇଁ କାଳ। ନବୀନ ବାବୁଙ୍କ ପରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେହି ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ । ନବ ଦାସ ଶନି ମନ୍ଦିର କାହିଁକି ଯାଇଥିଲେ। ସେ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ, ତାଙ୍କର ଭଲ ପାଇସା ବି ଥିଲା। ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ଜ୍ୟୋତିଷଙ୍କ ଉପଦେଶ କ୍ରମେ ସେ ଶନିଙ୍କ ପାଖକୁ ଯାଇଥିଲେ। ଏହା ସଂପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ। ତେଣୁ ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି। ଏହା ସହ ହତ୍ଯାକାଣ୍ତ ମାମଲାରେ ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।
ଅନ୍ଯପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ଜେପି ଦାସ ଆଜି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ପରିଦର୍ଶନ କରିଛନ୍ତି। ମଙ୍ଗଳବାର ଝାରସୁଗୁଡାରେ ପହଞ୍ଚିଥିବା ଜଷ୍ଟିସ୍ ଦାସ କଡା ସୁରକ୍ଷା ମଧ୍ୟରେ ଗାନ୍ଧି ଛକ ନିକଟରେ କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ଯାଞ୍ଚ କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ।
NABA DAS DEATH: ନବଙ୍କ ଆତ୍ମାକୁ ମୋକ୍ଷ ଦେବା ପାଇଁ ଅସ୍ଥି ବିସର୍ଜନ କଲେ ପୁଅଗତକାଲି ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ। ଘଟଣାକୁ ୧୧ ଦିନ ବିତିଥିଲେ ବି ପୋଲିସ ଓ କ୍ରାଇମବ୍ରାଞ୍ଚର ହାତ ଖାଲି ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।