ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା; ସମାଲୋଚନା କଲେ ବରିଷ୍ଠ ନେତାମାନେ

ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା; ସମାଲୋଚନା କଲେ ବରିଷ୍ଠ ନେତାମାନେ

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ପ୍ରଦୀପ ମାଝି କଂଗ୍ରେସକୁ ବାଏ ବାଏ କରିବା କଂଗ୍ରେସ ପ୍ରେମୀଙ୍କୁ ନିରାଶା କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା କିନ୍ତୁ ପ୍ରଦୀପଙ୍କୁ କଡ଼ା ସମୋଲଚନା କରୁଛନ୍ତି।

ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା; ସମାଲୋଚନା କଲେ ବରିଷ୍ଠ ନେତାମାନେ
ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା
  • News18 Odia
  • Last Updated: October 23, 2021, 2:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି, ଭେଟେରାନ ଲିଡର ପ୍ରଦୀପ ମାଝି ଶୁକ୍ରବାର କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସରେ ଜନ ସେବାର ସୁଯୋଗ ନାହିଁ କହି ସେ ତାଙ୍କର ଇସ୍ତଫା ପତ୍ରକୁ ଦଳର ସର୍ବ ଭାରତୀୟ ନେତ୍ରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଥିଲେ। ଯାହାକୁ ନେଇ କଂଗ୍ରେସ ରାଜନୀତିରେ ଚର୍ଚ୍ଚା ବେଶ୍ ହେଉଛି।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ପ୍ରଦୀପ କଂଗ୍ରେସକୁ ବାଏ ବାଏ କରିବା କଂଗ୍ରେସ ପ୍ରେମୀଙ୍କୁ ନିରାଶା କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା କିନ୍ତୁ ପ୍ରଦୀପଙ୍କୁ କଡ଼ା ସମୋଲଚନା କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ମନି ଆଉ ପାୱାର ପାଇଁ କଂଗ୍ରେସ ଛାଡ଼ିଛନ୍ତି ପ୍ରଦୀପ। ପ୍ରଦୀପ ସ୍ୱର୍ଥବାଦୀ, ସୁବିଧା ବାଦି। କଂଗ୍ରେସ ତାଙ୍କୁ ସାଂସଦ କରି ବିଭିନ୍ନ କମିଟିରେ ତାଙ୍କୁ ସ୍ଥାନ ଦେଇଥିଲା। ଏଭଳି କାଯ୍ୟ ନିଶ୍ଚିନ୍ତ ରୂପରେ ଧୋକାବାଜ କାମ। ସ୍ୱାର୍ଥ ପାଇଁ ପ୍ରଦୀପ ମାଝି ଦଳ ଛାଡ଼ିଛନ୍ତି। ନିଜର ସ୍ୱାର୍ଥ ପାଇଁ ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡ଼ି ଦିଅନ୍ତୁ। ପୂର୍ବରୁ ବହୁ ନେତା ଦଳ ଛାଡ଼ି ଛନ୍ତି ଦଳ ଉପରେ କିଛିବି ପ୍ରଭାବ ପଡ଼ି ନାହିଁ କି ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଏହାର କିଛି ପ୍ରଭାବ ପଡିବ ନାହିଁ।"

ସେପଟେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ କହିବା କଥା ହେଉଛି, "ପ୍ରଦୀପ ମାଝିଙ୍କ ଇସ୍ତଫା ବିଜେଡିର ଚତୁର ଗୋଟି ଚାଳନା। ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଓ ରାଜ୍ୟବ୍ୟାପୀ ଆନ୍ଦୋଳନରୁ ନଜର ହଟେଇବା ପାଇଁ ଆଜିର ଦିନରେ ପ୍ରଦୀପ ମାଝୀଙ୍କୁ ଇସ୍ତଫା ଦେବାକୁ ବିଜେଡି ଚାଲ କରିଛି। ପ୍ରଦୀପ ମାଝିଙ୍କ ଦଳରୁ ଇସ୍ତଫା ଦେବା ଦଳ ପାଇଁ ନିଶ୍ଚିତ ଏକ କ୍ଷତି। ଦଳର ଖରାପ ସମୟ ଚାଲିଛି। ହେଲେ ପ୍ରଦୀପ ଓ ଅନ୍ୟ ଦକ୍ଷିଣ ଓଡ଼ିଶା ନେତାଙ୍କ ଦଳ ଛାଡ଼ିବା ଦଳ ପାଇଁ କେତେ କ୍ଷତି ହେବ କି ନାହିଁ ତାହା ନିର୍ବାଚନ ବେଳେ ହିଁ ଜଣାପଡ଼ିବ। କିନ୍ତୁ ଏହା ନିଶ୍ଚିତ ଭାବେ ଏକ ଖରାପ ବାର୍ତ୍ତା ଦେଉଛି। ଭକ୍ତ ଦାସଙ୍କ ସାଙ୍ଗରେ ସେ ରାହୁଲ ଗାନ୍ଧିଙ୍କୁ ଭେଟି ଥିଲେ। ଏହା ପରେ ମଧ୍ୟ କଂଗ୍ରେସ ଛାଡ଼ିଲେ। ଯେଉଁମାନେ କଂଗ୍ରେସ ଦଳ ଛାଡ଼ି ଯାଉଛନ୍ତି ଆଗରୁ ଦଳ ଛାଡ଼ିଥିବା ନେତାଙ୍କୁ ଉପରେ ସମୀକ୍ଷା କରିବା ସହ ନିଜେ ଆତ୍ମସମୀକ୍ଷା କରନ୍ତୁ।"

ବିଜେପି ମଧ୍ୟ ପ୍ରଦୀପଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛି। ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ କହିଛନ୍ତି, ‘‘କଂଗ୍ରେସ ପାଇଁ ଏହା ଚିନ୍ତାଜନକ। ଯେତେବେଳେ କଂଗ୍ରେସ ସତ୍ତା ହରାଇବାକୁ ବସିଛି ସେଭଳି ସମୟରେ ପ୍ରଦୀପ ମାଝୀଙ୍କ ଇସ୍ତଫା କଂଗ୍ରେସ ପାଇଁ କ୍ଷତି।’’

ହେଲେ ବିଜେଡି କିନ୍ତୁ ପ୍ରଦୀପଙ୍କ ଇସ୍ତଫାକୁ ନେଇ ଖୁସି ପ୍ରକଟ କରିଛି। ଦଳର ନେତା ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, "ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁତ ନେତା ବିଜେଡିକୁ ଆସୁଛନ୍ତି। ବିଜେଡି ଏକ ଶୃଙ୍ଖଳିତ ଦଳ। ଯିଏ ଭଲ କାମ କରେ ତାକୁ ସୁଯୋଗ ମିଳେ।"
Published by: Lipina Das
First published: October 23, 2021, 2:51 PM IST