ପ୍ରଧାନମନ୍ତ୍ରୀ ଆବାସ ଯୋଜନା; ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି- ପୃଥ୍ୱୀରାଜ ହରିଚନ୍ଦନ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ନେଇ ଦାବି କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି " ବର୍ତ୍ତମାନ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଟେଣ୍ଟାଟିଭ ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି। ୨୦୧୯ ରେ PWL ତାଲିକାରେ ଥିବା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧୀକାରୀ ଏବେ ବାଦ ପଡ଼ିଛନ୍ତି।
ଏବେ ତାଲିକାରେ ନା ଯୋଡ଼ିବାର ବ୍ୟବସ୍ଥା ନଥିବାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ। ଦଳୀୟ ଭିତ୍ତିରେ ଘର ବଣ୍ଟନ ବ୍ୟବସ୍ଥା କରାଯାଇଥିବା ବେଳେ ପୁରା ସରକାରୀ କଳ ଲାଗିଛି। ୨୦୧୯ pwl ତାଲିକାକୁ ରେଫରାଲ ଲିଷ୍ଟ ଅନୁସାରେ ନେବାକୁ ବିଜେପି ଦାବି କରିଛି। ଯେଉଁମାନେ ବାଦ ପଡିଛନ୍ତି ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ। ଯେଉଁମାନଙ୍କ ନାମ ବାଦ ପଡ଼ିଛି ସେମାନଙ୍କ ନାମ ଆଡ୍ ନହେଲେ ସ୍ୱଚ୍ଛତା ନଆସିଲେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ନେଇ ନବୀନ ନିବାସ ଘେରିବାକୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ବିଜେପି। ଏହା ସହ ଅଭିଯୋଗ ପ୍ରକ୍ରିୟା ବ୍ୟବସ୍ଥାକୁ ନେଇ ବି ବିଜେପି ପ୍ରଶ୍ନ କରିଛି। ଅଭିଯୋଗ ପ୍ରକ୍ରିୟାରେ ଅଭିଯୋଗକାରୀଙ୍କ ନା ସାର୍ବଜନୀନ ହେବାର ବ୍ୟବସ୍ଥା ଥିବାରୁ ଭୟରେ ଅନେକ ଲୋକ ଅଭିଯୋଗ ପାଇଁ ଆସିବେନି। ସେମାନଙ୍କ ନା ସାମ୍ନାକୁ ଆସିଲେ ଗାଁ ଗାଁରେ ଦ୍ଵନ୍ଦ ବି ଉପୁଜିବ। ତେଣୁ ଅଭିଯୋଗକାରୀଙ୍କ ନା ଅଜ୍ଞାତ ରଖିବା ସହ ପଞ୍ଚାୟତ ବଦଳରେ ବ୍ଲକ ଅଫିସରେ ଅଭିଯୋଗ ବାକ୍ସ ଖୋଲିବାକୁ ଦାବି କରିଛି। ରାଜ୍ୟ ସରକାରଙ୍କ ବ୍ୟତିକ୍ରମ ଯୋଗୁଁ ୨୦୧୯ ତାଲିକାରେ ଥିବା ଅନେକ ଯୋଗ୍ୟ ହିତାଧିକାରୀ ଏବେ ଘର ଆଜବେଷ୍ଟର ଛପର କରି ସାରିଛନ୍ତି। ସେମାନଙ୍କ ନାମକୁ ବିଚାରକୁ ନେଇ ତାଲିକାରେ ଯୋଡ଼ିବାକୁ ଦାବି ହୋଇଛି। ଗ୍ରାମସଭା ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଉ। ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ଲଗାଇବାକୁ ବିଜେପି ଦାବି କରିଛି। ୬୦-୪୦ ପ୍ରତିଶତ ଦ୍ୱାହି ଦେଇ ବିଜୁ ପକ୍କା ଘର ନା ସେ ସାମିଲ କରିବାକୁ ଚାହୁଁଛନ୍ତି। ଯଦି ସେପରି କରନ୍ତି ଆଗକୁ ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ବିଜେପି ଚେତାବନୀ ଦେଇଛି।
ଜବାବରେ ବିଜେଡି ବିଧାୟକ ଅମର ସତପଥୀ କହିଛନ୍ତି ଆଜିଠୁ ହିତାଧୀକାରୀ ତାଲିକା ପ୍ରକାଶ ପାଇଛି। କିପରି ସ୍ବଚ୍ଛତା ରହିବ ସେ ନେଇ ପ୍ରୟାସ କରାଯାଉଛି। ଯୋଗ୍ୟ ହିତାଧୀକାରୀ ବାଦ ପଡିଲେ ଆହୁରି ତଦନ୍ତର ବ୍ୟବସ୍ଥା ରହିଛି। ନବୀନ ନିବାସ ବିକାଶର କେନ୍ଦ୍ରସ୍ଥଳୀ ସବୁ ପ୍ରସଙ୍ଗରେ ନବୀନ ନିବାସ ଘେରାଉ କଥା କହି ନିଜର ଦୁର୍ବଳତା ପ୍ରକାଶ କରିଛନ୍ତି ବିରୋଧୀ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।