ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଂଗ୍ରେସ ଛାଡ଼ିଥିବା ପ୍ରଦୀପ ମାଝି BJDରେ ଯୋଗ ଦେବେ; ରାଜ୍ୟ ସଭା ଯିବାକୁ ନେଇ ଚର୍ଚ୍ଚା

କଂଗ୍ରେସ ଛାଡ଼ିଥିବା ପ୍ରଦୀପ ମାଝି BJDରେ ଯୋଗ ଦେବେ; ରାଜ୍ୟ ସଭା ଯିବାକୁ ନେଇ ଚର୍ଚ୍ଚା

ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ନବରଙ୍ଗପୁରରେ ନିଜର ହଜାରେରୁ ଅଧି୍କ ସମର୍ଥକଙ୍କୁ ସାଥିରେ ଧିରି ପ୍ରଦୀପ ମାଝି ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ ।

କଂଗ୍ରେସ ଛାଡ଼ିଥିବା ପ୍ରଦୀପ ମାଝି BJDରେ ଯୋଗ ଦେବେ; ରାଜ୍ୟ ସଭା ଯିବାକୁ ନେଇ ଚର୍ଚ୍ଚା
କଂଗ୍ରେସ ଛାଡ଼ିଥିବା ପ୍ରଦୀପ ମାଝି BJDରେ ଯୋଗ ଦେବେ
  • News18 Odia
  • Last Updated: October 25, 2021, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି, ଭେଟେରାନ ଲିଡର ପ୍ରଦୀପ ମାଝି ଗତ ଶୁକ୍ରବାର କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ବର୍ତ୍ତମାନ ରାଜନୀତି ମହଲରେ ବେଶ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଜୋର ଧରିଛି ଯେ ସେ ବର୍ତ୍ତମାନ ଶାସକ ଦଳ ବିଜେଡିରେ ଯୋଗ ଦେବାକୁ ନେଇ । ନିଜ ସହଯୋଗୀଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ନିଜେ ଏହା ଘୋଷଣା କରିଛନ୍ତି ପ୍ରଦୀପ ମାଝି ।

ସେ କହିଛନ୍ତି, "ଆମେ ସମସ୍ତେ ବିଜୁ ଜନତା ଦଳରେ ସାମିଲ ହେବୁ ଓ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବୁ । ଅଭିଭକ୍ତ କୋରାପୁଟ ଜିଲ୍ଲା ପାଇଁ ସେ ଯେଉଁ ପ୍ରତିଶୃତି ଦେଇଛନ୍ତି ଅନୁନ୍ନତ ଜିଲ୍ଲାର ବିକାଶ ଧାରାକୁ ଯେଉଁ ଭଳି ଭାବରେ ଆଗେଇ ନେଉଛନ୍ତି ତାକୁ ଆମେ ଆହୁରି ଗତିଶୀଳ କରିବୁ । ଏ ଅଞ୍ଚଲ ମୌଳିକ ସମସ୍ୟା ଯାହା ରହିଯାଇଛି ତାହା କଂଗ୍ରେସ ଦଳରେ ରହି କରିବା ସମ୍ଭବ ନୁଥିଲା । କଂଗ୍ରେସ ଦଳ ସରକାରକୁ ଫେରିପାରିବ ନାହିଁ । ବିଜେଡିରେ ସାମିଲ ହେବା ପାଇଁ ନବୀନଙ୍କୁ ଅନୁରୋଧ କରୁଛି ଓ କଂଗ୍ରେସରୁ ଇସ୍ଥାଫା ଦେଇଛି ।"

ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ନବରଙ୍ଗପୁରରେ ନିଜର ହଜାରେରୁ ଅଧି୍କ ସମର୍ଥକଙ୍କୁ ସାଥିରେ ଧିରି ପ୍ରଦୀପ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ଦକ୍ଷିଣ ଓଡ଼ିଶାରେ କଂଗ୍ରେସର ଶକ୍ତି ଦୁର୍ବଳ ହେଉଥିବା ବେଳେ ପ୍ରଦୀପ ମାଝିଙ୍କୁ ଟକ୍କର ଦେବାକୁ ଯାଇ କୋଟପାଡରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ କର୍ମୀ ସମ୍ମିଳନୀ କରିବାକୁ ଯାଇ ରଣହୁଙ୍କାର ଦେଇଛନ୍ତି । ପ୍ରଦୀପଙ୍କୁ କଡ଼ା ଜବାବ ଦେଇଛନ୍ତି ତାରା ପ୍ରସାଦ ବାହିନୀପତି ।

ସେ କହିଛନ୍ତି ଯେ ଏପଟେ ପ୍ରଦୀପ ଯିବେ ସେପଟେ ବିଜେଡିରୁ ବହୁ କର୍ମୀ ଆସନ୍ତା ୩୧ ତାରିଖରେ କଂଗ୍ରେସରେ ମିଶିବେ। ଯେଉଁମାନେ ଛାଡ଼ିଛନ୍ତି ତାଙ୍କର ବିରିଅଖା ନାହିଁ। ସାନ ଖେଣୁଣ୍ଡି ବିଧାୟକ ରମେଶ ଜେନା କହିଛନ୍ତି, "ଯେଉଁମାନେ ଯାଇଛନ୍ତି ସେମାନେ କ୍ଷମତା ଉପଭୋଗ କରୁଥିଲେ ,ଦଳ ପାଇଁ କାମ କରୁନଥିଲେ । ଏବେ ନୂଆ ନେତା ଆସିଲେଣି । ବହୁତ ଭଲ ପ୍ରଦର୍ଶନ ଆଗକୁ କରିବେ।’’

ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଜେଡିର ସ୍ଥିତି ଯେଉଁ ସ୍ଥାନରେ ଦୁର୍ବଳ ରହିଛି ସେହି ସ୍ଥାନରେ ଅନ୍ୟ ଦଳରୁ ନେତା ଆମଦାନୀ କରି ବିଜେଡି ନିଜ ଦବଦବା ଦେଖାଉଛି । ଏହା ସହ ଆଣ୍ଟି ଇନକମ୍ବାନସି ଫ୍ୟାକ୍ଟରକୁ ମ୍ୟାମେଜ କରିବାକୁ ବି ଦଳ ଚେଷ୍ଟା କରୁଛି । ପଶ୍ଚିମ ଓଡ଼ିଶା ପରେ ଦକ୍ଷୀଣ ଓଡ଼ିଶାରେ କଂଗ୍ରେସକୁ ମୂଳପଛ କରିବାକୁ ଲକ୍ଷ ରଖିଛି ବିଜେଡି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପ୍ରଦୀପ ପ୍ରଲୋଭନରେ ଦଳ ଛାଡ଼ିଛନ୍ତି । ଏହା ଯଦିଓ କ୍ଷତି କିନ୍ତୁ କୌଣସି ପ୍ରଭାବ ପଡ଼ିବନି । ଯେଉଁମାନେ ଭଲ ବ୍ୟବସାୟ କରିବାକୁ ଚାହାଁନ୍ତି ସେମାନେ ଦଳ ବଦଳଉଛନ୍ତି । ଲୋକଙ୍କ ସ୍ୱାର୍ଥ ସହିତ ଏହାର କିଛି ସମ୍ପର୍କ ନାହିଁ ।

ନବରଙ୍ଗପୁର ସାଂସଦ ରମେଶ ମାଝି କହିଛନ୍ତି," ମୋ ସହିତ ପ୍ରଦୀପ ମାଝିଙ୍କ ପୁରୁଣା ସମ୍ପର୍କ । ସେ ଦଳକୁ ଆସିଲେ ମୋ ପାଇଁ କିଛି ଅସୁବିଧା ନାହିଁ । ଜନତା ଦଳ ଗୋଟିଏ ପରିବାରରେ ଥିଲୁ, ଆଉ ଥରେ ସେ ତାଙ୍କ ପରିବାର ବିଜୁ ଜନତା ଦଳକୁ ଫେରୁଛନ୍ତି । ଆମେ ସ୍ୱାଗତ କରିବୁ ।’’

ଆଗକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ବାଣ୍ଟିବା ପାଇଁ ନବୀନ ନବରଙ୍ଗପୁର ଯିବେ। ସେହି ସମୟରେ ପ୍ରଦୀପ ବିଜେଡିରେ ମିଶି ପାରନ୍ତି ବୋଲି କୁହାଯାଉଛି । ସେପଟେ ବିଜେଡିର ତିନି ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ,ଏନ. ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏଥିରୁ ଗୋଟିଏ ଆସନରୁ ପ୍ରଦୀପ ମାଝି ରାଜ୍ୟ ସଭାକୁ ଯିବା ନେଇ ଚର୍ଚ୍ଚା ହେଉଛି ।
Published by: Lipina Das
First published: October 25, 2021, 5:09 PM IST