ମୁଖ୍ଯମନ୍ତ୍ରୀ କେବେ ପ୍ରତିକ୍ରିୟାଶୀଳ ହେବେ? ଜନସମ୍ପର୍କ ପଦଯାତ୍ରାରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ

ଟାଟା ମୋର୍ଟରସ୍‌ ନିଯୁକ୍ତି ନାଁରେ ଠକେଇ ଅଭିଯୋଗ କରି ମୋତେ ଜେଲ ପଠାଇଲେ କିନ୍ତୁ ଏସଏସଭିର ନିଯୁକ୍ତି ନାଁରେ କଣ ପଇସା କାରବାର ହୋଇନାହିଁ । ନିକଟରେ ୧୧ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ସେଥିରେ କଣ ଦୁର୍ନୀତି ହୋଇନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପ୍ରଦୀପ।

ପ୍ରଦୀପ ପାଣିଗ୍ରାହୀ (ପ୍ରତୀକାତ୍ମକ ଛବି)

ପ୍ରଦୀପ ପାଣିଗ୍ରାହୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ଗୋପାଳପୁର ବିଧାୟକ ଡ଼.ପ୍ରଦୀପ ପାଣିଗ୍ରାହୀଙ୍କ ଚାଲିଛି ଜନସମ୍ପର୍କ ପଦଯାତ୍ରା। ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଜାଣିଶୁଣି ଅବହେଳା କରୁଛନ୍ତି। ୨୦୧୩ ପରଠାରୁ ଓଡ଼ିଶାରେ ଚାଲିଛି ପ୍ରଶାସନିକ ଅଧିକାରୀଙ୍କ ଶାସନ ବୋଲି ପଦଯାତ୍ରାରେ କହିଛନ୍ତି ପ୍ରଦୀପ।

୨୦୧୩ ପରଠାରୁ ଓଡ଼ିଶା କିଛି ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଚାଲୁଛି । ଯାହାଫଳରେ ରାଜ୍ୟ ଭାଙ୍ଗିଯିବା ଓ ନଷ୍ଟ ହେବା ପରିସ୍ଥିତିରେ ବର୍ତ୍ତମାନ ରହିଛି । ଧାମନଗର ନିର୍ବାଚନ ଓଡ଼ିଶା ରାଜନୀତିରେ ଏପେଟ ସେପଟେ କରିବ। ଯେଉଁମାନେ ଉତ୍‌ପାତ ହେଉଛନ୍ତି ଆଉ କହୁଛନ୍ତି ଆମେ ଯାହା ଚାହିଁବୁ ସେଇଟା ହେବ ସେମାନଙ୍କ ରୂପକୁ ସମ୍ପୂର୍ଣ୍ଣ ରୂପେ ବଦଳାଇଦେବ ଧାମନଗର ନିର୍ବାଚନ । ମୁଖ୍ୟମନ୍ତ୍ରୀ କିଛି ପ୍ରତିକ୍ରିୟାଶୀଳ କାହିଁକି ହେଉନାହାନ୍ତି । ଯେଉଁଦିନ ପ୍ରତିକ୍ରିୟାଶୀଳ ହେବେ ମୁଖ୍ୟମନ୍ତ୍ରୀ ସେ ଦିନ ଓଡ଼ିଶାରେ ଗଣତନ୍ତ୍ର ରକ୍ଷା ହେବ ଓ ପ୍ରଶାସନିକ ଅଧିକାରୀ ମାନେ ନିଜ ନିୟନ୍ତ୍ରଣରେ ରହିବେ ବୋଲି କହିଛନ୍ତି ପ୍ରଦୀପ ।

ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଛି ଜନସମ୍ପର୍କ ପଦଯାତ୍ରା । ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ବୁଲି ଲୋକ ସମର୍ଥନ ଯୋଡ଼ିବାରେ ଲାଗି ପଡ଼ିଛନ୍ତି ପ୍ରଦୀପ । ସେହିପରି ରଙ୍ଗେଇଲୁଣ୍ଡା ବ୍ଳକର ଇନ୍ଦ୍ରାକ୍ଷୀ ପଞ୍ଚାୟତରେ ମଧ୍ୟ ପ୍ରଦୀପ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ସୁଖଦୁଃଖ ପଚାରି ବୁଝିବା ସହିତ ସେମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଛନ୍ତି। ବର୍ତ୍ତମାନ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅରାଜକତାର ଚରମ ସୀମାରେ ପହଞ୍ଚିଛି । ଯେହେତୁ ଧାମନଗରରେ ଦେଢ଼ ବର୍ଷ ମଧ୍ୟରେ ସମସ୍ତ କାମ କରିବି ଓ ପଦ୍ମପୁର ପାଇଁ ୪୮୮ କୋଟି ଟଙ୍କା ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ । ଆଗରୁ କାହିଁକି ଘୋଷଣା କରୁନଥିଲେ ହଠାତ୍‌ କାହିଁକି ଏଭଳି ୪୮୮ କୋଟି ଟଙ୍କା ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ ।

‘‘ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ସେ ଏଠାରୁ ପ୍ରତିନିଧିତ୍ବ କରୁଛନ୍ତି। ତେବେ ଗଞ୍ଜାମ ଜିଲ୍ଲାର ପ୍ୟାକେଜ କେବେ ଘୋଷଣା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଦୀପ । ନିର୍ବାଚନ ପୂର୍ବରୁ ଏଭଳି ପ୍ୟାକେଜ ଘୋଷଣା କରିବାର କାରଣ କଣ। ସେହିପରି ପୁରୀ, ଜୟପୁର, ରାଉରକେଲ, ମାଲକାନାଗିରିରେ ଏୟାରପୋର୍ଟ ହେବ କିନ୍ତୁ ଗଞ୍ଜାମରେ ଏୟାରପୋର୍ଟ କାହିଁକି ହେବ ନାହିଁ । ଏଠାରେ ୪୦ ଲକ୍ଷ ଲୋକେ ବସବାସ କରୁଛନ୍ତି । ଅନେକ କମ୍ପାନୀର ବଡ଼ ବଡ଼ ପ୍ରକଳ୍ପ ରହିଛି ଏଠାରେ ଯଦି ଏୟାରପୋର୍ଟ କରିଥାନ୍ତେ ତେବେ ନିହାତି ଲୋକେ ଉପକୃତ ହୋଇଥାନ୍ତେ। କିନ୍ତୁ କାହିଁକି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ କରିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ କଣ ଜାଣିଶୁଣି ଗଞ୍ଜାମ ଜିଲ୍ଲାକୁ ଅବହେଳିତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି,‘‘କହିଛନ୍ତି ପ୍ରଦୀପ କୁମାର ପାଣିଗ୍ରାହୀ ।

ପ୍ରଦୀପ ପାଣିଗ୍ରାହୀଙ୍କ କହିନୁସାରେ, ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏହି ହତ୍ୟା ପଛରେ ଯେଉଁ ପ୍ରଶାସନିକ ଅଧିକାରୀ ମାନେ ବଳିୟାନ ହେଉଛନ୍ତି । ସେଥିରେ ସାଧାରଣ ଲୋକେ ଶୋଷିତ ହେଉଛନ୍ତି । ଜିଲ୍ଲାରେ କେମିକାଲ କାରଖାନା ପରିବର୍ତ୍ତେ ଟେକ୍ସଟାଇଲ କିମ୍ପା ଅନ୍ୟ କୌଣସି କାରଖାନା କରୁନ । ଆମ ନିର୍ବାଚନ ପ୍ରତିନିଧି ମାନେ କଣ ଦେଖି ଭୟ କରୁଛନ୍ତି ତାହା ଜଣାପଡ଼ୁନାହିଁ । ଟିକେଟ ଭୟ, ଭିଜିଲାନ୍ସ ଭୟ, ପୋଲିସ ଭୟ ନା ଇଡ଼ି ଭୟ । ନେତା ତ ହେବ ଯାହା ଅସୁବିଧା ଆସିବ ଫେସ କରିବ ଡ଼ରୁଛ କଣ ।

‘ଟାଟା ମୋର୍ଟରସ୍‌ ନିଯୁକ୍ତି ନାଁରେ ଠକେଇ ଅଭିଯୋଗ କରି ମୋତେ ଜେଲ ପଠାଇଲେ କିନ୍ତୁ ଏସଏସଭିର ନିଯୁକ୍ତି ନାଁରେ କଣ ପଇସା କାରବାର ହୋଇନାହିଁ, ସେହିପରି ୨୦ ଲକ୍ଷ ଟଙ୍କା ନେଇ ଏଏସଓ ଚାକିରୀ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ତାହା ଦବି ହୋଇ ରହିଯାଉଛି । ନିକଟରେ ୧୧ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ସେଥିରେ କଣ ଦୁର୍ନୀତି ହୋଇନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପ୍ରଦୀପ।
Published by:Soumya Das
First published: