ପ୍ରଦୀପ ପାଣିଗ୍ରାହୀ ଗିରଫ ହେଲେ; ପତ୍ନୀ କହିଲେ, ‘‘ଇଏ ଷଡ଼ଯନ୍ତ୍ର; ସ୍ୱାମୀଙ୍କ ଜୀବନ ବିପଦରେ ଅଛି’’

‘‘ଆମେ (ନିଜ ବ୍ୟାଙ୍କ ଆକାଉଣ୍ଟରେ) ଯାହା କିଛି ନେଇଥିଲୁ ତାହା ଆମ ଝିଅ ବାହାଘର ପାଇଁ ନେଇଥିଲୁ ଓ କିଛି ବ୍ୟକ୍ତିଗତ କାରଣ ପାଇଁ ନେଇଥିଲୁ । ଆମର କ’ଣ କିଛି ସ୍ୱାଧୀନତା ନାହିଁ?... ତାହେଲେ ଏ ଷଡ଼ଯନ୍ତ୍ର କ’ଣ ପାଇଁ?’’ ପଚାରିଛନ୍ତି ସୁଜାତା ।

ପ୍ରଦୀପ ପାଣିଗ୍ରାହୀ ଗିରଫ ହେଲେ; ପତ୍ନୀ କହିଲେ, ‘‘ଇଏ ଷଡ଼ଯନ୍ତ୍ର; ସ୍ୱାମୀଙ୍କ ଜୀବନ ବିପଦରେ ଅଛି’’
ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ
  • News18 Odia
  • Last Updated: December 3, 2020, 10:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗଞ୍ଜାମ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି ରାଜ୍ୟ ପୋଲିସ୍‌ କ୍ରାଇମ୍‌ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (EOW) । ତାଙ୍କୁ ବାସଭବନରୁ ଉଠାଇ ନେଇ ପଚରାଉଚରା କରିବା ପରେ IFS ଅଫିସର୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇରେ ସଂପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି ।

ପାଣିଗ୍ରାହୀଙ୍କୁ ତାଙ୍କ ବାସବବନରୁ ଜଣେ ଏଡିସିନାଲ୍‌ ଏସ୍‌.ପି.ଙ୍କ ନେତୃତ୍ୱରେ ଆସିଥିବା ଏକ ପୋଲିସ୍‌ ଟିମ୍‌ ଉଠାଇ ନେବା ପରେ ଗଣ ମାଧ୍ୟମ ସହ କଥାବାର୍ତ୍ତା କରି ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କହିଛନ୍ତି ଯେ ଏହି ସମଗ୍ର ମାମଲା ଏକ ଷଡ଼ଯନ୍ତ୍ର ଓ ତାଙ୍କ ସ୍ୱାମୀଙ୍କ ଜୀବନ ଏବେ ବିପଦରେ ଅଛି । ପ୍ରଦୀପ ପାଣିଗ୍ରାହୀଙ୍କ କୋଟି କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜେକ୍ସନ୍‌ ନିୟମ ଅନୁସାରେ ହୋଇଛି ଓ ଏଥିରେ କୌଣସି ବେଆଇନ୍‌ କାମ ହୋଇନାହିଁ ବୋଲି କହିଛନ୍ତି ସୁଜାତା ।

ଏହା ବି ପଢ଼ନ୍ତୁ | ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ବ୍ୟକ୍ତି; ସଭିଏଁ ଚକିତ

‘‘ଏହି ଷଡ଼ଯନ୍ତ୍ରକୁ ମୁଁ ଭୁଲରେ ସଫଳ ହେବାକୁ ଦେବିନି । ମୁଁ ଦାବି କରୁଛି ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ଯେ ମୋ’ ସ୍ୱାମୀଙ୍କୁ ଏବେ ମୋ’ ପାଖକୁ ଅଣାଯାଉ… ଏହା ଗୋଟେ ଷଡ଼ଯନ୍ତ୍ରର ଅଂଶ,’’ କହିଛନ୍ତି ସୁଜାତା ।

ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କହିଥିଲେ ପ୍ରଦୀପ କୌଣସି ‘‘ଜନ-ବିରୋଧୀ’’ କାର୍ଯ୍ୟ କରିନାହାନ୍ତି ।


ପୂର୍ବତନ ମନ୍ତ୍ରୀ ତଥା ଏବେକାର ଗୋପାଳପୁର ବିଧାୟକଙ୍କର IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ଆୟବହିର୍ଭୁତ ସମ୍ପତ୍ତି ଯୁଳାଇବାରେ ହାତ ଥିବା ଅଭିଯୋଗକୁ ମିଥ୍ୟା ବୋଲି କହି ସୁଜାତା କହିଛନ୍ତି, ‘‘ପ୍ରଦୀପବାବୁଙ୍କ ବିପକ୍ଷରେ କୌଣସି ଅଭିଯୋଗ ପ୍ରମାଣିତ ହୋଇନି । ଏବେ ଖାଲି ମିଡ଼ିଆ ଭାଇମାନେ ଆମ ବ୍ୟାଙ୍କ୍‌ ଟ୍ରାଞ୍ଜେକ୍ସନଟାକୁ ବଜାଉଛନ୍ତି । ମୁଁ ପଚାରୁଛି ଯେ ଯଦି ଆମେ ଚୋର, ଚୋର କ’ଣ ବ୍ୟାଙ୍କରେ ଟ୍ରାଞ୍ଜେକ୍ସନ୍‌ କରେ? ମୁଁ ଯଦି ଆପଣଙ୍କ ଠାରୁ ଲାଞ୍ଚ ନେବି ମୁଁ କ’ଣ କହିବି ମୋ’ ଆକାଉଣ୍ଟରେ ଜମା କରିଦେ?’’

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା

‘‘ଆମେ (ନିଜ ବ୍ୟାଙ୍କ ଆକାଉଣ୍ଟରେ) ଯାହା କିଛି ନେଇଥିଲୁ ତାହା ଆମ ଝିଅ ବାହାଘର ପାଇଁ ନେଇଥିଲୁ ଓ କିଛି ବ୍ୟକ୍ତିଗତ କାରଣ ପାଇଁ ନେଇଥିଲୁ । ଆମର କ’ଣ କିଛି ସ୍ୱାଧୀନତା ନାହିଁ? ଆମେ ତ କହୁଛୁ ଯେ ଯାହା ଅଛି ଆମେ ତା’ର ପୂରା ସ୍ପଷ୍ଟୀକରଣ ଦେବୁ । ତାହେଲେ ଏ ଷଡ଼ଯନ୍ତ୍ର କ’ଣ ପାଇଁ? ଏଇ ରହସ୍ୟ କ’ଣ ପାଇଁ?’’ ପଚାରିଛନ୍ତି ସୁଜାତା ।

ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ପ୍ରଦୀପ ଓ ସୁଜାତାଙ୍କ ଝିଅ ଶ୍ରୁତିର ବାହାଘର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ଡିସେମ୍ବର ୧୧ ତାରିଖରେ ରାଜସ୍ଥାନର ଏକ ବଡ଼ ହୋଟେଲରେ ହେବାକୁ ଥିଲା । ଏହି ବିବାହ ପାଇଁ ସବୁ ଆୟୋଜନ ସରିଥିଲା । ଏଥି ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅଗ୍ରୀମ ରାଶି ବି ପେମେଣ୍ଟ୍‌ ହୋଇସାରିଥିଲା । ହେଲେ ତା’ ପୂର୍ବରୁ ଅଭୟକାନ୍ତ ଓ ଆକାଶଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ଏବେ ପ୍ରଦୀପଙ୍କୁ ଗିରଫ କରାଯାଇଛି ।



‘‘ଯେଉଁମାନେ କ୍ଷମତାରେ ଅଛନ୍ତି ଓ ଯେଉଁମାନେ କ୍ଷମତାକୁ ମୁଣ୍ଡରେ ଧରିକି ବସିଛନ୍ତି, ଯେଉଁମାନେ କ୍ଷମତା ପାଇଁ ଅନ୍ଧ ପାଲଟିଛନ୍ତି ସେମାନେ ହିଁ ଏଇ ଷଡ଼ଯନ୍ତ୍ର କରୁଛନ୍ତି । ଆପଣମାନେ ଜାଣି ରଖନ୍ତୁ ଏଇ ଷଡ଼ଯନ୍ତ୍ରକୁ ମୁଁ ଭୁଲରେ ସଫଳ ହେବାକୁ ଦେବିନି,’’ କହିଛନ୍ତି ସୁଜାତା ପାଣିଗ୍ରାହୀ ।
Published by: Anand Shankar Thankur Das
First published: December 3, 2020, 10:39 PM IST
corona virus btn
corona virus btn
Loading