News18 Odia Digital
ନିଜର ନିକଟତମ ପ୍ରତୀଦ୍ୱନ୍ଦୀଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ବର୍ଷାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ୍ ମିଳିଛି।
ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପୁରୋହିତ। ଦେଶର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ। ଏଠାକାର ଲୋକଙ୍କର ନେତା ବାଛିବାର ଅଧିକାର ରହିଛି। ସେମାନେ ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି। ପଦ୍ମପୁରବାସୀଙ୍କ ଜନାଦେଶକୁ ନମ୍ରତାର ସହ ଗ୍ରହଣ କରିଛନ୍ତି ବିଜେପି ପ୍ରାର୍ଥୀ।
ଆରମ୍ଭରୁ କୃଷକ ପ୍ରସଙ୍ଗ ଉଠାଉଥିଲି। ଆଗକୁ ମଧ୍ୟ ଉଠାଇବି। ମୁଁ ବିଧାୟକ ହେଲେ ବି ଲୋକଙ୍କ ସହ ରହିବି ନହେଲେ ବି ଲୋକଙ୍କ ସହ ରହିବି। ବଞ୍ଚିଥିବା ପର୍ଯ୍ୟନ୍ତ କୃଷକଙ୍କ ପ୍ରସଙ୍ଗ ହେଉ କିମ୍ବା ଲୋକଙ୍କ ସମସ୍ୟା ବାବଦରେ ସ୍ୱର ଉତ୍ତୋଳନ କରିବି। ନିର୍ବାଚନ ଜିତିବା ହରିବା ମୋ ପାଇଁ ମହତ୍ୱପୂର୍ଣ୍ଣ ନୁହେଁ। ନିର୍ବାଚନ ଫଳାଫଳ ଅନୁସାରେ ବର୍ଷାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଦୀପ ପୁରୋହିତ।
ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରିବ ଦଳ। କେଉଁ ବୁଥରେ ଦଳ ଭଲ ପ୍ରଦର୍ଶନ କରିଛି ତାହା ନେଇ ପରେ ସମୀକ୍ଷା ହେବ। କେଉଁ କାରଣ ଯୋଗୁଁ ବିଜେପିର ହାର ହେବ ସେ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।