ପଦ୍ମପୁର ଉପନିର୍ବାଚନ: ସାମ୍ୱାଦିକ ସମ୍ମିଳନୀରେ କାନ୍ଦିଲେ ପ୍ରଦୀପ ପୁରୋହିତ

ପ୍ରେସମିଟରେ କାନ୍ଦିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ନିର୍ବାଚନ ଲଢିବାର ଅଧିକାର ଥିବା ବେଳେ କାହିଁକି ବିଜେଡି ରକ୍ତମୁଖା ହେଉଛି ପ୍ରଦୀପ ପ୍ରଶ୍ନ କରିଛନ୍ତି ।  

ପ୍ରଦୀପ ପୁରୋହିତ

ପ୍ରଦୀପ ପୁରୋହିତ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପଦ୍ମପୁର: ପ୍ରେସମିଟରେ ପ୍ରଦୀପ ପୁରୋହିତ କାନ୍ଦିଲେ। ପାଇକମାଲ ଥାନ ପଥରେଲ ଗାଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ବିଜେଡି ଆକ୍ରମଣ କରିବା ନେଇ ପ୍ରେସମିଟ ଅଭିଯୋଗ ଆଣିଲେ ବିଜେପି ନେତା। ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ନିର୍ବାଚନ ଲଢିବାର ଅଧିକାର ଥିବା ବେଳେ କାହିଁକି ବିଜେଡି ରକ୍ତମୁଖା ହେଉଛି ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି ।

ମନ୍ତ୍ରୀ ନବ ଦାସ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ନିରଞ୍ଜନ ପୂଜାରୀ, ବିଧାୟକ ଶୁଶାନ୍ତଙ୍କ ପ୍ରରୋଚନାରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ମୋତେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ସ୍ଥାନୀୟ ଲୋକ ମୋ ଗାଡିକୁ ଆସି ସୁରକ୍ଷା ଦେଲେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ । ନାମାଙ୍କନ ଶେଷ ହୋଇଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପାର୍ଥୀ । ମୋଟ ୧୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ତିନି ପ୍ରମୁଖ ଦଳର ପାର୍ଥୀଙ୍କ ଉପରେ ନଜର ରହିଛି । ବର୍ତ୍ତମାନ ତିନି ପାର୍ଥୀ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଗକୁ ବି ପ୍ରଚାର ଜମିବ ।

ବିଜେପି ପାର୍ଥୀ ପ୍ରଦୀପ ପୁରୋହିତ ବି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଦଳୀୟ ନେତା ରୋଡ଼ ଶୋ କରିବା ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି।  ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଦୀପ ପୁରୋହିତ । ସେ କହିଛନ୍ତି ପଦ୍ମପୁରବାସୀ ହିଁ ନିର୍ଣ୍ଣୟ କରିବେ ସେମାନେ କାହାକୁ ଭୋଟ ଦେବେ। ମାଟିର ପୁଅକୁ ଭୋଟ ଦେବେ ନା ପୁରୀ ଜିଲ୍ଲାର ବହୂକୁ ଭୋଟ ଦେବେ । ପଦ୍ମପୁରବାସୀ ଭଲ ଭାବେ ଜାଣିଛନ୍ତି ସେମାନଙ୍କ କଥାକୁ କିଏ ବିଧାନସଭାରେ ଉଠାଇ ପାରିବ । ବିଜେପି ବିଧାୟକ ଭାବେ ୨୦୧୪ ରୁ ୨୦୧୯ ସମୟରେ ପଦ୍ମପୁର ଅଞ୍ଚଳର ବିକାଶ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସ୍ୱର ଉଠାଇଛି। କିନ୍ତୁ ବିଜେଡି ସରକାର ଚାଷୀଙ୍କୁ କେବଳ ପ୍ରତାରଣା ଦେଇଛି । ଯାହାର ଉଚିତ ଜବାବ ଦେବେ ପଦ୍ମପୁର ଭୋଟର । ପଦ୍ମପୁର ଉପନିର୍ବାଚନରେ ତ୍ରିମୁଖୀ ଫାଇଟ ହେଲେ ମଧ୍ୟ ବିଜେପି ଏଥର ବାଜିମାତ କରିବ ବୋଲି ସେ କହିଛନ୍ତି ।

ପାଇକମାଳରେ ପ୍ରଚାର ସମୟରେ ମଧ୍ଯ ଭାବବିହ୍ୱଳ ହୋଇ ପଡ଼ିଥିଲେ ବର୍ଷା। ଏପରି ଏକ ଭିଡିଓ ବେଶ୍ ଭାଇରାଲ ହେଉଥିଲା। ଏକ ସଭାରେ ସମ୍ବୋଧିତ କରିବା ବେଳେ କାନ୍ଦୁଥିଲେ ବର୍ଷା। ପ୍ରଚାର ସମୟରେ ବର୍ଷା କହୁଛନ୍ତି ଆପଣଙ୍କ ସୁଖ ଦୁଃଖରେ ରହିଥିବି ଏକଥା କହି ସେ କାନ୍ଦୁଥିବା ଦେଖିବାକୁ ମିଳିଛି। ଠିକ୍ ସେହି ସମୟରେ ମଞ୍ଚ ତଳେ ଥିବା ମହିଳାମାନେ ବି କାନ୍ଦୁଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିଲା।
Published by:Soumya Das
First published: