News18 Odia Digital
ଭୁବନେଶ୍ବର: ରାଜସ୍ଥାନ କଂଗ୍ରେସରେ ଗେହଲୋତ-ପାଇଲଟ କଳି ଚାଲିଥିବା ବେଲେ ଓଡିଶା କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ସଚିନ ପାଇଲଟଙ୍କୁ ସମର୍ଥନ କରି ଦଳର ଭେଟରାନ୍ ନେତାଙ୍କ ରୋଷର ଶିକାର ହୋଇଛନ୍ତି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ମଧ୍ୟ ପ୍ରଦେଶ, ଗୋଆ ଓ କର୍ଣ୍ଣଟକରେ କଂଗ୍ରେସ ହାତରୁ ଶାସନ ଯିବାକୁ ନେଇ ସୋନିଆ ଗାନ୍ଧି ଓ ରାହୁଳ ଗାନ୍ଧିଙ୍କୁ ଟାର୍ଗେଟ କରିବା ପରେ ପ୍ରଦୀପଙ୍କ ପାଇଁ ବିପଦ ବଢିଛି ।
ପ୍ରଦୀପଙ୍କ ଉପରେ ଏବେ ଦଳୀୟ ଖଣ୍ଡା ଝୁଲୁଥିବା ପରି ଲାଗୁଛି । ଜଣେ ପରେ ଜଣେ ନେତା ପ୍ରଦୀପଙ୍କୁ ନିଶାନା କରିଚାଲିଛନ୍ତି । ସୁରଙ୍କ ପରେ ତାରା-ଦେବାଶିଷଙ୍କ ଟାର୍ଗଟରେ ଏବେ ପ୍ରଦୀପ ମାଝି । କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି । ରାଜ୍ୟ ଓ ଦେଶରେ ବହୁ ଦଳ ଅଛନ୍ତି, ତେଣୁ ପ୍ରଦୀପ ଚାହିଁଲେ କଂଗ୍ରସ ଛାଡି ଯାଇପାରନ୍ତି ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ।
‘‘ଦଳ ପ୍ରଦୀପଙ୍କୁ ବହୁତ କିଛି ଦେଇଥିବା ବେଳେ ସେ ହାଇକମାଣ୍ଡଙ୍କୁ ଆକ୍ଷେପ କରିବା ନିନ୍ଦନୀୟ । କାର୍ଯ୍ୟାନୁଷ୍ଠାନ ନ ନେଲେ ଦଳରେ ବିଶୃଙ୍ଖଳା ବଢ଼ିବ । ଅନ୍ୟ ରାଜ୍ୟରେ କଂଗ୍ରେସରେ କ’ଣ ହେଉଛି ସେକଥାକୁ ନେଇ କେନ୍ଦ୍ରୀୟ ନେତୃତ୍ବକୁ ଦାୟୀ କରିବା ଅଧିକାର ପ୍ରଦୀପଙ୍କୁ ଦେଲା କିଏ? ଏ ନେଇ ପିସିସି ସଭାପତି ପ୍ରଦୀପଙ୍କୁ ବହିଷ୍କାର କରିବା ପାଇଁ ଏଆଇସିସିକୁ ସୁପାରିଶ କରନ୍ତୁ,’’ କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ
କଠୋର ଭାଷାରେ ପ୍ରଦୀପଙ୍କ ମନ୍ତବ୍ୟକୁ ନିନ୍ଦା କରି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି: ‘‘ପ୍ରଦୀପ ଗଣମାଧ୍ୟମ ଆଗରେ ଲୋକଙ୍କ ଠାରୁ ଓ ଦଳର ହାଇକମାଣ୍ଡଙ୍କ ଠାରୁ କ୍ଷମା ମାଗାନ୍ତୁ । ପ୍ରଦୀପଙ୍କୁ ଯୁବ ଅବସ୍ଥାରେ ଦଳ ବହୁତ କିଛି ଦେଇଛି । ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ଏମପି କରିଛି । ତାଙ୍କୁ ଯଦି କଂଗ୍ରେସ ଭଲ ଲାଗୁନି ତେବେ ଅଲଗା ଦଳ ଦେଖନ୍ତୁ ।’’
ତାରା-ଦେବାଶିଷଙ୍କ ଆଟାକ ପରେ ନରମି ଯାଇଛନ୍ତି ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ । ତାରା ଓ ଦେବାଶିଷଙ୍କୁ କାଉଣ୍ଟର ଆଟାକ ନକରି ଭିନ୍ନ ଢଙ୍ଗରେ ମତ ଉପସ୍ଥାପିତ କରିଛନ୍ତି ସେ । ‘‘ଗଣ ମାଧ୍ୟମରେ ଆଲୋଚନା ଚାଲିଥିବା ବେଳେ ମୁଁ ନିଜ ମତାମତ ଦେଇଥିଲି । କଣ କରାଗଲେ ଆଗାମୀ ଦିନରେ କଂଗ୍ରେସ ଦଳର ଭ୍ୟବିଷ୍ୟତ ଉଜ୍ଜଳ ହୋଇ ପାରିବ ସେହି ମତାମତକୁ ରଙ୍ଗ ଦେଇ ଜନସାଧାରଣ ଆଗରେ ଭୁଲ ଭାବରେ ଉପସ୍ଥାପନା କରାଯାଉଛି । ଏହା ଅତି ନିନ୍ଦନୀୟ । ଦଳର ମୁଁ ଜଣେ ଶୃଙ୍ଖଳିତ ସଭ୍ୟ ଓ କର୍ମୀ । ଲଗାତାର ଦଳୀୟ କାର୍ଯ୍ୟକ୍ରମରେ ମୁଁ ଅଛି । ଗଣତନ୍ତ୍ରକୁ ବିଶ୍ୱାସ କରୁଥିବା ଗୋଟିଏ ପାର୍ଟିରେ ସମସ୍ତେ ନିଜ ମତ ରଖିପାରିବେ । ଯେଉଁମାନେ ମୋ’ ବିରୋଧରେ କହୁଛନ୍ତି ସେମାନଙ୍କ ଉପରେ ମୋ’ର କିଛି କହିବାର ନାହିଁ । କଂଗ୍ରେସ ଦଳ ପାଇଁ ମୁଁ ଅହରହ ସଂଗ୍ରାମ କରି ଆସୁଛି । ମୁଁ ଦଳ ପରିତ୍ୟାଗ କରିବାର ପ୍ରଶ୍ନ ଉଠୁନି,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ:
‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷଏହା ବି ପଢ଼ନ୍ତୁ:
ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାଜ୍ୟ କଂଗ୍ରେସର ସୁବ କମିଟିକୁ ଭାଙ୍ଗି ଦିଆଯାଇଛି । ଶୃଙ୍ଖଳା କମିଟି ମଧ୍ୟ ସେଥିରୁ ବାଦ ପଡିନି । ତେବେ ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ କିଏ ସୁପାରିଶ କରିବ? ପ୍ରଦୀପ ଏଆଇସିସି ସଭ୍ୟ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ପିସିସିର ନାହିଁ । କେବଳ ସୁପାରିଶ କରିପାରିବ ପିସିସି । ଅବଶ୍ୟ ପିସିସି ସଭପତିଙ୍କ ପାଖରେ କ୍ଷମତା ରହିଛି ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିଶ କରିବା ପାଇଁ । ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଏହା ଉପରେ ଏ ଯାଏଁ କିଛି ନିଷ୍ପତ୍ତି ନେଇନାହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।